ବାସ୍ତବ ବ୍ୟୁରୋ (ନୂଆଦିଲ୍ଲୀ): ଦୀପାବଳି ଉପଲକ୍ଷେ ରବିବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ଟୁଇଟ୍‌ କରିଛନ୍ତି: ଦୀପାବଳିର ପବିତ୍ର ବେଳାରେ ନାଗରିକମାନଙ୍କୁ ଅଭିନନ୍ଦନ ଏବଂ ଶୁଭେଚ୍ଛା। ଚାଲନ୍ତୁ, ଏଇ ଦିନରେ ସ୍ନେହ, ଯତ୍ନ ଏବଂ ଆଦାନପ୍ରଦାନ କରି ସ୍ୱଳ୍ପ ସୌଭାଗ୍ୟବାନ ଏବଂ ଅଭାବୀ ଲୋକମାନଙ୍କ ଜୀବନରେ ସୁଖ ଆଣିବାକୁ ଉଦ୍ୟମ କରିବା।

ବାସ୍ତବ ବ୍ୟୁରୋ-ନୂଆପଡା ଜିଲ୍ଲା ସିନାପାଲି ବ୍ଲକର ଗୋର୍ଲା ପଂଚାୟତ ଅନ୍ତର୍ଗତ କୁସୁମଖୁଣ୍ଟ। ଗ୍ରାମରେ ଓଡ଼ିଶାର ଅଗ୍ରଣୀ ସ୍ୱଛାସେବୀ ଅନୁଷ୍ଠାନ ଅଗ୍ରଗମୀ ପକ୍ଷରୁ ପରିବେଶ ଭିତିକ ଚାଷ ଉପରେ ଗ୍ରାମର ଉଭୟ ପୁରୁଷ ଓ ମହିଳା ଚାଷୀମନଙ୍କୁ ନେଇ ଏକ ଗବେଷଣାତ୍ମକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ପଂଚାୟତର ଚାଷୀମାନଙ୍କ ସହିତ ଆଲୋଚନା ବେଳେ ଜଣାପଡିଥିଲା ଏକ ଅଜଣା ରୋଗରେ ସେମାନଂକ ଧାନ ଗଛ ଗୁଡିକ ଜଳି ଯାଇଛି। ଅନୁସନ୍ଧାନରୁ ଜଣାପଡ଼ିଲା […]

ବାସ୍ତବ ବ୍ୟୁରୋ (ନୂଆଦିଲ୍ଲୀ):ଏବେ ଟିଭି ଦେଖୁଥିବା ଲୋକଙ୍କ ପାଇଁ ଟ୍ରାଇ ନୂଆ ନିୟମ ଲାଗୁ କରିଛି । ଟ୍ରାଇ ଡିଟିଏଚ୍ ସବସ୍କ୍ରାଇବରଙ୍କ ପାଇଁ KYC (know your customer) ଅନିବାର୍ଯ୍ୟ କରିଦେଇଛି । ଟ୍ରାଇ ତରଫରୁ ଦେଶର ସବୁ ଡିଟିଏଚ୍ ଅପରେଟର୍ସଙ୍କୁ ସୂଚନା ଦିଆଯାଇଛି ଯେ ତାଙ୍କ ପାଇଁ ଏବେ ସବସ୍କ୍ରାଇବରଙ୍କ  କେୱାଇସି କରିବା ନିହାତି ଜରୁରୀ । ନୂଆ ସିମ୍ କିଣିଲେ ଯେଉଁ ପ୍ରକ୍ରିୟାରେ ବ୍ୟବହାର କରାଯାଏ ବର୍ତ୍ତମାନ […]

ନିୟମିତ ଟ୍ରେନରେ ପ୍ରତୀକ୍ଷା ସୂଚୀ ଟିକେଟ ପାଇଁ ଚିନ୍ତା କରନ୍ତୁ ନାହିଁ – ସ୍ୱତନ୍ତ୍ର ଟ୍ରେନରେ ଟିକେଟ ବୁକ କରନ୍ତୁ : • ଲୋକପ୍ରିୟ ମାର୍ଗ ମାନଙ୍କରେ ଟ୍ରେନ ବର୍ଥ ଉପଲବ୍ଧ ଅଛି I • ହାଓଡ଼ା, ସିକନ୍ଦରାବାଦ, ବାଙ୍ଗାଲୋର, ଚେନ୍ନାଇ, ନୂଆଦିଲ୍ଲୀ, ଆହ୍ଲାବାଦ, ଓ ପାଟନା କୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରୁଅଛି I • ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ୨୦ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ ଚାଲୁଛି […]

୧-ଜମ୍ମୁ – କାଶ୍ମୀର : ଅବସରପ୍ରାପ୍ତ ଓଡ଼ିଆ ଆଇଏଏସ୍ ଅଫିସର ଗିରୀଶ ଚନ୍ଦ୍ର ମୁର୍ମୁ ହେଲେ ଜମ୍ମୁ ଓ କାଶ୍ମୀରର ପ୍ରଥମ ଲ୍ୟୁଟନାଣ୍ଟ ଗଭର୍ଣ୍ଣର। ୨-ଆରମ୍ଭ ହେବ ବିଜେଡିର ସମାଜ ସେବା କାର୍ଯ୍ୟକ୍ରମ ‘ଓଡ଼ିଶା-ମୋ ପରିବାର’, ଘୋଷଣା କଲେ ସୁପ୍ରିମୋ ନବୀନ ପଟ୍ଟନାୟକ। ତିନିଟି ଦିଗ ଉପରେ ଗୁରୁତ୍ୱ : ବ୍ୟାପକ ବୃକ୍ଷରୋପଣ, ରକ୍ତଦାନ ସେବା ଓ କଲ୍ୟାଣ,ଓ ବିପନ୍ନ ଓଡ଼ିଆଙ୍କୁ ସହାୟତା। ୩-ବର୍ଷା ବିତ୍ପାତ:କାନ୍ଥ ଭୁଶୁଡ଼ି ୪ ମୃତ,୭୫ […]

ବାସ୍ତବ ବ୍ୟୁରୋ (ନୂଆଦିଲ୍ଲୀ): ଓଡ଼ିଆ ପୁଅ ତଥା ୧୯୮୫ ମସିହା ଗୁଜୁରାଟ କ୍ୟାଡରର ଆଇଏଏସ ଅଫିସର ଗିରିଶ ମୁର୍ମୁଙ୍କୁ ଜମ୍ମୁକାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର  ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି | ମୟୁରଭଞ୍ଜର ବେତନଟିରେ ଜନ୍ମଗ୍ରହଣ କରିଥିବା ଗିରିଶ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଜଣେ ବିଶ୍ବସ୍ତ ଅଧିକାରୀ ଭାବେ ଜଣାଶୁଣା | ନରେନ୍ଦ୍ର ମୋଦୀ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ଗିରିଶ ଚନ୍ଦ୍ର ମୁର୍ମୁ  ତାଙ୍କ ଅଧିନରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିବା ସହ […]

ବାସ୍ତବ ବ୍ୟୁରୋ (ଭୁବନେଶ୍ୱର)- ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଓ ଲଘୁଚାପ ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା ସମେତ ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରରୀଣ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ଆଉ କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା କହିଛି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ। ଏଥିସହ, ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା […]

ସତର୍କତା ସଚେତନତା ବାର୍ତ୍ତା ପ୍ରସାର ପାଇଁ ପୂର୍ବତଟ ରେଳପଥ ସତର୍କତା ସଙ୍ଗଠନ ସ୍କୁଲ ଓ କଲେଜ ଗୁଡିକୁ ମାଧ୍ୟମ କରି ସମାଜରୁ ଭ୍ରଷ୍ଟାଚାରର କୁପ୍ରଭାବ ଓ ଏହାକୁ ସମାଜରୁ ଦୂରକରିବା ସହ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ଏକତା ଓ ସଛୋଟତା ଭାବନା ସୃଷ୍ଟିକରିବାକୁ ପ୍ରୟାସ କରୁଅଛି I ସମାଜର ମୂଳସ୍ତରରୁ ଭ୍ରଷ୍ଟାଚାରର ମୁଳୋତ୍ପାଟନ ଓ ଅସାଧୁ ଉପଚାରକୁ ନାଶ କରିବାପାଇଁ ଛାତ୍ରଛାତ୍ରୀ ମାନେ ମହତ୍ଵପୂର୍ଣ୍ଣ ଭୂମିକା ଗ୍ରହଣକରିପାରିବେ I […]

୧-ବିଜେପୁରରେ ରୀତାଙ୍କ ରେକର୍ଡ। ପ୍ରାୟ ୯୮ ହଜାର ଭୋଟ୍ ବ୍ୟବଧାନରେ ଜିତି ଓଡିଶା ବିଧାନସଭା ଇତିହାସରେ ସର୍ବକାଳୀନ ରେକର୍ଡ । ୨-ରାୟଗଡ଼ା:ଲଗାଣ ବର୍ଷା ଯୋଗୁଁ ପାହାଡରୁ ଖସିଲା ପଥର, ରେଜିଂତାଲ ରାସ୍ତା ହେଲା ଅବରୋଧ। ୩-ବର୍ଷାରେ ବେହାଲ ସ୍ମାର୍ଟସିଟି, ରାସ୍ତା ଉପରେ ଲହଡ଼ି ମାରୁଛି ନର୍ଦ୍ଦମା ପାଣି। ୪-ନଭେମ୍ବର ୧୩ରୁ ବିଧାନସଭାର ଶୀତକାଳୀନ ଅଧିବେଶନ। ପ୍ରଥମ ଦିନ ଆଗତ ହେବ ଅତିରିକ୍ତ ବଜେଟ୍। ୫-ଆଇନଜୀବୀ ଆନ୍ଦୋଳନ ଓ ହାଇକୋର୍ଟ ଅଚଳାବସ୍ଥା […]

ବାସ୍ତବ ବ୍ୟୁରୋ(ଭୁବନେଶ୍ୱର): ଉତ୍କଳ ବିଶ୍ୱବିଦ୍ୟାଳୟରେ ଆଜି ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟଣା ଘଟିଛି। ସୂଚନା ଅନୁସାରେ ବାଣୀବିହାରସ୍ଥିତ ସିଣ୍ଡିକେଟ୍‌ ହଲ୍‌ରେ ଏହି ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି। ସୂତ୍ର ଅନୁସାରେ ଆଜି ସିଣ୍ଡିକେଟ୍‌ ହଲରେ ବୈଠକ ହୋଇଥିଲା। ବୈଠକ ଶେଷ ହେବାର ଅଳ୍ପ କିଛି ସମୟ ପରେ ଅଗ୍ନିକାଣ୍ଡ ଘଟିଛି। ସୂଚନା ପାଇ ଦମକଳ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳକୁ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଛନ୍ତି। ନିଆଁଲିଭା କାମ ଜାରି ରହିଥିବାରୁ କ୍ଷୟକ୍ଷତିର […]

Pin It on Pinterest