ବାସ୍ତବ ବ୍ୟୁରୋ:
ମେଷ: ଅଧିକ ଉତ୍ସାହିତ ରହିବେ। ନୂଆ କିଛି କରିବାର ଇଚ୍ଛା ମନରେ ଜାଗିଉଠିବ। ଜୀବନସାଥୀଙ୍କ ସହ ସମ୍ବନ୍ଧ ବଢ଼ିଆ ହେବ। ବ୍ୟବସାୟ, ପରିବହନ, ବାଣିଜ୍ୟ ଓ ନିର୍ମାଣାଦି କ୍ଷେତ୍ରରେ ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୪।
ବୃଷ: କର୍ମକ୍ଷେତ୍ର, ପ୍ରକାଶନ, ପ୍ରଶାସନିକ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ। ସାମାନ୍ୟ ବଚସାରୁ ପ୍ରିୟ ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି। ଭୁଲ୍ ବୁଝାମଣାରୁ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖାଦେବା ସଙ୍ଗକୁ ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବ କରିବେ। ପିଲାଙ୍କ କଳହକୁ କେନ୍ଦ୍ରକରି ପଡୋଶୀ କ୍ରୋଧ ପ୍ରକାଶ କରିପାରନ୍ତି। ଶୁଭରଙ୍ଗ: ଗୋଲାପୀ। ଶୁଭସ˚ଖ୍ୟା: ୯।
ମିଥୁନ: ଠାକୁର ଦର୍ଶନ ପାଇଁ ସପରିବାର ମନ୍ଦିର ଯିବେ। ମନରେ କିଛି ଆଶା ଜନ୍ମ ନେବ। ଜୀବନସାଥୀଙ୍କୁ ହୃଦୟର କଥା କହିବା ପାଇଁ ସମୟ ପାଇବେ। କଠିନ ଶ୍ରମ ଜନିତ ମାନସିକ ଓ ଶାରୀରିକ ଅସୁସ୍ଥତାର ଆଶଙ୍କା ରହିଛି। ଶୁଭରଙ୍ଗ: କ୍ରୀମ୍। ଶୁଭସ˚ଖ୍ୟା: ୭।
କର୍କଟ:ସହକର୍ମୀ ତଥା ଆତ୍ମୀୟମାନଙ୍କ ସହଯୋଗରେ କାଯର୍ୟ ହାସଲ କରିପାରିବେ। ଅନ୍ୟମାନଙ୍କର ଚାପରେ ପଡି ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ କାର୍ଯ୍ୟଦକ୍ଷତା କାରଣରୁ ପ୍ରଶଂସିତ ହେବେ। କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବା ହେତୁ ଟେନ୍ସନ ବୃଦ୍ଧି ପାଇପାରେ। ଶୁଭରଙ୍ଗ: ଧୂସର। ଶୁଭସ˚ଖ୍ୟା: ୫।
ସି˚ହ: ଭାଗ୍ୟ ସହାୟକ ହେବ। ଭଲ ଖବର ମିଳିବାର ସମ୍ଭାବନା ରହିଛି। ସାମାଜିକ କ୍ଷେତ୍ରରେ ଅଧିକ ସକ୍ରିୟ ରହିବେ। ବ୍ୟବସାୟ ଓ ପରିବହନ କ୍ଷେତ୍ରରେ କିଛିମାତ୍ରାରେ ସଫଳତା ପାଇବେ। କର୍ମକ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତିବିଶେଷ ସହଯୋଗ କରିବେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୩।
କନ୍ୟା: ମନରେ ନୂଆ ନୂଆ ବିଚାର ଆସିବ। ଉଚ୍ଚ ଅଧିକାରୀଙ୍କ ସହିତ ସ˚ପର୍କ ସ୍ଥାପନ ହୋଇପାରେ। ପେଟଜନିତ ସମସ୍ୟାରୁ ଆରାମ ପାଇବେ। କର୍ମକ୍ଷେତ୍ରରେ ଅସ୍ଥିରତା ସୃୃଷ୍ଟି ହେବାର ସମ୍ଭାବନା ରହିଛି। ଗୃହ ସଜ୍ଜାରେ ମନୋନିବେଶ କରିବା ସଙ୍ଗକୁ କେତେକ କ୍ଷେତ୍ରରେ ଯେସାକୁ ତେସା ନୀତିରେ କାମ କରିପାରନ୍ତି। ପଡୋଶୀ କେହି ପ୍ରତିବାଦର ସ୍ବର ଉଠାଇ ପାରନ୍ତି। ଶୁଭରଙ୍ଗ: କଫି ରଙ୍ଗ। ଶୁଭସ˚ଖ୍ୟା: ୪।
ତୁଳା: ବାଣିଜ୍ୟ ଓ ବ୍ୟବସାୟରେ ସମସ୍ୟା ଲାଗି ରହିଥିଲେ ମଧ୍ୟ ତାହା ବିଶେଷ ଉକତ୍ଟ ହେବ ନାହିଁ। ଯାହା ଖୋଜୁଛନ୍ତି ତାହା ପାଇବେ ଏବଂ ସ୍ଥଗିତ କାମଗୁଡିକ ତ୍ୱରାନ୍ବିତ ହୋଇପାରିବ। ବିବାଦୀୟ ପରିସ୍ଥିତିରେ ଉପସ୍ଥିତି ବୁଦ୍ଧି ଖଟାଇ ପରିସ୍ଥିତିକୁ ସମ୍ଭାଳି ନେବେ। ପରିବାରରେ ସ୍ତ୍ରୀଙ୍କ ସହ ମତାନ୍ତର ସୃଷ୍ଟି ହେବାର ଆଶଙ୍କା ରହିଛି। ଶୁଭରଙ୍ଗ: ନୀଳ। ଶୁଭସ˚ଖ୍ୟା: ୨।
ବିଛା: ଇଚ୍ଛା ନ ଥିଲେ ମଧ୍ୟ ପରିସ୍ଥିତିରେ ପଡି ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ। ରୋଗପୀଡ଼ା ଜନିତ ସ୍ବାସ୍ଥ୍ୟ ସମସ୍ୟା ସମ୍ପୂର୍ଣ୍ଣ ଭାବରେ ନିୟନ୍ତ୍ରଣାଧୀନ ରହିବ। କଳା, କ୍ରୀଡା, ଚଳଚ୍ଚିତ୍ର ତଥା ପ୍ରତିଯୋଗୀତା, କ୍ଷେତ୍ରରେ ସଫଳତା ମିଳିପାରେ। ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେବେ। ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇ କାମ ହାସଲ କରି ପାରିବେ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୯।
ଧନୁ: ଅନ୍ୟମାନଙ୍କ ଅନୁରୋଧରେ ଦୂରଯାତ୍ରା କରିବାକୁ ବାଧ୍ୟ ହୋଇପାରନ୍ତି। ନିକଟ ସମ୍ପର୍କୀୟମାନଙ୍କ ଭିତିରି ଶତ୍ରୁତାରୁ ପାରିବାରିକ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ। ଅନ୍ୟମାନଙ୍କର କାନକୁହା କଥା ଶୁଣି ଉପର ଅଧିକାରୀମାନେ ଆପଣଙ୍କ ଉପରେ ଖପ୍ପା ହୋଇପାରନ୍ତି। କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡିପାରେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୪।
ମକର: କର୍ମକ୍ଷେତ୍ରରେ ସମସ୍ୟା ସମାଧାନ କରିବା ଚେଷ୍ଟା କଲେ ମଧ୍ୟ ସୁଫଳ ପାଇ ନ ପାରନ୍ତି। ଆକସ୍ମିକଭାବରେ ବନ୍ଧୁଦ୍ୱାରକୁ ଗମନ କରିପାରନ୍ତି ଏବଂ ସୌଜନ୍ୟମୂଳକ ସାକ୍ଷାତରୁ ଉପକୃତ ହେବେ। ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ ଏବଂ ଆକସ୍ମିକ ଦୂରଯାତ୍ରାର ସୁଯୋଗ ପାଇବେ। ଛୋଟ ଛୋଟ କଥାକୁ ଧରି ବସିଲେ ଅଶାନ୍ତି ବଢ଼ିବ। ଶୁଭରଙ୍ଗ: କଫି ରଙ୍ଗ। ଶୁଭସ˚ଖ୍ୟା: ୬।
କୁମ୍ଭ: ସାରାଦିନ ସତେଜ ଅନୁଭବ କରିବେ। ପ୍ରଚେଷ୍ଟା ଦ୍ବାରା କାର୍ଯ୍ୟରେ ସଫଳତା ମିଳିବ। ବେପାରରେ ଲାଭ ପାଇବେ। ଶୁଭରଙ୍ଗ: କ୍ରୀମ୍। ଶୁଭସ˚ଖ୍ୟା: ୪।
ମୀନ: ଜୀବିକାରେ ଆଗକୁ ବଢ଼ିବା ଲାଗି ନୂଆ ଅବସର ଆସିବ। ଅଫିସରେ ନିଜ କାମରେ ମନ ଦିଅନ୍ତୁ। ବ୍ୟାବସାୟିକ କାମରେ ଦୂରଯାତ୍ରା କରିପାରନ୍ତି। ଶୁଭରଙ୍ଗ: ଧୂସର। ଶୁଭସ˚ଖ୍ୟା: ୩।



