
ଜ୍ୟୋତିଷ ଶାସ୍ତ୍ର ରେ ଜନ୍ମଜାତକ ଗଣନା କରି ମନୁଷ୍ୟର ଭାଗ୍ୟ ଭବିଷ୍ୟ କହିଥାନ୍ତି |ଏଥିସହିତ ହସ୍ତରେଖା,କପାଳଲେଖା ଓ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ କୁ ନେଇ ମଧ୍ୟ ସାମୁଦ୍ରିକ ଶାସ୍ତ୍ର ରେ ଗଣନା କରି ଭାଗ୍ୟ ଭବିଷ୍ୟତ କୁହାଯାଇଥାଏ |

ଏହି ପରିପ୍ରେକ୍ଷୀରେ ଆଜି ଆମେ ପାଦ ଆଙ୍ଗୁଳିର ଗଠନକୁ ନେଇ ସାମୁଦ୍ରିକ ଶାସ୍ତ୍ର ରେ ଉଲେଖ ଥିବା ତଥ୍ୟ ବିଷୟରେ ଜାଣିବା| ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଶରୀରର ପ୍ରତ୍ୟକ ଅଙ୍ଗ ଆପଣଙ୍କ ବ୍ୟକ୍ତିତ୍ୱ କିମ୍ବା ଭବିଷ୍ୟତ ବିଷୟରେ କିଛି ସୁଚାଇଥାଏ| ଆପଣଙ୍କ ପାଦର ମଝି ଆଙ୍ଗୁଳି ମଧ୍ୟ ଆପଣଙ୍କ ବ୍ୟକ୍ତିତ୍ୱ ଏବଂ ଭବିଷ୍ୟତ ବିଷୟରେ ବହୁତକିଛି ବତାଇଥାଏ|
କିଛି ବ୍ୟକ୍ତିଙ୍କର ମଝି ଆଙ୍ଗୁଳି ବୁଢା ଆଙ୍ଗୁଳି ସହ ସମାନ ହୋଇଥାଏ| ସେଇ ବ୍ୟକ୍ତି ବିଶେଷମାନେ ନିଜର ପରିଶ୍ରମ ଦ୍ୱାରା ସମାଜରେ ପ୍ରତିଷ୍ଠିତ ହୋଇଥାନ୍ତି| ଏମିତି ବ୍ୟକ୍ତି ପରିଶ୍ରମରେ ବିଶ୍ୱାସ ରଖନ୍ତି ଏବଂ କୌଣସି ପରିସ୍ଥତିରେ ସମସ୍ୟା ଆଗରେ ହାର ମାନନ୍ତି ନାହିଁ | ଏହିପରି ବ୍ୟକ୍ତିମାନେ ସର୍ବଦା ସକାରାତ୍ମକ ଭାବନା ମନରେ ରଖନ୍ତି ଏବଂ ସମ୍ପର୍କରେ ଥିବା ବ୍ୟକ୍ତିମାନଙ୍କ ମନରେ ମଧ୍ୟ ସକାରାତ୍ମକ ଭାବନା ଉଦ୍ରେକ କରାଇଥାନ୍ତି|ଏଥିପାଇଁ ସେମାନେ ସମାଜରେ ବହୁତ ଇଜ୍ଜତ ପାଇଥାନ୍ତି|

ସେହିପରି ଯଦି ଆପଣଙ୍କ ପାଦର ମଝି ଆଙ୍ଗୁଳି ବୁଢା ଆଙ୍ଗୁଳି ଠାରୁ ଲମ୍ବା ହୋଇଥିବ ତେବେ ଆପଣ ମାନସିକ ସ୍ତରରେ ବହୁତ ଶକ୍ତିଶାଳୀ ହୋଇଥାନ୍ତି,ଏବଂ ସର୍ବଦା ଖୁସିରେ ରହିବାକୁ ପସନ୍ଦ କରନ୍ତି |ଏମିତି ବ୍ୟକ୍ତି ବିଶେଷମାନଙ୍କ ବୁଦ୍ଧି ଖୁବ ପ୍ରଖର ହୋଇଥାଏ ଏବଂ ଏମାନେ ଚତୁର ମଧ୍ୟ ହୋଇଥାନ୍ତି |ଏମାନେ ପ୍ରତି କାର୍ଯ୍ୟକୁ ଦକ୍ଷତାର ସହିତ ପ୍ରତିପାଦନ କରିଥାନ୍ତି ଏବଂ କାହା ସହ ହଠାତ ମିତ୍ରତା କରିବାକୁ ନାପସନ୍ଦ କରନ୍ତି |


