କଦଳୀର ଚୋପା ରଖିବ ଆପଣଙ୍କ ତ୍ବଚାର ଯତ୍ନ ! ଖାଲି ବ୍ୟବହାର କରିବାର ତରିକା ଜାଣିନିଅନ୍ତୁ ….

କଦଳୀକୁ ସମସ୍ତେ ଖାଦ୍ୟ ରୂପରେ ବ୍ୟବହାର କରିଥାନ୍ତି । କାରଣ ଏହା ଅତ୍ୟନ୍ତ ସୁଆଦିଆ ହୋିଥାଏ । ଏବଂ ତାହା ସହତି ଏଥିରେ ଭରପୁର ପରିମାଣରେ ଭିଟାମିନ୍ ବି୬ ଏବଂ ଖଣିଜ ଲବଣ ରହିଥାଏ । ଏହାକୁ କେବଳ ଆପଣ ଖାଇବାରେ ବ୍ୟବହାର କରୁଥିବେ ହେଲେ କେବେ ବି ଆପଣ ଏହାକୁ ନିଜର ତ୍ୱଚାର ସୁନ୍ଦାରା ପାଇଁ ବ୍ୟବହାର କରିନଥିବେ । ଖାଲି କଦଳୀ କାହିଁକି କଦଳୀର ଚୋପାବି ବହୁତ ଲାଭଦାୟକ, କଦଳୀର ଚୋପା ଦ୍ୱାରା ମଧ୍ୟ ଆପଣ ଆପଣଙ୍କର ତ୍ୱେଚାର ଯତ୍ନ ନେଇପାରିବେ ।

ତେବେ ଆସନ୍ତୁ ଯାଣିବା କିପରି କରିବା ବ୍ୟବହାର-
କଦଳୀ ଚୋପା ସ୍କିନ୍ କନସ୍ ଠିକ୍ କରିବାରେ ସାହାଯ୍ୟ କରିଥାଏ। ଯଦି ଆପଣଙ୍କର ମୁହଁରେ ବ୍ରଣ ହୋଇଥାଏ ତେବେ ସପ୍ତାହକୁ ୩ଥର ନିଜ ତ୍ବଚାରେ କଦଳୀ ଚୋପାକୁ ହାଲୁକାଭାବେ ଘଷନ୍ତୁ। ଏହା ଦ୍ବାରା ବ୍ରଣ ଭଲ ହୋଇଯାଇଥାଏ । ଆମ ପୂରା ଶରୀରର ଭାର ଗୋଡ଼ ନେଇଥାଏ। ଏଥିପାଇଁ ପାଦ ତଳ ଏବଂ ଗୋଇଠିର ତ୍ବଚା ଟାଣ ହୋଇଯାଇଥାଏ। ବେଳେବେଳେ ତ୍ବଚା ଏପରି ଶକ୍ତ ହୋଇଯାଇଥାଏ ଯେ ସେଥିରେ ଗାତ ସୃଷ୍ଟି ହୋଇଥାଏ। ଏବଂ ଯନ୍ତ୍ରଣା ହୋଇଥାଏ।
ଏପରି କ୍ଷେତ୍ରରେ କଦଳୀ ଚୋପାକୁ ସେହି ସ୍ଥାନରେ ଲଗାଇ ସେଲୋଟେପ୍ ମାରି ଏହା ଉପରେ ମୋଜା ପିନ୍ଧି ଦିଅନ୍ତୁ। ରାତିସାରା ସେହିପରି ଛାଡ଼ିଦିଅନ୍ତୁ। କିଛି ଦିନ ଏପରି କଲେ ଆପଣଙ୍କ ତ୍ବଚା ମୁଲାୟମ ହେବ,ଏବଂ ଯନ୍ତ୍ରଣା ମଧ୍ୟ କମିଯିବ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଖୁବଶୀଘ୍ର ହୋଇପାରେ ପାକିସ୍ତାନ ସହ ଭାରତର ବୁଝାମଣା I

Thu Feb 28 , 2019
ହୋଇପାରେ ଭାରତ ଓ ପାକିସ୍ତାନ ମଧ୍ୟରେ ବୁଝାମଣା l ଭୁଲିଯାଇପାରେ ଭାରତ ଫେବୃଆରୀ ୧୪ର ପୁଲ୍‌ୱାମା ଆକ୍ରମଣର ସେ ଅଭୁଲା ଦିନକୁ l ଯେଉଁ ଦିନରେ ଭାରତର ୪୪ ଯବାନଙ୍କୁ ପାକିସ୍ତାନ ତାର କୂଟନୀତି କରି ଜୀବନ ନେଇଥିଲା I ଏନେଇ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତମ ବୁଝାମଣା କରିବା ନିମନ୍ତେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉତ୍ତର କୋରିଆ ମୁଖ୍ୟ କିମ୍‌ ଜଙ୍ଗ ଉନ୍‌ଙ୍କ ସହିତ ଆଲୋଚନା କରିଛନ୍ତି I […]
ଖୁବଶୀଘ୍ର ହୋଇପାରେ ପାକିସ୍ତାନ ସହ ଭାରତର ବୁଝାମଣା I

You May Like

Pin It on Pinterest