ନାତୁଣୀର ପାଠ ପଢ଼ାପାଇଁ ଘରବିକ୍ରି କରିଦେଲେ ଅଟୋ ଡ୍ରାଇଭର …

ନାତୁଣୀର ପାଠ ପଢ଼ାପାଇଁ ଘରବିକ୍ରି କରିଦେଲେ ଅଟୋ ଡ୍ରାଇଭର …

ବାସ୍ତବବ୍ୟୁରୋ:ମୁମ୍ବାଇରେ ଜଣେ ଅଟୋ ଡ୍ରାଇଭରଙ୍କ ହୃଦୟସ୍ପର୍ଶୀ କାହାଣୀ ସାମ୍ନାକୁ ଆସିଛି। ସୀମିତ ସମ୍ବଳ ହେତୁ ୭୪ ବର୍ଷିୟ ଦେଶରାଜ ନାତୁଣୀକୁ ପାଠ ପଢ଼ିବା ପାଇଁ ନିଜ ଘର ବିକ୍ରି କଲେ | ପୁଅର ମୃତ୍ୟୁ ପରେ ତାଙ୍କ ପିଲା ଓ ପତ୍ନୀଙ୍କ ଯତ୍ନ ନେଉଥିବା ବୟସ୍କ ଦେଶରାଜ କଠିନ ପରିଶ୍ରମ କରି ସମ୍ଭାଳିଛନ୍ତି ନିଜର ଉଜୁଡା ପରିବାର। “ହ୍ୟୁମାନସ୍ ଅଫ୍ ବମ୍ବେ” ନାମକ ଏକ ଫେସବୁକ୍ ପେଜ୍ ତାଙ୍କର ହୃଦୟ ବିଦାରକ କାହାଣୀ ସେୟାର କରି ସାହାଯ୍ୟ ପାଇଁ ଲୋକଙ୍କୁ ନିବେଦନ କରିଥିଲା ​​| ଏହି ପଦକ୍ଷେପ ମାଧ୍ୟମରେ ୨୦ ଲକ୍ଷ ଟଙ୍କା ସଂଗ୍ରହ କରିବାର ଲକ୍ଷ୍ୟ ଥିଲା, ଦାତାମାନେ ଏହାକୁ ଅତିକ୍ରମ କରିଥିଲେ | ବର୍ତ୍ତମାନ ୨୪ ଲକ୍ଷ ଟଙ୍କା ସଂଗ୍ରହ କରାଯାଇଛି ଏବଂ ଚେକ୍ ଅଟୋ ଡ୍ରାଇଭରକୁ ହସ୍ତାନ୍ତର କରାଯାଇଛି |

ବମ୍ବେର ହୃଦୟବାନ ଲୋକମାନେ ଅଟୋ ରିକ୍ସା ଡ୍ରାଇଭର ଦେଶରାଜଙ୍କ କାହାଣୀ ବାଣ୍ଟି,ସାହାଯ୍ୟ ପାଇଁ ନିବେଦନ କରିଛନ୍ତି |ଦେଶରାଜଙ୍କ ଦୁଖଦଃ କାହାଣୀ ଏହିକିଯେ, ୬ ବର୍ଷ ପୂର୍ବେ ବଡ ପୁଅ ଘରୁ ନିଖୋଜ ହୋଇଯାଇଥିଲା। ସେ କାମ ପାଇଁ ଘରୁଯାଇ ଆଉ ଫେରି ନଥିଲେ। ଗୋଟିଏ ସପ୍ତାହ ପରେ ତାଙ୍କ ପୁଅର ମୃତଦେହ ମିଳିଥିଲା। ମୁମ୍ବାଇର ଖାର ନିକଟରେ ଏକ ଅଟୋ ଚଳାଉଥିବା ଦେଶରାଜଙ୍କ ୪୦ ବର୍ଷର ପୁଅଙ୍କର ମୃତ୍ୟୁରେ ସବୁ ଅନ୍ଧାର ଦିଶିଥିଲା ,କିନ୍ତୁ ତାଙ୍କ ବୃଦ୍ଧ ପିତାଙ୍କୁ କାନ୍ଦିବାକୁ ସମୟ ମଧ୍ୟ ମିଳିନଥିଲା ।

ଦେଶରାଜ କହିଛନ୍ତି ଯେ, ଯେତେବେଳେ ମୋ ନାତୁଣୀ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୮୦ ପ୍ରତିଶତ ମାର୍କ ହାସଲ କରିଥିଲେ, ମୁଁ ଉତ୍ସବ ପାଳନ କରିବାକୁ ଯାଇ ଦିନସାରା ଗ୍ରାହକମାନଙ୍କୁ ମାଗଣା ଅଟୋ ସେବା ଦେଇଥିଲି | ଏହା ପରେ ଯେତେବେଳେ ତାଙ୍କ ନାତୁଣୀ କହିଥିଲେ ଯେ ସେ ବି.ଏଡ ପାଠ୍ୟକ୍ରମ ପାଇଁ ଦିଲ୍ଲୀ ଯିବାକୁ ଚାହୁଁଛନ୍ତି। ପୁଣି ଥରେ ଦେଶରାଜଙ୍କ ସାମ୍ନାରେ ଏକ ବଡ ସମସ୍ୟା ଉପୁଜିଲା | ଦେଶରାଜ ଜାଣିଥିଲେ ଯେ ସେ ଏତେ ଟଙ୍କା ଜମା କରିପାରିବେ ନାହିଁ। କିନ୍ତୁ ସେ ହାର ମାନିନଥିଲେ। ସେ ତାଙ୍କ ଘର ବିକ୍ରି କରି ନାତୁଣୀକୁ ଦିଲ୍ଲୀରେ ନାମ ଲେଖାଇଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Wed Feb 24 , 2021
ରାଜ୍ୟର ୭ଟି ସହରରେ ବଢୁଛି ବାୟୁ ପ୍ରଦୂଷଣ । ଟ୍ୱିନ୍ ସିଟି ଭୁବନେଶ୍ୱର ଓ କଟକ ସମେତ ବାଲେଶ୍ୱର, ଅନୁଗୁଳ, ତାଳଚେର, ରାଉରକେଲା ଓ କଳିଙ୍ଗନଗରର ବାୟୁ ପ୍ରଦୂଷଣ ମାତ୍ରା କ୍ରମାଗତ ଭାବେ ବଢିଚାଲିଛି । ଆସନ୍ତା ଶୁକ୍ରବାର ଠାରୁ ଦିଲ୍ଲୀରେ ପ୍ରବେଶ କରିବାକୁ ହେଲେ, ସାଙ୍ଗରେ କରୋନାର ନେଗେଟିଭ ରିପୋର୍ଟ ଆଣିବାକୁ ପଡ଼ିବ। ଯଦି କେହି ନେଗେଟିଭ ରିପୋର୍ଟ ନ ଆଣିଥିବେ, ତା’ହେଲେ ତାଙ୍କୁ ଦିଲ୍ଲୀରେ ପ୍ରବେଶ ପାଇଁ […]

You May Like

Pin It on Pinterest