ବାସ୍ତବବ୍ୟୁରୋ:କରୋନା ମହାମାରୀ ମା ଆଖି ଆଗରେ ପୁଅ ଛଡାଇ ନେଉଛିତ,ସ୍ତ୍ରୀ ଆଗରେ ସ୍ୱାମୀ ମରିପଡ଼ୁଛି,ଚାରି କାନ୍ଧ ମିଳୁନି ଅନ୍ତିମ ଯାତ୍ରାପାଇଁ |ଏହି ସମୟରେଏହି ଦୁଖଦ କାହାଣୀ ଆଗ୍ରା ସହରର ଜୟପୁର ହାଉସ୍ ପୋଲିସ୍ ଆଉଟପୋଷ୍ଟ ଅଞ୍ଚଳର | ଜାହାନାର ଜଣେ ବାସିନ୍ଦା କରୋନା ଯୁଦ୍ଧରେ ହାରିଗଲେ | ମୋହିତ ନାମକ ତାଙ୍କ ପୁଅ ପିତାଙ୍କ ଶବକୁ ଶବଦାହକୁ ମୁକ୍ତିଧାମ ନେବା ପାଇଁ ଆମ୍ବୁଲାନ୍ସକୁ ଅନେକ ଥର କଲ କରି ମଧ୍ୟ ତାଙ୍କୁ କୌଣସି ଆମ୍ବୁଲାନ୍ସ ମିଳି ନଥିଲା।

ଶେଷରେ ଅସହାୟ ପୁଅ ତାଙ୍କ ପିତାଙ୍କ ମୃତଦେହକୁ ନିଜ କାରର ଛାତରେ ବାନ୍ଧି ମୁକ୍ତିଧାମ ନେଇଥିଲେ |ଏହି ସ୍ପର୍ଶକାତର ଦୃଶ୍ୟ ଦେଖିଥିବା ସମସ୍ତଙ୍କ ଆଖିରେ ଲୁହ ଆସିଯାଇଥିଲା | ସମସ୍ତେ କହୁଥିଲେ ଯେ କରୋନା ଏପରି ଦିନ ଦେଖାଉଛି ଯାହାକୁ ହୁଏତ କେହି କେବେ ଦେଖି ନ ଥିବେ |ହେ ଅମାନିଆ ମଣିଷ ସୁଧାରି ଯା କୋଭିଡ କଟକଣାରେ ବାନ୍ଧିରଖ ନିଜକୁ ଈଶ୍ୱର କରନ୍ତୁ ନିଜେ ସୁସ୍ଥ ରହିବା ସହ ଦୁନିଆକୁ ସୁସ୍ଥ ରଖିବାରେ ସହଯୋଗ କର |



