ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ AIIMS ରେ ଭର୍ତି ,ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ଆସୁ ଆରୋଗ୍ୟ କାମନା କରିଛନ୍ତି…

ବାସ୍ତବବ୍ୟୁରୋ(ନୂଆଦିଲ୍ଲୀ)ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଆସୁ ଆରୋଗ୍ୟ କାମନା କରିଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହେବା ପରେ ବୁଧବାର ସନ୍ଧ୍ୟାରେ ମନମୋହନ ସିଂଙ୍କୁ ଦିଲ୍ଲୀର ଏଆଇଏମ୍ଏସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ନିଶ୍ୱାସ ପ୍ରଶ୍ୱାସ ଏବଂ ଛାତି ଜନିତ ସମସ୍ୟାରେ ସେ ପୀଡିତ ଅଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର ଟ୍ୱିଟ୍ କରି କହିଛନ୍ତି ଯେ ମୁଁ ଡ.ମନମୋହନ ସିଂ ଜୀଙ୍କ ଆସୁ ଆରୋଗ୍ୟ ଏବଂ ସ୍ଵସ୍ଥ୍ୟ କାମନା କରୁଛି। ଏହାପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ମଧ୍ୟ ମନମୋହନ ସିଂଙ୍କୁ ଭେଟିବା ପାଇଁ AIIMS ରେ ପହଞ୍ଚିଥିଲେ।

ଶ୍ୱାସକ୍ରିୟାରେ ଅସୁବିଧା ଏବଂ ଛାତିରେ ଯନ୍ତ୍ରଣା ହେତୁ ମନମୋହନ ସିଂଙ୍କୁ AIIMS ଦିଲ୍ଲୀର କାର୍ଡିଓ ନ୍ୟୁରୋ ଟାୱାରରେ ସନ୍ଧ୍ୟା ୬ :୧୫ ରେ ଭର୍ତ୍ତି କରାଯାଇଥିଲା।

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ନ୍ୟୁରୋ ଡାକ୍ତର ଅଖଲ ଶ୍ରୀବାସ୍ତବ ଏବଂ ହୃଦୟ ଡାକ୍ତର ନୀତୀଶ ନାୟକଙ୍କ ଚିକିତ୍ସା କରୁଛନ୍ତି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ସ୍ଥିର ରହିଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଲାଞ୍ଜିଗଡ଼ ରେ ହାତୀ ଆତଙ୍କ ଉଜୁଡ଼ୁଛି ଘର ହେଲେ ମିଳୁଛି କେତେ କିଲୋ ଚାଉଳ ଓ ପଲିଥିନ ସହ ପ୍ରଶାସନର ମିଛ ଆଶ୍ୱାସନା ....

Thu Oct 14 , 2021
ଦୀପକ ସାହୁ (ଭବାନୀପାଟଣା)କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥ ରେଞ୍ଜ ଅଞ୍ଚଳରେ ଆଜିକୁ ୧ ମାସ ହେବ ହାତୀଶାଳ ପିଆରଏଫ ରେ ୨୫ରୁ ଉର୍ଦ୍ଧ୍ବ ଜଙ୍ଗଲି ହାତୀ ରହିଥିବା ବେଳେ କୁମଖାଲ,ବନ୍ଧପାରି,ବିଶ୍ୱନାଥପୁର ଓ ଚମ୍ପାଦେଇପୁର ପଞ୍ଚାୟତର ନିୟମିତ ଭାବେ ବିଭିନ୍ନ ଗ୍ରାମର ଲୋକଙ୍କ ଘର, ନଳକୂପ, ଧାନ, ମକା, ପନିପରିବା ଚାଷକୁ ନଷ୍ଟ କରି ଚାଲିଥିବା ବେଳେ ଗତ ରାତିରେ ଲାଞ୍ଜିଗଡ଼ ବନ ବିଭାଗ ଅଧୀନରେ ଥିବା […]

You May Like

Pin It on Pinterest