ପାକିସ୍ତାନକୁ ଆମେରିକାର ଶକ୍ତ ଝଟକା । ଏଣିକି ଆମେରିକା ଯିବା ପାଇଁ ପାକିସ୍ତାନ ନାଗରିକଙ୍କୁ ୩ମାସର ଭିସା ମିଳିବ । ତାହା ସହ ନୂଆ ଆଇନ୍ ଅନୂଯାୟୀ ଓ୍ବାର୍କି ଭିସା, ଜର୍ଣ୍ଣାଲିଷ୍ଟ ଭିସା, ଟ୍ରାନ୍ଫସର ଭିସା ଓ ଧାର୍ମିକ ଭିସା ପାଇଁ ଫି’ ମଧ୍ୟ ବୃଦ୍ଧି ପାଇଛି । ଦିନେ ଯେଉଁ ଭିସା ପାଇଁ ୩୨ ଡଲାର ଲଙ୍କଜ୍ଞରଥିଲା ଏବେ ତାକୁ ବୃଦ୍ଧିକରି ୩୮ ଡଲାର କରିଛି । ଭାରତ ଓ ପାକିସ୍ତାନର ପୁଲୱାମା ଆତଙ୍କୀ ହମଲାପରେ ସମସ୍ତ ଅନ୍ତରାଷ୍ଟ୍ରୀୟ ଚାପ ପଡ଼ିଛି । ପାକିସ୍ତାନ ବିରୋଧରେ ସମସ୍ତ ଦେଶ ଏକଜୁଟ ହେଉଥିବା ବେଳେ ଆମେରିକା ଏକ ଶକ୍ତ ଝଟକା ଦେଇଛି । ଆମେରିକାର ଏହି ବଡ଼ ପଦକ୍ଷେପ ଫଳରେ ପାକିସ୍ତାନର ନାଗରିକଙ୍କ ଭିସାର ଅବଧି କମିଜାଇଛି । ଫଳରେ ଏ ନେଇ ପାକିସ୍ତାନରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ ସୂଚନା ଦେଇଛନ୍ତି ।
ନୂଆ ନିୟମ ଅନୁସାରେ ଆମେରିକା ଯିବାକୁ ଥିବା ପାକିସ୍ତାନ ସାମ୍ବାଦିକଙ୍କ ପାଇଁ ବି ଅସୁବିଧା ବଢ଼ିଲା । ଏମାନଙ୍କୁ କେବଳ ୩ ମାସ ପାଇଁ ଭିସା ଦିଆଯିବ । ଆମେରିକା ଯାଉଥିବା ପାକିସ୍ତାନ ନାଗରିକଙ୍କୁ ଏକ ସଙ୍ଗରେ ୧୨ମାସ ପାଇଁ ଭିସା ମିଳିପାରିବ । ଯଦି ଜଣେ ଅଧିକ ଦିନ ରହିବାକୁ ଚାହିଁବ, ପୁଣି ପାକିସ୍ତାନ ଆସି ଭିସା ରିନ୍ୟୁ କରିବାକୁ ପଡ଼ିବ । ମିଳିଥିବା ସୂଚନା ଅନୁସାରେ, ୨୦୧୮ ମସିହାରେ ଆପ୍ଲାଇ କରିଥିବା ୩୮ ହଜାର ପକିସ୍ତାନୀଙ୍କୁ ଆମେରିକା ଭିସା ଦେବା ପାଇଁ ମନା କରିଥିଲା ।