ବାସ୍ତବ ବ୍ୟୁରୋ : ଗୁରୁବାର ଦିଲ୍ଲୀ-ଏନସିଆର ସମେତ ଅନେକ ରାଜ୍ୟରେ ବର୍ଷା ହେତୁ ପରିସ୍ଥିତି ସଂଗୀନ ହୋଇଛି । ଆଜି (ଶୁକ୍ରବାର) ମଧ୍ୟ ରାଜଧାନୀରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ ପକ୍ଷରୁ ‘ୟେଲୋ ଆଲର୍ଟ’ ଜାରି କରାଯାଇଛି ।

ସୂଚନାନୁଯାୟୀ, ଦିଲ୍ଲୀରେ ଆହୁରି ସପ୍ତାହକ ଯାଏଁ ଲଗାଣ ବର୍ଷା ଜାରି ରହିବ । ଏହା ବ୍ୟତୀତ ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ଲଗାତାର ବର୍ଷା ହେବାର ସମ୍ଭାବନା ରହିଛି । ଆଇଏମଡି ବିଜ୍ଞପ୍ତି ଅନୁଯାୟୀ, ୨୩ ସେପ୍ଟେମ୍ବର ଶୁକ୍ରବାର ଦିନ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ପଶ୍ଚିମ ଏବଂ ପୂର୍ବ ଉତ୍ତରପ୍ରଦେଶ, ପୂର୍ବ ରାଜସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଏହା ବ୍ୟତୀତ ଉତ୍ତର-ପୂର୍ବ ରାଜ୍ୟ ଅରୁଣାଚଳ ପ୍ରଦେଶ, ଆସାମ ଏବଂ ମେଘାଳୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ସେପଟେ ବର୍ଷା ପାଇଁ ରାଜଧାନୀ ପାଣିରେ ଭାସୁଛି । ଲୋକଙ୍କ ଜୀବନ ଯାତ୍ରା ଏକପ୍ରକାର ଠପ୍ ହୋଇଯାଇଛି । ବର୍ଷା ହେତୁ ନୋଏଡା ଏବଂ ଗ୍ରେଟର ନୋଏଡାର ପ୍ରଥମ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ବନ୍ଦ ରହିଛି ।



