ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନଲକ-୨ ନେଇ ଦେଶବାସୀଙ୍କୁ ସମ୍ବୋଧନ

ବାସ୍ତବ ବ୍ୟୁରୋ–ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି, ଆଜି ମଧ୍ୟରାତ୍ର ଠାରୁ ଆମେ ଅନଲକ-୨ରେ ପ୍ରବେଶ କରିବାକୁ ଯାଉଛେ । ଦେଶରେ କରୋନା ପ୍ରଭାବ ଦିନ କୁ ଦିନ ବଢ଼ି ଚାଲି ଥିବାରୁ ଆହୁରି ସତର୍କ ରହିବାକୁ ହେବ । ଏହା ସହ ଲକଡାଉନ ସମୟରେ କେନ୍ଦ୍ର ସରକାରଙ୍କ ତରଫ ରୁ ଦେଶର ଗରିବଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ଗ୍ରହଣ କରିଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ଲକଡାଉନ ସମୟରେ ଦେଶର ଗରିବ ନାଗରିକମାନଙ୍କ ପାଇଁ ଅର୍ଥ ଉପାର୍ଜନର ସମସ୍ତ ବାଟ ବନ୍ଦ ହେବା ପରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ମଧ୍ୟରେ ଆମେ ୧.୭୫ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛୁ । ଗତ ୩ମାସ ମଧ୍ୟରେ ୨୦କୋଟି ଗରିବ ପରିବାର ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରେ ୩୧,୦୦୦ କୋଟି ଟଙ୍କା ଜମା ହୋଇଛି । ଏଥିସହ ୯ କୋଟିରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୮୦୦୦ କୋଟି ଜମା ହୋଇଛି ।

ଆଗାମୀ ପାଞ୍ଚ ମାସ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ସରକାର ୮୦ କୋଟି ଗରିବ ଭାଇ-ଭଉଣୀଙ୍କୁ ମାଗଣା ରାସନ ପ୍ରଦାନ କରିବେ । ପରିବାରର ପ୍ରତ୍ୟେକ ସଦସ୍ୟ ୫ କିଲୋଗ୍ରାମ ଗହମ କିମ୍ବା ଚାଉଳ ପାଇବେ । ଏଥିସହ ପ୍ରତି ପରିବାରକୁ ମିଳିବ ୧ କିଲୋ ଡ଼ାଲି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶରେ ଅନଲକ୍-୧ ଆରମ୍ଭ ହେବା ଦିନଠାରୁ ବ୍ୟକ୍ତିଗତ ଏବଂ ସାମାଜିକ ଆଚରଣରେ ଅବହେଳା ବଢ଼ିବାରେ ଲାଗିଛି । ବର୍ତ୍ତମାନ ରାଜ୍ୟ ସରକାର, ସ୍ଥାନୀୟ ପ୍ରଶାସନ ଏବଂ ନାଗରିକମାନଙ୍କୁ ପୁନର୍ବାର ସମାନ ସତର୍କତା ଦେଖାଇବାକୁ ପଡିବ । କଣ୍ଟେଣ୍ଟମେଣ୍ଟ ଜୋନ୍ ଉପରେ ଆମର ଏକ ବିଶେଷ ଧ୍ୟାନ ରହିବା ଆବଶ୍ୟକ । ଯଦି କେହି ନିୟମର ଅବମାନନା କରୁଥିବାର ଆପଣ ଦେଖନ୍ତି, ତେବେ ସେମାନଙ୍କୁ ତାହା ନକରିବାକୁ ସେମାନଙ୍କୁ କୁହନ୍ତୁ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଅନ୍‌ଲକ୍‌-୨ନେଇ ରାଜ୍ୟ ସରକାରଙ୍କ ନୂଆ ନିର୍ଦ୍ଦେଶନାମା

Tue Jun 30 , 2020
ବାସ୍ତବ ବ୍ୟୁରୋ-ଆଜି କେନ୍ଦ୍ର ସରକାରଙ୍କ ଅନ୍‌ଲକ୍‌-୨ର ଘୋଷଣା ପରେ ରାଜ୍ୟ ସରକାର ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏନେଇ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି, ଆସନ୍ତା କାଲିଠାରୁ ସନ୍ଧ୍ୟା ୭ ଟା ପରିବର୍ତ୍ତେ ରାତି ୯ଟାରୁ ଭୋର ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ । ସେହିପରି ୫୦ରୁ ଅଧିକ କରୋନା ଆକ୍ଟିଭ୍‌ କେସ୍‌ ଥିବା ୧୦ ଜିଲ୍ଲାକୁ ଜୋନ୍‌-୧ ଭାବେ ରଖାଯାଇଛି […]

You May Like

Pin It on Pinterest