ଇଟାଲୀର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ….

ବାସ୍ତବ ବ୍ୟୁରୋ-ଇଟାଲୀର ଜର୍ଜିଆ ମେଲୋନୀ ରଚିଲେ ଇତିହାସ । ସେ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି । ବ୍ରଦର ଅଫ ଇଟାଲୀ ପାର୍ଟିର ନେତ୍ରୀ ଜର୍ଜିଆ ମେଲୋନୀ ପୂର୍ବତନ ପ୍ରଧାନମନ୍ତ୍ରୀ ମାରିୟୋ ଦ୍ରାଗୀଙ୍କୁ ବଡ଼ ବ୍ୟବଧାନରେ ପରାସ୍ତ କରିଛନ୍ତି ।

ଇଟାଲୀରେ ୧୯୪୫ ପରେ ୨୦୨୨ ପର୍ଯ୍ୟନ୍ତ ୭୭ ବର୍ଷରେ ୭୦ ଥର ସରକାର ବଳଦିଛି । ଜର୍ଜିଆ ମେଲୋନୀଙ୍କ ପ୍ରଧାନମନ୍ତ୍ରୀ ହେବା ସହିତ ଇଟାଲୀର ଫାଶିଷ୍ଟ ତାନାଶାହ ବେନିଟୋ ମୁସୋଲିନୀଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଏହାର ଅର୍ଥ ହେଲା ଯେ, ଜର୍ଜିଆ ମେଲୋନୀ ନିଜକୁ ମୁସୋଲିନୀଙ୍କ ସମର୍ଥକ ମନେ କରନ୍ତି । 

ସୂଚନାନୁଯାୟୀ,ଜର୍ଜିଆ ମେଲୋନୀ ୧୫ ବର୍ଷ ବୟସରେ ସେ ଇଟାଲୀ ସାମାଜିକ ଆନ୍ଦୋଳନ (MSI) ର ଯୁବ ୱିଙ୍ଗ୍ ୟୁଥ୍ ଫ୍ରଣ୍ଟରେ ଯୋଗ ଦେଇଥିଲେ। ଏହା ପରେ ସେ ଏହି ଆନ୍ଦୋଳନର ଛାତ୍ର ୱିଙ୍ଗର ସଭାପତି ମଧ୍ୟ ହୋଇଥିଲେ। ୨୦୦୮ ରେ ୩୧ ବର୍ଷ ବୟସରେ ଜର୍ଜିଆ ଯୁବ ଓ କ୍ରୀଡା ମନ୍ତ୍ରୀ ହୋଇଥିଲେ। ସେ ଇଟାଲୀର ସବୁଠାରୁ କନିଷ୍ଠ ମନ୍ତ୍ରୀ ଥିଲେ । ୨୦୧୨ ରେ, ଜର୍ଜିଆ ନିଜର ପାର୍ଟି “ବ୍ରଦର ଅଫ ଇଟାଲୀ” ଗଠନ କରିଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ନବରାତ୍ରୀ ତୃତୀୟ ଦିନ: ଆଜି ତୃତିୟା ଦେବୀ ଦୁର୍ଗାଙ୍କର ତୃତୀୟ ରୂପ ଚନ୍ଦ୍ରଘଣ୍ଟା, ମା'ଙ୍କୁଏହି ପଦ୍ଧତି ସହିତ ଉପାସନା କରନ୍ତୁ...

Wed Sep 28 , 2022
ଡ଼.ନବକିଶୋର ମିଶ୍ର ନବରାତ୍ରୀର ପବିତ୍ର ପର୍ବରେ ନଅ ଦିନରେ ନଅ ରୂପରେ ମା’ଙ୍କୁ ପୂଜା କରାଯାଏ | ୨୬ ସେପ୍ଟେମ୍ବରରୁ ଶାରଦୀୟ ନବରାତ୍ରୀ ପୂଜା ଆରମ୍ଭ ହୋଇଛି | ନବବ୍ରତଙ୍କ ତୃତୀୟ ଦିନରେ ମା ଚନ୍ଦ୍ରଘଣ୍ଟା ଙ୍କୁ ପୂଜା କରାଯାଏ। ନବରାତ୍ରୀଙ୍କର ତୃତୀୟ ଦିନ ଅର୍ଥାତ ୨୮ ସେପ୍ଟେମ୍ବର ୨୦୨୨ , ବୁଧବାର | ଦେବୀ ପୁରାଣଙ୍କ ଅନୁଯାୟୀ ଦେବୀ ଦୁର୍ଗାଙ୍କର ତୃତୀୟ ରୂପକୁ ଚନ୍ଦ୍ରଘଣ୍ଟା କୁହାଯାଏ। ଘଣ୍ଟା ଆକୃତିର […]

You May Like

Pin It on Pinterest