
ବାସ୍ତବ ବ୍ୟୁରୋ : ଚୀନର ଏକ ରସାୟନିକ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟି ୩୬ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ୨ଜଣ ଏବେବି ନିଖୋଜଥିବା ଜଣାପଡ଼ିଛି । ଅଗ୍ନିଶମ ବାହିନୀ ୪ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଛି ।
ଚୀନ୍ ମିଡିଆ ରିପୋର୍ଟ ଅନୁଯାୟୀ, ଚୀନର ହେନାନର ଓ୍ବେନଫାଙ୍ଗ ଜିଲ୍ଲାରେ ଏହି ଅଗ୍ନିକାଣ୍ଡ ଘଟିଛି । ସୋମବାର ଏକ ରସାୟନିକ ଉଦ୍ୟୋଗ କମ୍ପାନୀରେ ନିଆଁ ଲାଗିଥିଲା । ଖବର ପାଇ ୬୦ଟି ଦମକଳ ବାହିନୀ ୪ଘଣ୍ଟାର କଠିନ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲା । ନିଆଁ ଲାଗିବା ସମୟରେ କାରଖାନା ଭିତରେ ପ୍ରାୟ ୨୦୦ରୁ ଅଧିକ କର୍ମଚାରୀ ଥିଲେ ।