ଆଜି ଖାସ୍ ଖବର

 ଗତ ୨୪ ଘଣ୍ଟା ମଧ୍ୟରେ ୧୩୭୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୯୫୬୧ରେ ପହଞ୍ଚିଛି । ଏଥି ମଧ୍ୟରୁ ୭୯୭୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୩୯୬୦୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଏସସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର । ପୋଲିସ କମିଶନର କହିଛନ୍ତି ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର ଏସପିଙ୍କୁ ଏନେଇ ଆଲର୍ଟ କରାଯାଇଛି । ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲା ଏସପିଙ୍କୁ ମଧ୍ୟ ଜାଗ୍ରତ ରହିବାକୁ କୁହାଯାଇଛି ।  

 ୨ଜଣ ପଜିଟିଭ ଚିହ୍ନଟ ପରେ କନ୍ଧମାଳ ଜିଲ୍ଲା କ.ନୂଆଗାଁ ଚଣାପଦରର ଏକ ଅଞ୍ଚଳକୁ ସାତଦିନ ପାଇଁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।

କରୋନା ନିୟନ୍ତ୍ରଣ ପାଇଁ ଆଜିଠୁ ସାରା ଦେଶରେ ଟିକା ଉତ୍ସବ । ଆଜିଠୁ ୧୪ ତାରିଖ ଯାଏ ଚାଲିବ ଟିକା ଉତ୍ସବ । 

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ମତଦାନ ସମୟରେ କୁଚବିହାରରେ ହିଂସା ପରେ ନିର୍ବାଚନ ଆୟୋଗ କୌଣସି ନେତାଙ୍କୁ ୭୨ ଘଣ୍ଟା ଯାଏଁ ଜିଲ୍ଲାର ସୀମାକୁ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି ।

ଉତ୍ତର ପ୍ରଦେଶରେ କରୋନା ସ୍ଥିତି ନିୟନ୍ତ୍ରଣ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଧାର୍ମିକ ସ୍ଥଳରେ ଏକକାଳୀନ ୫ରୁ ଅଧିକ ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆ ନଯାଉ । ବଜାରରେ ବ୍ୟବସାୟୀଙ୍କ ସହତ କଥା ହୋଇ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି କାରବାର କରନ୍ତୁ ।

ଜମ୍ମୁକଶ୍ମୀରର ସୋପିଆ ଜିଲ୍ଲାର ହାଡ଼ିପୋରାରେ ସୁରକ୍ଷା ବାହିନୀର ଯବାନମାନେ ଆତଙ୍କବାଦୀଙ୍କ ଉପରେ ଏନ୍‌କାଉଣ୍ଟର କରିଛନ୍ତି । ଏହି ଏନକାଉଣ୍ଟରରେ ୨ ଜଣ ଅଜଣା ଆତଙ୍କବାଦୀ ନିପାତ ହୋଇଛନ୍ତି ।

NEET PG ତରଫ୍ ରୁ ଆସନ୍ତାକାଲି ଜାରି ହେବ ଆଡମିଟ୍ କାର୍ଡ । ଆବେଦନକାରୀମାନେ  nbe.edu.in ଏବଂ natboard.edu.in. ରୁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ।

ଆଜି ପର୍ଯ୍ୟନ୍ତ ସାରା ବିଶ୍ୱରେ ୧୩ କୋଟି ୫୯ ଲକ୍ଷ ୪୬ ହଜାର ୧୩୬ ଜଣ ଲୋକ କରୋନାରେ ସଂକ୍ରମିତ ହୋଇସାରିଥିବା ବେଳେ ୨୯ ଲକ୍ଷ ୩୮ ହଜାର ୭୫୭ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୦ କୋଟି ୯୩ ଲକ୍ଷ ୫୬ ହଜାର ୧୯୧ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୩୬ ଲକ୍ଷ ୫୧ ହଜାର ୧୮୮ ଜଣ ଲୋକ ସକ୍ରିୟ ଅଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

୧୮ ଦିନ ପର୍ଯ୍ୟନ୍ତ ହାଇଦର ବଡ଼ ମେଡିକାଲରେ କରୁଥିଲା କଣ ? କାହିଁକି ହେଲା ବୁର୍ଲାରୁ କଟକ ରେଫର ?

Sun Apr 11 , 2021
ବାସ୍ତବବ୍ୟୁରୋ: ୧୮ ଦିନ ପର୍ଯ୍ୟନ୍ତ ହାଇଦର ବଡ଼ ମେଡିକାଲରେ କରୁଥିଲା କଣ ?କାହିଁକି ହେଲା ବୁର୍ଲାରୁ କଟକ ରେଫର ?ଯଦି ସ୍ୱାସ୍ଥ ଭଲ ଥିଲା କାହିଁକି ଜେଲ ପଠାଯାଇନଥିଲା ? ଏମିତି ଅନେକ ପ୍ରଶ୍ନ ହେଲେ ଏ ପ୍ରଶ୍ନ ଆମର ନୁହେଁ ଖୋଦ ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ |ଚିକିତ୍ସା କରୁଥିବା ଡାକ୍ତରଙ୍କ ଉପରେ ସେ ପ୍ରଶ୍ନ ଉଠାଇଛନ୍ତି | ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହେବାପରେ, ଡିଜିଙ୍କ କ୍ୟାମ୍ପ ଅଫିସରେ […]

You May Like

Pin It on Pinterest