
ବାସ୍ତବ ବ୍ୟୁରୋ :ଢାକାଠାରେ ଖେଳାଯାଇଥିବା ୨ୟ ଦିନିକିଆରେ ଭାରତ ବାଂଲାଦେଶଠାରୁ ୫ ରନରେ ହାରିଯାଇଛି । ଏଥିସହ ବାଂଲାଦେଶ ଠାରୁ କ୍ରମାଗତ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ହାରି ସିରିଜ୍ ହରାଇଛି ଟିମ ଇଣ୍ଡିଆ।
ଏହି ମ୍ୟାଚରେ ବାଂଲାଦେଶ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଆରମ୍ଭରୁ ବେଶ କେତୋଟି ଓ୍ବିକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ମେହଦି ହାସାନ ମିରାଜ୍ ଲଢୁଆ ବ୍ୟାଟିଂ କରି ଭାରତର ଆଶାକୁ ନିରାଶାରେ ପରିଣତ କରିଦେଇଥିଲେ । ମିରଜାଙ୍କ ଶତକ ଯୋଗୁ ବାଂଲାଦେଶ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ ଚ୍ୟାଲେଞ୍ଜିଂ ୨୭୧ ରନ କରିବାକୁ ସକ୍ଷମ ହୋଇଛି।
ସେପଟେ ୨୭୨ରନର ପିଛା କରୁଥିବା ଟିମ ଇଣ୍ଡିଆ ଆରମ୍ଭରୁ ବିରାଟ କୋହଲି ଓ ଶିଖର ଧଓ୍ବନଙ୍କ ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । କିନ୍ତୁ ଶ୍ରେୟସ ଆୟର ଓ ଅକ୍ଷର ପଟେଲ ସତର୍କତାର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଆୟର ୮୨ ରନ ଓ ପଟେଲ ୫୬ ରନ କରିଥିଲେ । ଏହା ପରେ ଭାରତ ପୁଣି ଥରେ କିଛି ଓ୍ବିକେଟ ହରାଇଥିଲେ । ଆହତ ହୋଇଥିବା ରୋହିତ କିନ୍ତୁ ୯ମ ସ୍ଥାନରେ ଆସି ଲଢୁଆ ଖେଳ ପ୍ରଦର୍ଶନ କରିଥିଲେ । ସେ ୨୮ ବଲରେ ୫୧ ରନ କରି ଭାରତ ବିଜୟ ଆଶା ସଂଚାର କରିଥିଲେ ।ହେଲେ ସେ ଆଶା କେବଳ ଆଶାରେ ରହିଲା ଭାରତ ୫ ରନରେ ହାରି ହାରି ଯାଇଥିଲା ।



