ଆଜିର ଖାସ୍ ଖବର

ରାଜ୍ୟର ୬ଟି ବିଶ୍ୱବିଦ୍ୟାଳୟ କୁଳପତି ଚୟନ ପାଇଁ ପୁଣି ଥରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଅକ୍ଟୋବର ୩ ପର୍ଯ୍ୟନ୍ତ ଆବେଦନ କରିପାରିବେ ଆଶାୟୀ ।

ଯୁକ୍ତ୩ ନାମଲେଖା ପ୍ରକ୍ରିୟା ଆରମ୍ଭ: ଏଥର କେବଳ ଅନ୍‌ଲାଇନ୍‌ରେ ଆବେଦନ ଓ ନାମଲେଖା ପ୍ରକ୍ରିୟା ଅନୁଷ୍ଠିତ। ସେପ୍ଟେମ୍ବର ୨୨ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଆବେଦନ କରିପାରିବେ ।

‘ଓଡ଼ିଶାରୁ ପୁଣି ଚାଲୁ ହେଉ ଶ୍ରମିକ ସ୍ପେଶାଲ୍‌ ଟ୍ରେନ୍’: ‌ରେଳମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ ।

ସେପ୍ଟେମ୍ବର ୨୧ରୁ ନବମ-ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଆଂଶିକ ଭାବେ ଖୋଲିବ ବିଦ୍ୟାଳୟ, କେନ୍ଦ୍ର ସରକାର ଜାରି କଲେ ଏସଓପି ।

ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ନିଜର କାର୍ଯ୍ୟାଳୟ ଓ ସରକାରୀ ନିବାସରେ କାର୍ଯ୍ୟରତ ୪୦ ଜଣ କର୍ମଚାରୀ ଓ ପୋଲିସକର୍ମୀ କରୋନା ଭାଇରସ ସଂକ୍ରମଣ ଚିହ୍ନଟ ହେବା ପରେ ମାସକ ଲାଗି ନିଜକୁ ଆଇସୋଲେଟ କଲେ ଗହଲୋତ ।

ଆଜିଠୁ ପୁଣି ଚାଲିଲା ଦିଲ୍ଲୀ ମେଟ୍ରୋର ବ୍ଲୁ ଓ ପିଙ୍କ ଲାଇନରେ ମେଟ୍ରୋ ଟ୍ରେନ ସେବା ।

ଏଲଏସିରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ, ଭାରତ-ଚୀନ ଜଣେ ଅନ୍ୟକୁ ବିରୋଧ ।

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ନିଅଁ ଖୋଳା ଆରମ୍ଭ ହୋଇଛି।

ଭାରତରେ ପବ୍‌ଜି ନିଷିଦ୍ଧ ହେବାର କିଛି ଦିନ ପରେ ଚୀନ୍ ସହ ସମ୍ପର୍କ ତୁଟାଇଲା ଦକ୍ଷିଣ କୋରିଆର ଗେମିଂ ସଂସ୍ଥା ପବ୍‌ଜି ।

ସମଗ୍ର ବିଶ୍ୱରେ କରୋନାରେ ମୃତ୍ୟୁ ସଂଖ୍ୟା ୯ ଲକ୍ଷ ୮୫୮ରେ ପହଂଚିଛି । ୨ କୋଟି ୭୭ ଲକ୍ଷ ୨୧ ହଜାର ୪୪୧ ଜଣ ଲୋକ ସଂକ୍ରମିତ ହୋଇସାରିଛନ୍ତି । କୋଟିଏ ୯୮ ଲକ୍ଷ ୮ ହଜାର ୬୧୪ ଜଣ ସୁସ୍ଥ ହୋଇଥିବା ବେଳେ ୭୦ ଲକ୍ଷ ୧୧  ହଜାର ୯୬୯ ଜଣ ଲୋକ ସକ୍ରିୟ ଅଛନ୍ତି । 

ପାକିସ୍ତାନର ଜିଆରତ୍ ଘର୍‌ ପାର୍ବତ୍ୟ ଅଞ୍ଚଳରେ ଥିବା ଏକ ଶଙ୍ଖମର୍ମର ପଥର (ମାର୍ବଲ୍) ଖାଦାନ ଭୁଶୁଡ଼ି ଅନ୍ୟୂନ ୨୨ ମୃତ ଏବଂ  ଆହୁରି ଅନେକ ଖାଦାନ ଭିତରେ ଫସି ରହିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Thu Sep 10 , 2020
ଆସନ୍ତା ୧୩ରେ ଲଘୁଚାପ, ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା । ଆସନ୍ତା ୧୧ ତାରିଖରେ ରାଷ୍ଟ୍ରୀୟ ଶିକ୍ଷାନୀତି ଉପରେ ଦେଶବ୍ୟାପୀ ଜାଗରଣ ଅଭିଯାନ ଉଦ୍‌ଘାଟିତ ହେବ।  ୟୁଜି ଶେଷ ସେମିଷ୍ଟର ପରୀକ୍ଷା ପାଇଁ ଉତ୍କଳ ବିଶ୍ବବିଦ୍ୟାଳୟର ବିଜ୍ଞପ୍ତି : ୨୨ରୁ ପ୍ରାକ୍ଟିକାଲ, ୨୯ରୁ ଥିଓରି ପରୀକ୍ଷା । ୧୨ ତାରିଖରୁ ଓଡ଼ିଶାରୁ ଚାଲିବ ୩ଟି ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ ।  ସେପ୍ଟେମ୍ବର ୩୦ ପୂର୍ବରୁ ବିଧାନସଭା ଅଧିବେଶନ: ରହିବନି […]

You May Like

Pin It on Pinterest