ବାସ୍ତବ ବ୍ୟୁରୋ-ଆଜି ସକାଳ ୧୦ଟା ରେ କରୋନା ନେଇ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିଛନ୍ତି । ଭାରତରେ କରୋନା ସଂକ୍ରମଣ ସଂଖ୍ୟାକୁ ଦୃଷ୍ଟିରେ ରଖି ସାରା ଦେଶରେ ବଢ଼ିଛି ଲକଡାଉଡ଼୍ ଅବଧି । ସେ କହିଛନ୍ତି ଯେ ରାଜ୍ୟ ସରକାର ଓ ନାଗରିକମାନଙ୍କର ପରାମର୍ଶ କ୍ରମେ ଏ ଭଳି ନିଷ୍ପତ୍ତି ନିଆଯାଇଛି। ୨୧ ଦିନିଆ ଲକ୍ଡାଉନ୍ ପରି ଆମକୁ ଏହି ସମୟରେ ମଧ୍ୟ ଶୃଙ୍ଖଳିତ ହୋଇ ଚଳିବାକୁ ପଡ଼ିବ ବୋଲି ସେ କହିଛନ୍ତି।
ଦେଶବାସୀଙ୍କ ତପସ୍ୟା ଓ ତ୍ୟାଗ ପାଇଁ ଭାରତ ଏବେ ସୁଦ୍ଧା କରୋନାକୁ ମୁକାବିଲା କରିବାରେ ସଫଳ ହୋଇଛି । ଜନତା କଷ୍ଟ ସହିକି ଭାରତ ବର୍ଷକୁ ବଞ୍ଚାଇଛନ୍ତି । ଅନେ ଅସୁବଧା ସତ୍ୱେ ଲୋକେ ନିୟମକୁ କଡ଼ାକଡ଼ି ପାଳନ କରିଛନ୍ତି । ଘର ପରିବାର ଠାରୁ ଦୂରରେ ରହି ତାଲାବନ୍ଦକୁ ସମର୍ଥନ କରିଛନ୍ତି ଲୋକେ । ସମସ୍ତେ ଦେଶ ପାଇଁ ଜଣେ ଜଣେ ଅନୁଶାସିତ ସୀପାହି ପରି କର୍ତ୍ତବ୍ୟ କରୁଛନ୍ତି ।

ମୋଦି ସତର୍କ କରାଇ ଦେଇ ପୁଣି କହିଛନ୍ତି ଯେ ଏହି ବର୍ଦ୍ଧିତ ଲକ୍ଡାଉନ୍ର ପରବର୍ତ୍ତୀ ସପ୍ତାହକୁ ଅଧିକ କଠୋର କରାଯିବ। କରେରାନାଭାଇରସ୍ ସଂକ୍ରମଣ ପ୍ରତିହତ କରିବାକୁ ହଟ୍ସ୍ପଟ୍ଗୁଡ଼ିକୁ ପୃଥକ୍ ରଖାଯିବ। ତେବେ ୨୦ ଏପ୍ରିଲରୁ କିଛି ସ୍ଥାନରେ କୋହଳ ହେବ ଲକଡାଉନ୍ ନିୟମ । କରୋନା ବିରୋଧୀ ଲଢ଼େଇ ପାଇଁ ଲୋକଙ୍କୁ ଆଉ କିଛି ଦିନ କଷ୍ଟ କରିବା ପାଇଁ ପଡ଼ିବ ବୋଲି କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତରେ ବାର ମାସକୁ ତେର ପର୍ବ । ଦେଶର ବିଭିନ୍ନ ସ୍ଥାନରେ ଏବେ ଉତ୍ସବର ସମୟ । ହେଲେ ଲକଡାଉନ ବନ୍ଧନ ମଧ୍ୟରେ ଦେଶର ଲୋକ ଯେଉଁ ନିୟମ ପାଳନ କରୁଛନ୍ତି । ସଂଯମତା ରକ୍ଷା କରି ବିଭିନ୍ନ ଉତ୍ସବ ନିରାଡମ୍ବର ଭାବେ ଘରେ ରହି ପାଳନ କରୁଛନ୍ତି ।
ଆଜି ପୁରା ବିଶ୍ୱ କରୋନା ସହ ଲଢ଼େଇ କରୁଛି । କିନ୍ତୁ ଅନ୍ୟଦେଶ ତୁଳନାରେ ଭାରତର ପ୍ରୟାସ ଭଲ ଅଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
