ସାବରିମାଲା ମନ୍ଦିରରୁ ଫେରୁଥିବା ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ;୬୦ ଜଣ ଆହତ

ବାସ୍ତବ ବ୍ୟୁରୋ :ମଙ୍ଗଳବାର ଦିନ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ କେରଳର ଏକ ଘାଟିରେ ଖସିପଡି ୬୦ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ପୋଲିସର ସୂଚନାନୁସାରେ, ଭକ୍ତମାନେ ତାମିଲନାଡୁର ସାବରିମାଲା ମନ୍ଦିରରୁ ପ୍ରଭୁ ଆୟାପ୍ପାଙ୍କୁ ଦର୍ଶନ କରି ଫେରୁଥିଲେ। ଏହି ବସ୍ କେରଳର ପଠାନମିତ୍ର ଜିଲ୍ଲାରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଦୁର୍ଘଟଣାର କାରଣ ଜଣାପଡିନାହିଁ। ପୋଲିସ କହିଛି ଯେ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଇରାନ ସଂସଦର ଆଇନ୍ ପାସ୍: ହିଜାବ ନ ପିନ୍ଧିବାରୁ ୪୯ ଲକ୍ଷ ଜୋରିମାନା ସହ ମହିଳାଙ୍କ ପାସପୋର୍ଟ ଜବତ କରାଯିବ...

Tue Mar 28 , 2023
ବାସ୍ତବ ବ୍ୟୁରୋ:ମହିଳାଙ୍କ ଡ୍ରେସ କୋଡକୁ ନେଇ ଇରାନର ସଂସଦ ଏକ ନୂତନ ନିୟମ ପ୍ରଣୟନ କରିଛି। ଏହା ଅଧୀନରେ ଯଦି ମହିଳାମାନେ ହିଜାବ ପିନ୍ଧନ୍ତି ନାହିଁ, ତେବେ ତାଙ୍କୁ ୪୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିପାରେ। ଇରାନର ସାଂସଦ ହୁସେନି ଜଲାଲୀ ଏହି ସୂଚନା ଦେଇଛନ୍ତି। ଜଲାଲୀ କହିଛନ୍ତି ଯେ ଜରିମାନା ବ୍ୟତୀତ ଯଦି ମହିଳାମାନେ ନୂଆ ଡ୍ରେସ କୋଡ ପାଳନ ନକରନ୍ତି, ତେବେ ସେମାନଙ୍କ ପାସପୋର୍ଟ […]

You May Like

Pin It on Pinterest