ଆଜିର ଖାସ୍ ଖବର

ଲଘୁଚାପ ପ୍ରଭାବରେ ଦୁଇଦିନ ପ୍ରବଳ ବର୍ଷା ସମ୍ଭାବନା ।

ଏମ୍‌ଏସ୍‌ଏମ୍‌ଇ ଋଣ ପ୍ରଦାନରେ ଗଞ୍ଜାମ ଜିଲ୍ଲା ପ୍ରଥମ ।

ଭବାନୀପାଟଣା ସହର ଓ ନୀଳଗିରି ଏନଏସି ସଟ୍‌ଡାଉନ ।

ନବନିଯୁକ୍ତ ସିଏଜି ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

“ସୁନାମି ପ୍ରସ୍ତୁତି” ନେଇ ଓଡ଼ିଶାର ଦୁଇଟି ଗାଁକୁ ମିଳିଲା ୟୁନେସ୍କୋ ମାନ୍ୟତା।ଗୋଟିଏ ଜଗତସିଂହପୁରର ନୋଳିଆ ସାହି ଥିବା ବେଳେ ଅନ୍ୟଟି ଗଂଜାମ ଜିଲ୍ଲାର ଭେଙ୍କଟରାୟପୁର ରହିଛି ।

ମାଲକାନଗିରି ଜିଲ୍ଲାପାଳଙ୍କ ନୂଆ ନିୟମ, ସରକାରୀ କର୍ମଚାରୀଙ୍କ କ୍ବାରେଣ୍ଟାଇନ ଅବଧିକୁ ବ୍ୟକ୍ତିଗତ ଛୁଟି ଧରାଯିବ।

ଦେଶର ଶ୍ରେଷ୍ଠ ୧୦୦ ପ୍ରତିଷ୍ଠାନ ତାଲିକାରେ ଓଡ଼ିଶାର ୭ଟି ସରକାରୀ ଓ ୪ଟି ବେସରକାରୀ ଶିଳ୍ପ ପ୍ରତିଷ୍ଠାନ (ITI)।

ଭାରତରେ ୨୦,୨୭,୦୭୫ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ୧୩୭୮୧୦୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ବାକି ୪୧୫୮୫ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୦୭୩୮୪ ରହିଛି ।

ନୂଆ ଶିକ୍ଷା ନୀତି ନେଇ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦୀ ।

ପତଞ୍ଜଳି ଆୟୁର୍ବେଦକୁ ୧୦ ଲକ୍ଷ ଟଙ୍କା ଜୋରିମାନା; ୨୧ ତାରିଖ ସୁଦ୍ଧା ଜମା ଦେବାକୁ ମାଡ଼୍ରାସ ହାଇକୋର୍ଟଙ୍କ ନିର୍ଦେଶ।

ସଂସଦୀୟ ନିର୍ବାଚନର ସଫଳ ପରିଚାଳନା ପାଇଁ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ମୋଦୀ।

ଅପରିବର୍ତ୍ତିତ ରହିବ ରେପୋ ରେଟ୍ : ରେପୋ ରେଟ୍ ୪ ପ୍ରତିଶତ ଓ ରିଭର୍ସ ରେପୋ ୩ ଦଶମିକ ୫ ପ୍ରତିଶତରେ ସ୍ଥିର; କମିବ ନାହିଁ ଲୋନ୍ ଇଏମଆଇ, ଆରବିଆଇର ତ୍ରୟମାସିକ ନିଷ୍ପତ୍ତି, ସୁନା ଦାମର ୯୦ ପ୍ରତିଶତ ଯାଏଁ ମିଳିବ ଋଣ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ନୂତନ ଶିକ୍ଷା ନୀତି, "କେବଳ ସର୍କୁଲାର ନୁହେଁ, ଏକ ନୂତନ ଭାରତ ସୃଷ୍ଟି କରିବାର ମୂଳଦୁଆ"-ପ୍ରଧାନମନ୍ତ୍ରୀ ମୋଦୀ

Fri Aug 7 , 2020
ବାସ୍ତବ ବ୍ୟୁରୋ-ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦେଶର ନୂତନ ଜାତୀୟ ଶିକ୍ଷା ନୀତି ଉପରେ ନିଜର ବକ୍ତବ୍ୟ ଦେଇଛନ୍ତି । ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଉଦବୋଧନ ଦେଇଛନ୍ତି କହିଛନ୍ତି ଯେ, ତିନିରୁ ଚାରି ବର୍ଷ ଅନେକ ଆଲୋଚନା ଏବଂ ବିଚାର ପରେ ନୂତନ ଶିକ୍ଷା ନୀତି ଅନୁମୋଦନ କରାଯାଇଛି । ଆଜି ପ୍ରତ୍ୟେକ ବିଚାରଧାରା  ଲୋକମାନେ ଏହି ପ୍ରସଙ୍ଗକୁ ନେଇ ଆଲୋଚନା କରୁଛନ୍ତି । ଆଜି […]

You May Like

Pin It on Pinterest