
ବାସ୍ତବ ବ୍ୟୁରୋ:ଭାରତରେ ବିବାହରେ ବରକୁ ଯୌତୁକ ଦେବା ଏହା ଏକ ସାଧାରଣ କଥା, କିନ୍ତୁ ଚାଇନାରେ ଏହାର ବିପରୀତ ଘଟଣା ଘଟୁଛି। ଏଠାରେ ବରକୁ ବିବାହ ପାଇଁ ଯୌତୁକ ଦେବାକୁ ପଡେ । ଚାଇନାରେ ସାଧାରଣ ଭାଷାରେ ବାହାଘର ପାଇଁ ବର ଦେଉଥିବା ଯୌତୁକକୁ କେଲ୍ଲୀ କୁହାଯାଏ । ଏଥିପାଇଁ ସରକାର ମହିଳାମାନଙ୍କୁ ଯୌତୁକ ନ ନେବା ପାଇଁ ଶପଥ କରାଉଛନ୍ତି। କେତେକ ପ୍ରଦେଶରେ ବରକୁ ୧୬ ଲକ୍ଷ ୪୭ ହଜାର ଟଙ୍କା ଦେବାକୁ ପଡେ । ଅନେକ ସ୍ଥାନରେ ପିତାମାତାମାନେ ପୁଅମାନଙ୍କୁ ବିବାହ କରିବାରେ ଦେବାଳିଆ ହୋଇଯାଆନ୍ତି ।
ଏହି ଯୌତୁକ ବ୍ୟବସ୍ଥାକୁ ରୋକିବା ପାଇଁ ସ୍ଥାନୀୟ ସରକାର ଡାଇଜିଆପୁ ପରି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଚାର କରୁଛନ୍ତି। ଏପରିକି କେତେକ ସହରର କର୍ତ୍ତୃପକ୍ଷ କେଲ୍ଲୀ ଉପରେ କଟକଣା ଲଗାଇଛନ୍ତି ଏବଂ ବେଳେବେଳେ ବରକନ୍ୟା ଏବଂ ପରିବାର ସହ ସିଧାସଳଖ କଥା ହେବାକୁ ଚେଷ୍ଟା କରୁଛନ୍ତି।ଚାଇନାରେ ପୁରୁଷଙ୍କ ଅଭାବ ହେତୁ ଏହି ପ୍ରଥା ଦେଖା ଦେଇଛି। ଏହାକୁ ରୋକିବାକୁ ସରକାର ଚେଷ୍ଟା କରୁଛନ୍ତି। ଝିଅ ଘର ଯୌତୁକ ନେବେ ନାହିଁ ବୋଲି ଲୋକଙ୍କଠାରୁ ଏକ ଆଫିଡେଭିଟ୍ ସାଇନ କରାଉଛନ୍ତି ।
ପୁଅମାନଙ୍କ ବିବାହ ହେତୁ ପିତାମାତା ଦେବାଳିଆ ହେଇ ଯାଉଛନ୍ତି। ଜୀବନ ସାରା ରୋଜଗାର କରିଥିବା ଧନ ସବୁ ବିବାହରେ ଖର୍ଚ୍ଚ ହେଉଥିବାରୁ ଏହି ପରିସ୍ଥିତି ସୃଷ୍ଟି ହେଉଛି |
ବାସ୍ତବରେ, କୋଏମ୍ବାଟୁର ବିଶ୍ୱବିଦ୍ୟାଳୟର ଆନ୍ଥ୍ରୋପୋଲୋଜିର ପ୍ରଫେସର ଗୋନସାଲୋ ସାଣ୍ଟୋସ ବିଶ୍ୱାସ କରନ୍ତି ଯେ ଚାଇନାର ଅଧିକାଂଶ ନିୟମ ମହିଳାମାନଙ୍କୁ କେନ୍ଦ୍ରରେ ରଖାଯାଇ ବନା ଯାଉଛି ଯାହା ଠିକ୍ ନୁହେଁ। ପ୍ରଫେସର କହିଛନ୍ତି ଯେ ମହିଳାମାନେ ଯୌତୁକ ନ ନେବାକୁ ଶପଥ କରାଉଥିବା ସରକାର ଭୁଲିଯାଆନ୍ତି ଯେ ନିଜର ଏକ ଶିଶୁ ନୀତି ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଛି।