
ବାସ୍ତବ ବ୍ୟୁରୋ: ଏନସିପି ମୁଖ୍ୟ ଶରଦ ପାୱାର ଦୁଇ ଦଶଂଧି ଧରି ରହିଥିବା ଦଳ ଏନସିପିର ଜାତୀୟ ସଭାପତି ପଦରୁ ଇସ୍ତଫା ଘୋଷଣା କରିଛନ୍ତି।
ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶରଦ କହିଛନ୍ତି, ‘ମୁଁ ଏନ୍ସିପିର ସଭାପତି ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି।’ ସେ ଏହି ଘୋଷଣା କରିବା ପରେ ତାଙ୍କୁ ଉପସ୍ଥିତ ଜନତା ଖୁସିରେ ପାଟି ଚିଲାଇ ଶୁଭେଚ୍ଛା ଜଣାଇଥିଲେ।
ତେବେ ଶରଦ ଏକଥା ସ୍ପଷ୍ଟ କରିଛନ୍ତି ଯେ ସେ ରାଜନୀତିରୁ କିନ୍ତୁ ସନ୍ୟାସ ନେଉନାହାନ୍ତି। ଯଦିଓ ସେ ଏନ୍ସିପି ସଭାପତି ପଦରୁ ଇସ୍ତଫା ନେଉଛନ୍ତି କିନ୍ତୁ ଜନତାଙ୍କ ଜୀବନରୁ ଦୂରେଇ ଯାଉନାହାନ୍ତି ବୋଲି ଘୋଷଣା କରିଛନ୍ତି।
ନିକଟ ଅତୀତତେ ଶରଦ କହିଥିଲେ ଯେ “ରୁଟି ଓଲଟାଇବାର ସମୟ ଆସିଛି। ମୁମ୍ବାଇରେ ଯୁବା ମନ୍ଥନ କାର୍ଯ୍ୟକ୍ରମରେ ସେ କହିଥିଲେ କି, କେହି ମୋତେ କହିଥିଲେ ଯେ ରୁଟିକୁ ଠିକ୍ ସମୟରେ ଓଲଟାଇବାକୁ ପଡିଥାଏ। ଯଦି ରୁଟି ଠିକ ସମୟରେ ନ ଓଲଟା ଯାଏ, ତେବେ ଏହା ପୋଡ଼ିଯାଇଥାଏ। ବର୍ତ୍ତମାନ ରୁଟିକୁ ଓଲଟାଇବା ପାଇଁ ଉପଯୁକ୍ତ ସମୟ ଆସିଛି, ଏଥିରେ କୌଣସି ବିଳମ୍ବ ହେବା ଉଚିତ୍ ନୁହେଁ। ଏହି ପରିପ୍ରେକ୍ଷୀରେ ମୁଁ ଦଳର ବରିଷ୍ଠ ନେତାମାନଙ୍କୁ ଏହା ଉପରେ କାର୍ଯ୍ୟ କରିବାକୁ ଅନୁରୋଧ କରୁଛି।”