ପୁଣି ଥରେ ଅଶାନ୍ତ ପାକିସ୍ତାନ: ଫୁଟିଲା ଗୁଳି; ଚାଲିଗଲା ୧୬ ଜୀବନ

ବାସ୍ତବ ବ୍ୟୁରୋ: ପୁଣି ଥରେ ଅଶାନ୍ତ ପାକିସ୍ତାନ । ଗୁଳି ଫୁଟିବା ସହ ୧୬ ନିରୀହ ଜୀବନ ଚାଲି ଯାଇଥିବା ବେଳେ ବହୁ ଜଣ ଗୁରୁତର ହୋଇ ମରଣ ସହ ସଂଘର୍ଷ କରୁଛନ୍ତି। ଏପରି ଏକ ଅଘଟଣ ଗତକାଲି ପାକିସ୍ତାନର ଉତ୍ତର-ପଶ୍ଚିମାଞ୍ଚଳର ଏକ କୋଇଲା ଖାଦାନରେ ଘଟିଥିଲା ।

ସୂଚନାନୁଯାୟୀ, ପେଶୱାରଠାରୁ ପ୍ରାୟ ୩୫ କିମି ଦୂରରେ ଥିବା କୋହାଟ ଜିଲ୍ଲାର ଡାରା ଆଡାମ ଖେଲ କୋହଟ ଅଞ୍ଚଳରେ ଥିବା ଏକ ଖଣିର ସୀମାକୁ ନେଇ ସନିଖେଲ ଏବଂ ଜରଧୁନ ଖେଲ ନାମକ ୨ ଜନଜାତି ସମ୍ପ୍ରଦାୟ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା।

ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହେବାରୁ ଘଟଣାସ୍ଥଳରେ ୧୬ ଜଣ ଟଳି ପଡ଼ିଛନ୍ତି। ସେହିପରି ବହୁ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ନିମନ୍ତେ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଖବର ପାଇ ପୁଲିସ୍‌ ଓ ଅନ୍ୟ ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ। ଏହି ଘଟଣାରେ ଡାରା ଆଦାମ ଖେଲ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି।

ଡାରା ଆଡାମ ଖେଲ କୋହଟ କୋଇଲା ଖଣିର ସୀମାକୁ ନେଇ ସନିଖେଲ ଏବଂ ଜରଧୁନ ଖେଲ ଜନଜାତିଙ୍କ ମଧ୍ୟରେ ବିଗତ କିଛି ବର୍ଷ ଧରି ବିବାଦ ଲାଗି ଆସୁଛି। ଏହି ସମସ୍ୟାର ସମାଧାନ ପାଇଁ ଅନେକ ସମନ୍ୱୟ ବୈଠକ ବସିଥିଲେ ବି ସମାଧାନର ବାଟ ବାହାରି ପାରୁନି। ଫଳରେ ଏହି ଘଟଣାକୁ ନେଇ ବାରମ୍ବାର ୨ ଗୋଷ୍ଠୀ ମୁହାଁମୁହିଁ ହେଉଥିବା ବେଳେ ବିଭିନ୍ନ ସମୟରେ ଜୀବନ ହାନୀ ହେଉଛି।

ସେୟାର କରନ୍ତୁ

Next Post

ବିଜେଡି ବିଧାୟକ ଶଶିଭୂଷଣ ବେହେରାଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ

Tue May 16 , 2023
ବାସ୍ତବ ବ୍ୟୁରୋ: କେନ୍ଦ୍ରାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶଶିଭୂଷଣ ବେହେରା ଓ ତାଙ୍କ ପରିବାର ନାଁରେ ବଧୂ ନିର୍ଯାତନା ଅଭିଯୋଗ ଆସିଛି।ତାଙ୍କ ବୋହୂ ରୋନାଲି ବେହେରା କରିଛନ୍ତି ଏହି ଅଭିଯୋଗ। ରୋନାଲି ଶ୍ୱଶୁର ଶଶିଭୂଷଣ ବେହେରାଙ୍କ ସହିତ ସ୍ୱାମୀ ସତ୍ୟପ୍ରକାଶ ବେହେରା, ଶାଶୁ ସୁପ୍ରଭା ମହାନ୍ତି, ନଣଦ ସୁଶ୍ରୀ ଭାରତୀ ବେହେରା ଓ ମାଉସୀ ଶାଶୁ ପ୍ରତିଭା ମହାନ୍ତିଙ୍କ ନାଁରେ ଏଫଆଇଆର ଦେଇଛନ୍ତି। ଗତ ମାର୍ଚ୍ଚ ୩ ତାରିଖରୁ […]

You May Like

Pin It on Pinterest