ଆସାମ କୁ ମିଳିଲା ପ୍ରଥମ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’; ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ବାସ୍ତବ ବ୍ୟୁରୋ: ଆସାମ କୁ ମିଳିଲା ପ୍ରଥମ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ମାଧ୍ୟମରେ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌’ ଚଳାଚଳ ଶୁଭାରମ୍ଭ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରଥମ ‘ଉତ୍ତରପୂର୍ବ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌’ ଚଳାଚଳ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ସହିତ ଉତ୍ତରପୂର୍ବରେ ଯୋଗାଯୋଗ ସମୃଦ୍ଧ କରିବ।

ଆସାମର ପୂର୍ବତନ ସରକାରମାନଙ୍କୁ ବିଦ୍ରୂପ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ୨୦୧୬ରେ ‘ବିଜେପି’ ସରକାର କ୍ଷମତାକୁ ଆସିବା ପୂର୍ବରୁ ଦୀର୍ଘ ଦିନ ଧରି ବିକାଶର ଚିହ୍ନବର୍ଣ୍ଣ ନ ଥିଲା।

ଏହାଛଡ଼ା, ପ୍ରଧାନମନ୍ତ୍ରୀ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ମାଧ୍ୟମରେ ‘ନୂତନ ବୋଙ୍ଗେଇଗାଓଁ-ଦୁଧୋନି-ମେଣ୍ଡିପଥର’ ଏବଂ ‘ଗୌହାଟି-ଚପରମୁଖ’ର ବୈଦ୍ୟୁତୀକରଣ ସେକ୍‌ସନ୍‌କୁ ଉଦ୍‌ଘାଟନ କରିଛନ୍ତି। ‌ଏଥିସହ ସେ ଲୁମ୍‌ଡିଙ୍ଗ୍‌ରେ ‘ଡିଇଏମ୍‌ୟୁ/ଏମ୍‌ଇଏମ୍‌ୟୁ ସେଡ୍‌’ (ଟ୍ରେନ୍‌ ୱାର୍କସପ୍‌) ମଧ୍ୟ ଉଦ୍‌ଘାଟନ କରିଛନ୍ତି।

ଆସାମର ଗୌହାଟି ଓ ପଶ୍ଚିମବଙ୍ଗର ନୂଆ ଜଲ୍‌ପାଇଗୁଡ଼ିକୁ ସଂଯୋଗ କରୁଥିବା ଏହି ଟ୍ରେନ୍‌ ସମ୍ପ୍ରତି ଦୁଇ ସ୍ଥାନ ମଧ୍ୟରେ ଚଳାଚଳ କରୁଥିବା ସବୁଠୁ ଦ୍ରୁତଗାମୀ ଟେନ୍‌ ଅପେକ୍ଷା ୧ଘଣ୍ଟା ଯାତ୍ରା ସମୟ କମାଇବ ବୋଲି ଆଶା କରାଯାଉଛି। ୫ ଘଣ୍ଟା ୩୦ ମିନିଟ୍‌ ଭିତରେ ଏହା ୪୧୦ କିଲୋମିଟର୍‌ ଦୂରତ୍ବ ଅତିକ୍ରମ କରିବ।

ସୂଚନାଯୋଗ୍ୟ, ଏହା ହେଉଛି ଉତ୍ତରପୂର୍ବ ଭାରତରେ ସର୍ବ ପ୍ରଥମ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ଏବଂ ଏହା ହେଉଛି ଦେଶର ୧୮ଶ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ସେବା।

ସେୟାର କରନ୍ତୁ

Next Post

ନତକାଇ ବାଘୁଆ ପୋଖରୀରେ ବିଷ ପକାଇଲେ ଦୁର୍ବୁତ୍ତ....

Tue May 30 , 2023
ନିରଞ୍ଜନ ବସ୍ତିଆ (ନିଶ୍ଚିନ୍ତକୋଇଲି) : ନତକାଇ ପଞ୍ଚାୟତ ଅଧିନରେ ଥିବା ବାଘୁଆ ପୋଖରୀରେ ରବିବାର ରାତିରେ କେହି ଦୁର୍ବୁତ୍ତ ବିଷ ପକାଇ ଦେଇଥିଲେ । ସୋମବାର ସକାଳେ ପୋଖରୀ ଚାରିପଟେ ମଲା ମାଛ ଭାସୁଥିବାର ଲୋକେ ଦେଖି ଏଠାରେ ମାଛ ଚାଷ କରିଥିବା ସ୍ୱୟଂ ସହାୟିକା ଗୋଷ୍ଠୀକୁ ଖବର ଦେଇଥିଲେ । ଗୋଷ୍ଠୀର ସଦସ୍ୟାମାନେ ପୋଖରୀରେ ମାଛ ମରିଯାଇଥିବା ଏବଂ ପାଣିରୁ ଦାନାଦାର ବିଷର ଦୁର୍ଗନ୍ଧ ବାରି ତାଙ୍କର କେହି […]

You May Like

Pin It on Pinterest