ଉପ ମୁଖ୍ୟମନ୍ତ୍ରୀ ହେଲେ ଅଜିତ ପାୱାର

ବାସ୍ତବ ବ୍ୟୁରୋ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଏକନାଥ ସିନ୍ଦେଙ୍କ ସରକାରରେ ଯୋଗ ଦେଇଛନ୍ତି ଏନସିପିର ବରିଷ୍ଠ ନେତା ଅଜିତ ପାୱାର । ଅଜିତ ପାୱାରଙ୍କ ସହ ଛଗନ ଭୁଜବଳ ଓ ୨୯ରୁ ଅଧିକ ବିଧାୟକ ଯୋଗ ଦେଇଛନ୍ତି । ଅଜିତ ପାୱାର ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ଭେଟିଥିଲେ। ଏହାପରେ ଅଜିତ ପାୱାର ମହାରାଷ୍ଟ୍ରର ନୂଆ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କ ସହ ଆଉ ୯ ଜଣ ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଆଜି ରାଜଭବନରେ ରାଜ୍ୟପାଳ ରମେଶ ବୈଷ ଅଜିତଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବାବେଳେ ଛଗନ ଭୁଜବଳ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି।

ଅଜିତ ପାୱାରଙ୍କ ଶପଥ ପାଠ ପରେ ମହାରାଷ୍ଟ୍ରରେ ଦୁଇ ଜଣ ଉପ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ପୂର୍ବରୁ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ଉପ ମୁଖ୍ୟମନ୍ତ୍ରୀ ପଦରେ ଥିବା ବେଳେ ଆଜି ଅଜିତ ପାୱାର ଉପ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

ଧରମରାଓ ଅତରମ, ସୁନୀଲ ବାଲସାଡେ, ଅଦିତି ତାଟକାରେ, ହାସନ ମୁଶରିଫ, ଚଗନ ଭୁଜବଳ, ଧନଞ୍ଜୟ ମୁଣ୍ଡେ, ଅନୀଲ ପାଟିଲ, ଦିଲୀପ ଭାଲସେ ପାଟିଲ ମଧ୍ୟ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ହୋଇଛନ୍ତି।

କିଛି ଦିନ ତଳେ ଅଜିତ ପାୱାର ବିରୋଧୀ ଦଳ ନେତା ପଦରେ ଆଉ ରହିବାକୁ ଇଚ୍ଛା ନାହିଁ ବୋଲି କହିଥିଲେ। ସେତେବେଳେ ଆକଳନ କରାଯାଉଥିଲା ଯେ ସେ ଓ ତାଙ୍କ ସହ ଥିବା ପ୍ରାୟ ୨୯ ଜଣ ବିଧାୟକ ମହାରାଷ୍ଟ୍ର ସରକାରଙ୍କୁ ସମର୍ଥନ କରିବେ। ଏବେ ସତକୁ ସତ ଅଜିତ ପାୱାର ମହାରାଷ୍ଟ୍ର ସରକାରରେ ସାମିଲ ହୋଇଛନ୍ତି। ଏହା ବଦଳରେ ତାଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ମିଳିଛି।

ସେୟାର କରନ୍ତୁ

Next Post

‘ଆଇଆଇଟି’-ଖଡ଼ଗପୁର ଲାଲ୍‌ ବାହାଦୁର ଶାସ୍ତ୍ରୀ ହଲ୍‌ରେ ଅଗ୍ନିକାଣ୍ଡ

Sun Jul 2 , 2023
ବାସ୍ତବ ବ୍ୟୁରୋ: ଶନିବାର ପାହାନ୍ତାରେ ପଶ୍ଚିମବଙ୍ଗସ୍ଥିତ ‘ଆଇଆଇଟି’-ଖଡ଼ଗପୁରର ଲାଲ୍‌ ବାହାଦୁର ଶାସ୍ତ୍ରୀ ହଲ୍‌ ଅଫ୍‌ ରେସିଡେନ୍‌ସ୍‌ (ଏଲ୍‌ବିଏସ୍‌ ହଲ୍‌) ନାମରେ ଜଣାଶୁଣା ‘କମନ୍‌ରୁମ୍‌’ରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ସମ୍ବାଦ ସରବହରା ସଂସ୍ଥାନ ‘ପିଟିଆଇ’ ରିପୋର୍ଟ କରିଛି। ଅଗ୍ନିକାଣ୍ଡ ସମୟରେ ଉତ୍ତୋଳିତ ଭିଡିଓରେ ଦେଖାଯାଉଛି, ହୁତୁହୁତୁ ହୋଇ ଜଳୁଥିବା ‘ଏଲ୍‌ବିଏସ୍‌ ହଲ୍‌’ରୁ ପ୍ରବଳ ଧୂଆଁ ବାହାରୁଛି। ସୂଚନାନୁଯାୟୀ, ଗତ ରାତି ପ୍ରାୟ ୩ଟା ବେଳେ ‘ଆଇଆଇଟି’ର ଲାଲ୍‌ ବାହାଦୁର ଶାସ୍ତ୍ରୀ ହଲ୍‌ରେ […]

You May Like

Pin It on Pinterest