ଆଜିର ଖାସ୍ ଖବର

କୋଭିଡ – ୧୯ ଲାଗି ଭାରତରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସର ନାଗରିକଙ୍କ ଟିକାକରଣରେ ୬୭, ୧୯୩ କୋଟି ଟଙ୍କା ଖର୍ଚ୍ଚ ହେବ ।  ଏଥିରେ ମୋଟ ରାଜ୍ୟ ଗୁଡ଼ିକ ପାଇଁ ୪୬ ହଜାର ୩୨୩ କୋଟି ଟଙ୍କା ଖର୍ଚ୍ଚ ରହିଛି । 

ଗତ ୨୪ ଘଣ୍ଟା ମଧ୍ୟରେ ୬୨୧୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୭୩କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୯୪୬୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୯୧୧୭ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୫୩୫୫୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।  

ଅନୁଗୁଳରେ କୋଭିଡ଼ କଟକଣା କଡ଼ାକଡ଼ କଲା ଜିଲ୍ଲା ପ୍ରଶାସନ ।  ଅନୁଗୁଳ ସମସ୍ତ ସହରାଞ୍ଚଳ ସୋମବାର ପର୍ଯ୍ୟନ୍ତ ସଟଡାଉନ । 

ଖୋର୍ଦ୍ଧା-ରୋଡ୍ ରେଳ ମଣ୍ଡଳ ଅନ୍ତର୍ଗତ ଶାଳଗାଁ ଓ ରାଜଆଠଗଡ ଷ୍ଟେସନ ମଧ୍ୟରେ ତୃତୀୟ ଓ ଚତୁର୍ଥ ଲାଇନ୍ କାର୍ଯ୍ୟକ୍ଷମ ପାଇଁ ରାଜଆଠଗଡ଼ ଷ୍ଟେସନ ଠାରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ସମ୍ପାଦନ କରାଯିବ । ତେଣୁ ରାଉରକେଲା – ଭୁବନେଶ୍ୱର – ରାଉରକେଲା ଏବଂ ସମ୍ବଲପୁର – ପୁରୀ – ସମ୍ବଲପୁର ବିଶେଷ ଟ୍ରେନ ଦୁଇଦିନ ପାଇଁ ବାତିଲ ହେବ ।

ମେ ୧ରୁ ଘରୋଇ ହସ୍ପିଟାଲରେ ବନ୍ଦ ହେବ ୨୫୦ ଟଙ୍କିଆ ଟିକା। ଏବେ କେବଳ ୨୫୦ ଟଙ୍କିଆ ଟିକା ସରକାରୀ ହସ୍ପିଟାଲରେ ଉପଲବ୍ଧ ହେବ। ଶୁକ୍ରବାର ଏହାର ସୂଚନା ଦେଇଛନ୍ତି ଅତିରିକ୍ତ ମୁଖ୍ୟ ସଚିବପ୍ରଦୀପ୍ତ ମହାପାତ୍ର।  ଏଥିସହ ରାଜ୍ୟରେ ଶନିବାର ଓ ରବିବାର ଟିକାକରଣ ବନ୍ଦ ରହିବ।

ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଅନୁଗୋଳ ମ୍ୟୁନିସିପାଲଟି ଆଉ ତାଳଚେର ମ୍ୟୁନିସିପାଲଟି ୩ ଦିନ ପାଇଁ ସମ୍ପୂର୍ଣ୍ଣ ଲକ୍ ଡାଉନ୍ ଘୋଷଣା ହୋଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ଶୁକ୍ରବାର) ପଶ୍ଚିମବଙ୍ଗ ଗସ୍ତ ବାତିଲ କରିଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଆଜି ପଶ୍ଚିମବଙ୍ଗରେ କୌଣସି ନିର୍ବାଚନ ରାଲି କରିବେ ନାହିଁ ।

ପ୍ରଧାନମନ୍ତ୍ରୀ ଆଜି (ଶୁକ୍ରବାର) କରୋନା ସ୍ଥିତି ନେଇ ବୈଠକ ଡାକିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଶୁକ୍ରବାର କରୋନାକୁ ନେଇ ଉଚ୍ଚସ୍ତରୀୟ ବୈଠକ ହେବ ।

ମହାରାଷ୍ଟ୍ରର ବିରାରସ୍ଥିତ କୋଭିଡ ଉତ୍ସର୍ଗୀକୃତ ବିଜୟ ବଲ୍ଲଭ ହସ୍ପିଟାଲର ଆଇସିୟୁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୧୩ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଆଇସିୟୁରେ ୧୭ ଜଣ ରୋଗୀ ଭର୍ତ୍ତି ହୋଇଥିଲେ । ଏଥିରୁ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ନିଆଁ ଲାଗିବାର କାରଣ ସର୍ଟସର୍କିଟ ବୋଲି କୁହାଯାଉଛି । 

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବର୍ତ୍ତମାନ ସୁଦ୍ଧା ଆମ ରାଜ୍ୟରେ ଟ୍ରିପଲ ମ୍ୟୁଟାଣ୍ଟ ଚିହ୍ନଟ ହୋଇଥିବା ଜଣାପଡ଼ିନାହିଁ ...

Fri Apr 23 , 2021
ଦୁଇଦିନ ପୂର୍ବରୁ ଆମେ ଖବର ପ୍ରକାଶ କରିଥିଲୁକି, ଆସିଛିକି ଟ୍ରିପିଲ ମ୍ୟୁଟାଣ୍ଟ ? ଆଜି ଏହାର ଉତ୍ତରରେ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଗଣମାଧ୍ୟମକୁ କହିଛନ୍ତି ଯେ,ଆମ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଟ୍ରିପଲ ମ୍ୟୁଟାଣ୍ଟ ଚିହ୍ନଟ ହୋଇଥିବା ଜଣାପଡ଼ିନାହିଁ । ସେ ଆହୁରିମଧ୍ୟ କହିଛନ୍ତି, ପଶ୍ଚିମବଙ୍ଗ, ଦିଲ୍ଲୀ, ଛତିଶଗଡ଼ରେ ଟ୍ରିପିଲ ମ୍ୟୁଟାଣ୍ଟ ଚିହ୍ନଟ ହୋଇଛି। ଏହି ନୂଆ ଭୂତାଣୁଶୀଘ୍ର ବ୍ୟାପୁଛି। ଏହି ଭୁତାଣୁକୁ କୋଭିଡ ଟିକା ରୋକିବ କି […]

You May Like

Pin It on Pinterest