ରୋଜଗାର ମେଳାରେ ୭୦,୦୦୦ଜଣଙ୍କୁ ନିଯୁକ୍ତ ପତ୍ର ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ବାସ୍ତବ ବ୍ୟୁରୋ: ଆଜି ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେତେଗୁଡ଼ିଏ ସରକାରୀ ବିଭାଗରେ ଚାକରି ପାଇଁ ମନୋନୀତ ହୋଇଥିବା ୭୦,୦୦୦ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି।

ଦେଶର ୪୪ଟି ସ୍ଥାନରେ ସରକାରୀ ଅଧିକାରୀ ଓ ନବ ମନୋନୀତ ପ୍ରାର୍ଥୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଆଜି ନିଯୁକ୍ତିପତ୍ର ପାଇଥିବା ପ୍ରାର୍ଥୀମାନେ ରାଜସ୍ବ ବିଭାଗ, ଅର୍ଥନୈତିକ ସେବା ବିଭାଗ, ଡାକ ବିଭାଗ, ସ୍କୁଲ୍‌ ଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ପ୍ରତିରକ୍ଷା ମନ୍ତ୍ରାଳୟ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ‘ସେଣ୍ଟ୍ରାଲ୍‌ ପବ୍ଲିକ୍‌ ସେକ୍ଟର୍‌ ଅଣ୍ଡର୍‌ଟେକିଙ୍ଗ୍‌’, ଜଳସମ୍ପଦ ବିଭାଗ ଆଦିରେ ଚାକିରି କରିବେ।

କର୍ମନିଯୁକ୍ତି ଯୋଜନା ‘ରୋଜଗାର ମେଳା ୨୦୨୩’ କାର୍ଯ୍ୟକ୍ରମରେ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ପ୍ରାଧନମନ୍ତ୍ରୀ ମୋଦୀ ଯୋଗ ଦେଇ କହିଛନ୍ତି, ଅଳ୍ପ କେତେ ବର୍ଷରେ ଭାରତ ବିଶ୍ବର ଶ୍ରେଷ୍ଠ ୩ ଅର୍ଥନୀତିରେ ସ୍ଥାନ ପାଇବ। ‘ସ୍ବାଧୀନତାର ଅମୃତ ମହୋତ୍ସବ ସମୟ’ରେ ଦେଶ ପ୍ରଗତି ପଥରେ କାମ କରୁଥିବା ବେଳେ ସରକାରୀ କର୍ମଚାରୀ ଭାବେ କାର୍ଯ୍ୟ କରିବାର ସୁଯୋଗ ପାଇ ବଡ଼ ସମ୍ମାନର କଥା। ଭାରତକୁ ବିକଶିତ ରାଷ୍ଟ୍ର କରିବା ପାଇଁ ଦେଶବାସୀ ପ୍ରତିବଦ୍ଧ।’

ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ଘଟୁଥିବା ବିକାଶକୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଆଜି ଭାରତ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ସବୁଠୁ ସୁଦୃଢ଼ ବୋଲି ପରିଗଣିତ ହେଉଥିବା ରାଷ୍ଟ୍ରମାନଙ୍କ ମଧ୍ୟରୁ ଗୋଟିଏ ହୋଇପାରିଛି। କିନ୍ତୁ, ୯ ବର୍ଷ ପୂର୍ବେ ଏ ପରିସ୍ଥିତି ନ ଥିଲା। ବିଗତ ସରକାର ଅମଳରେ ଆମ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାର ବ୍ୟାପକ କ୍ଷତି ଘଟିଥିଲା।

ସେୟାର କରନ୍ତୁ

Next Post

ସିବିଏସ୍‌ଇ ସ୍କୁଲରେ ଓଡ଼ିଆ ଭାଷାରେ ପାଠ ପଢିପାରିବେ ଛାତ୍ରଛାତ୍ରୀ

Sat Jul 22 , 2023
ବାସ୍ତବ ବ୍ୟୁରୋ: ଏବେ CBSE ସ୍କୁଲରେ ଓଡ଼ିଆ ସମେତ ଅନ୍ୟ ଆଞ୍ଚଳିକ ଭାଷାରେ ପାଠ ପଢି ପାରିବା ପାଇଁ ଅପସନ ରହିବ । CBSE ଅନୁବନ୍ଧିତ ସବୁ ସ୍କୁଲରେ ଆଞ୍ଚଳିକ ଭାଷାରେ ପାଠପଢ଼ା ଲାଗି ସର୍କୁଲାର ଜାରି କରିଛି CBSE । ଆଜି ଯାଏଁ CBSE ସ୍କୁଲରେ କେବଳ ଇଂରାଜୀ ଓ ହିନ୍ଦୀରେ ପଢ଼ାଇବାର ବ୍ୟବସ୍ଥା ଥିଲା। ଏବେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପାଠ୍ୟକ୍ରମ ଏ ଦୁଇ ଭାଷା […]

You May Like

Pin It on Pinterest