ଆଜି ଖାସ୍ ଖବର

ଆଜି ଶ୍ରୀଜିଉଙ୍କ ଗଜଉଦ୍ଧାରଣ ବେଶ । ପାରମ୍ପାରିକ ବିଧି ଅନୁସାରେ ମାଘ ମାସ ପୂର୍ଣ୍ଣିମା ତିଥିରେ ଶ୍ରମନ୍ଦିରରେ ମହାପ୍ରଭୁଙ୍କ ଗଜଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇଥାଏ । ଗଜଉଦ୍ଧାରଣ ବେଶ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି  ।

ଏବେ ଠାରୁ ଅସମ୍ଭାଳ ତାତି ।  ଭୁବନେଶ୍ୱରରେ ପାରଦ ୪୦ ଡିଗ୍ରୀ ଡେଇଁଥିବା ବେଳେ ମୋଟ ୧୪ଟି ସହରରେ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ୍‌ ଉପରେ ରହିଛି ।

୫ଟି ରାଜ୍ୟରୁ ଫେରିଥିବା ଯାତ୍ରୀଙ୍କ ଉପରେ ଓଡ଼ିଶା ସରକାର କଡ଼ା କଟକଣା ଲଗାଇଛନ୍ତି। ମହାରାଷ୍ଟ୍ର, କେରଳ, ତାମିଲନାଡ଼ୁ, ଛତିଶଗଡ଼ ଓ ମଧ୍ୟପ୍ରଦେଶରୁ ଫେରନ୍ତା ଯାତ୍ରୀମାନଙ୍କ ଲାଗି ବିମାନବନ୍ଦର ଓ ରେଳ ଷ୍ଟେସନରେ ଥର୍ମାଲ ସ୍କ୍ରିନିଂ ସହ ରାପିଡ୍ ଆଣ୍ଟିଜେନ୍ କିଟ୍ ପରୀକ୍ଷା କରିବା ଲାଗି କୁହାଯାଇଛି।

କୋରାପୁଟ ଜିଲ୍ଲା ନାରାୟଣପାଟଣା ପିଣ୍ଡାପଦର ଜଙ୍ଗଲରେ ମାଓବାଦୀଙ୍କ ବଡ ଧରଣର ଯୋଜନା ପଣ୍ଡ କରିଛନ୍ତି । ବିଏସଏଫ ଯବାନ ବିପୁଳ ପରିମାଣର ବିସ୍ଫୋରକ ଠାବ ହୋଇଛି ।

ରାଜ୍ୟରେ ପୁଣି ବଢୁଛି କରୋନା ସଂକ୍ରମଣ ଚିନ୍ତା କରୋନା ଗାଇଡଲାଇନକୁ ଆହୁରି କଡା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

ଦେଶର ୪ଟି ରାଜ୍ୟ ଯଥା ପଶ୍ଚିମବଙ୍ଗ, ଆସାମ, ତାମିଲନାଡ଼ୁ ଏବଂ କେରଳ ସମେତ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରି ବିଧାନସଭା ପାଇଁ ଭାରତର ନିର୍ବାଚନ କମିସନ ତାରିଖ ଘୋଷଣା କରିଛନ୍ତି । ମାର୍ଚ୍ଚ ୨୭ ତାରିଖରୁ ମତଦାନ ଆରମ୍ଭ ହୋଇ ଏପ୍ରିଲ ୨୯ ତାରିଖ ପର୍ଯ୍ୟନ୍ତ ୮ଟି ଚରଣରେ ଭୋଟରମାନେ ଭୋଟ ଦେବେ। 

ଆଜି (ଶନିବାର) ପୁଣି ଦେଶରେ ପେଟ୍ରୋଲ ଓ ଡିଜେଲର ଦାମ୍ ବୃଦ୍ଧି ପାଇଛି । ଶନିବାର ପେଟ୍ରୋଲ ୨୪ରୁ ୨୫ ପଇସା ବୃଦ୍ଧି ପାଉଥିବା ବେଳେ ଡିଜେଲ ୧୫ରୁ ୧୬ ପଇସା ବଢିଛି । 

ଆଜିଠୁ ‘ଇଣ୍ଡିଆ ଟୟେ ଫେୟାର୍‍- ୨୦୨୧’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଭାରତୀୟ ଖେଳଣା ମେଳାକୁ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଉଦ୍‍ଘାଟନ କରିବେ।

ଦୁଇ ପୂର୍ବତନ ଭାରତୀୟ କ୍ରିକେଟର ଯୁସୁଫ ପଠାନ ଏବଂ ବିନୟ କୁମାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଯୁସୁଫ ନିଜର ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ କରି କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଥିବା କଥା ଉଲେଖ କରିଛନ୍ତି ।

ଆଜି ପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ୧୧ କୋଟି ୩୯ ଲକ୍ଷ ୬୦ ହଜାର ୭୧ ଲୋକ କରୋନାରେ ସଂକ୍ରମିତ ହୋଇସାରିଥିବା ବେଳେ ୨୫ ଲକ୍ଷ ୨୭ ହଜାର ୯୫୨ ଜଣ ଲୋକଙ୍କର ମୃତ୍ୟୁ ହୋଇଛି ।  ୮ କୋଟି ୯୫ ଲକ୍ଷ ୧୯ ହଜାର ୫୩୪ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୧୯ ଲକ୍ଷ ୧୨ ହଜାର ୯୧୨ ଜଣ ଲୋକ ସକ୍ରିୟ ଅଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କରିବେ 'ମନ୍ କି ବାତ"...

Sun Feb 28 , 2021
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କରିବେ ‘ମନ୍ କି ବାତ” ବାସ୍ତବବ୍ୟୁରୋ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ସକାଳ ୧୧ ଟାରେ ତାଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାଟ’ ମାଧ୍ୟମରେ ଦେଶକୁ ସମ୍ବୋଧିତ କରିବେ। ଏହା ତାଙ୍କର ୭୪ ତମ ଠିକଣା ହେବ | ଏହି ସମୟ ମଧ୍ୟରେ ସେମାନେ ଦେଶରେ କରୋନା ବୃଦ୍ଧି ଏବଂ ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ ବିଷୟରେ ଆଲୋଚନା କରିପାରିବେ। ଏଥି ସହିତ, ୭୩ ତମ […]

You May Like

Pin It on Pinterest