
ବାସ୍ତବ ବ୍ୟୁରୋ: ଆଜି ସକାଳେ ଗୁଜରାଟ ଅହମ୍ମଦାବାଦ ସ୍ଥିତ ଏକ ହସ୍ପିଟାଲରେ ଅଗ୍ନିକାଣ୍ଡ। ଖବର ପାଇ ଅଗ୍ନିଶମ ବାହିନୀ ଫସି ରହିଥିବା ୧୨୫ ରୋଗୀଙ୍କୁ ଉଦ୍ଧାର କରିଛନ୍ତି। ଅହମ୍ମଦାବାଦର ଶାହିବାଗସ୍ଥିତ ରାଜସ୍ଥାନ ହସ୍ପିଟାଲର ତଳ ମହଲାରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ତେବେ କାହାର କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି।
ପୋଲିସ ଇନ୍ସପେକ୍ଟର ଏମଡି ଚମ୍ପାଭତ କହିଛନ୍ତି, “ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀ ନିୟୋଜିତ ଅଛନ୍ତି। ଡାକ୍ତରଖାନାର ତଳ ମହଲାରୁ ଧୂଆଁ ବାହାରୁଛି। ସତର୍କତାମୂଳକ ପଦକ୍ଷେପ ଭାବରେ ଡାକ୍ତରଖାନାରେ ଥିବା ପ୍ରାୟ ୧୨୫ ରୋଗୀଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି।” ଡାକ୍ତରଖାନାରେ ନବୀକରଣ କାର୍ଯ୍ୟ ଚାଲିଥିବାରୁ ଅନେକ ଆସବାବ ପତ୍ର ଥିଲା, ଏହି କାରଣରୁ ନିଆଁ ଏବଂ ଧୂଆଁର ପ୍ରକୋପ ଅଧିକ ରହୁଛି ବୋଲି ଜଣେ ଅଗ୍ନିଶମ ଅଧିକାରୀ କହିଛନ୍ତି। ସେପଟେ ଘଟଣା ପରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏକ ବୈଠକ ଡକା ଯାଇଛି।



