ବାସ୍ତବ ବ୍ୟୁରୋ-ସାରା ଦେଶରେ୨୧ଦିନିଆ ଲକଡାଉନ୍ ଲକଡାଉନର ଅବଧିକୁ ବଢାଇବା ସମ୍ପର୍କରେ ମତାମତ ନେବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଙ୍ଗ୍ ଜରିଆରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରୁଛନ୍ତି। ଦିନ ୧୧ଟା ବେଳେ ଆରମ୍ଭ ହୋଇଥିବା ଏହି ଭିଡିଓ କନଫରେନସରେ ପ୍ରଧାନମନ୍ତ୍ରୀ ମୋଦୀ ମୁଖାବରଣ ପରିଧାନ କରିଥିବାର ଦେଖାଯାଇଛି। ଅଧିକାଂଶ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ମାସ୍କ ବା ମୁଖାବରଣ ପରିଧାନ କରିଛନ୍ତି। ସମଗ୍ର ଭାରତରେ ଲକଡାଉନର ସମୟସୀମା ଏପ୍ରିଲ୍ ୩୦ଯାଏଁ ବଢ଼ାଯାଉ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଆଜି ଏହି ଭିଡିଓ କନଫରେନସିଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରସ୍ତାବ ଦେଇଛନ୍ତି।
Next Post
ଭୁବନେଶ୍ୱରର ୫ଟି ସ୍କୁଲରେ ଆରମ୍ଭ ହେଲା କରୋନା ଟେଷ୍ଟ
Sat Apr 11 , 2020
ବାସ୍ତବ ବ୍ୟୁରୋ- ଆଜିଠାରୁ ଭୁବନେଶ୍ୱରର ୫ଟି ସ୍କୁଲରେ କରୋନା ଟେଷ୍ଟ ପାଇଁ ନମୁନା ସଂଗ୍ରହ କରିବେ ମେଡ଼ିକାଲ୍ ଟିମ୍ । ଏହି ୫ଟି ସ୍କୁଲ ହେଉଛି ଚନ୍ଦ୍ରଶେଖର ପୁର ସରକାରୀ ହାଇସ୍କୁଲ, ସହିଦନଗର ସରକାରୀ ହାଇସ୍କୁଲ, ଝାରପଡ଼ା ପ୍ରାଥମିକ ବିଦ୍ୟାଳୟ, ଗଣ୍ଡମୁଣ୍ଡା ୟୁଜି ହାଇସ୍କୁଲ ଓ ନୟାପଲ୍ଲୀ ମମତାଜ ଅଲି ହାଇସ୍କୁଲ । ସ୍କୁଲରେ ୨ଜଣ ଶିକ୍ଷକ, ଜଣେ ସ୍ୱିପର ଓ ଜଣେ ୱାଚମ୍ୟାନ୍ ରହିବେ । ୧୭ତାରିଖ ଯାଏଁ […]

You May Like
-
11 months ago
କଟକ ଜିଲ୍ଲା ଅବକାରୀ ବିଭାଗର ପୁଣି ଏକ ସଫଳତା
-
6 years ago
ପାଣିପାଗ ସତର୍କ ସୂଚନା
-
5 years ago
ଦିନ ୧୦ ରୁ ରାତି ୧୦
-
4 years ago
କମିଲା କମର୍ସିଆଲ ଗ୍ୟାସ ଦର


