ଉତରକାଶୀରେ ଭାଙ୍ଗିଲା ନିର୍ମାଣାଧୀନ ଟନେଲ; ଫସି ରହିଛନ୍ତି ୪୦ରୁ ଅଧିକ ଶ୍ରମିକ

ବାସ୍ତବ ବ୍ୟୁରୋ: ଉତରକାଶୀରେ ଭାଙ୍ଗିଲା ନିର୍ମାଣାଧୀନ ଟନେଲ । ଦୁର୍ଘଟଣା ଯୋଗୁ ଟନେଲ ଭିତରେ ୪୦ରୁ ଅଧିକ ଶ୍ରମିକ ଫସିରହିଥିବା ସୂଚନା ମିଳିଛି । ସେମାନଙ୍କୁ ଉଦ୍ଧାର ପାଇଁ ଅପରେସନ୍ ଆରମ୍ଭ ହୋଇଛି । ଫସି ରହିଥିବା ସମସ୍ତ ଶ୍ରମିକ ସୁରକ୍ଷିତ ଥିବା ଜଣାପଡ଼ିଛି ।

ତେବେ ନିର୍ମାଣାଧୀନ ଟନେଲ୍‌ଟି ବ୍ରହ୍ମଖାଲ୍‌-‌ୟମୁନୋତ୍ରୀ ଜାତୀୟ ରାଜପଥର ସିଲ୍‌କ୍ୟାରାରୁ ଦଣ୍ଡାଲ୍‌ଗାଓଁକୁ ସଂଯୋଗ କରୁଥିବା ବେଳେ ଟନେଲରେ ଉଦ୍ଧାର କାର୍ଯ୍ୟ ଚାଲିଛି। ତେବେ ସେଠାରୁ ଭଗ୍ନ ସାମଗ୍ରୀ ସବୁ କାଢ଼ିବା ପାଇଁ ଡ୍ରିଲିଂ ମେସିନ୍ ବ୍ୟବସ୍ଥା କରାଯାଇଛି।  ଭିତରକୁ ଅମ୍ଳଜାନ ପାଇପ୍ ମଧ୍ୟ ପଠାଯାଇଛି। ଟନେଲ ବାହାରେ ମଧ୍ୟ ଆମ୍ବୁଲାନ୍ସକୁ ମହଜୁଦ ରଖାଯାଇଛି । ଉଦ୍ଧାର ହେଉଥିବା ଶ୍ରମିକଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ତୁରନ୍ତ ହସ୍ପିଟାଲକୁ ପଠାଯିବ । ତିନି କିଲୋମିଟର ଲମ୍ବା ଟନେଲର କାମ ଚାଲୁଥିଲା । ଏହି ସମୟରେ ଗୋଟିଏ ପାଖ ଭାଙ୍ଗିଯାଇଥିଲା । ୨୦୨୪ ମାଚ୍ଚ ସୁଦ୍ଧା ଏହି ଟନେଲ ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା ।

ସେୟାର କରନ୍ତୁ

Next Post

ଯବାନଙ୍କ ସହ ସୀମାରେ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ମୋଦୀ

Sun Nov 12 , 2023
ବାସ୍ତବ ବ୍ୟୁରୋ: ଦୀପାବଳି ଅବସରରେ ଯବାନଙ୍କ ସହ ଦୀପାବଳି ପାଳିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଆଜି ସକାଳୁ ହିମାଚଳପ୍ରଦେଶର ଲେପଚାରେ ପହଂଚିଥିଲେ ମୋଦୀ । ସେଠାରେ ଯବାନଙ୍କ ସହ ଦୀପାବଳି ପାଳିଛନ୍ତି । ଏହାର ଫଟୋ ସେ ଟ୍ୱିଟ୍ କରିଛନ୍ତି । ଏଥିରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ସେ ବାହାଦୂର ଯବାନଙ୍କ ସହ ଦୀପାବଳି ପାଳନ କରୁଛି । ୨୦୧୪ରୁ ପ୍ରତ୍ୟେକ ବର୍ଷ ମୋଦୀ ଯବାନଙ୍କ ଦୀପାବଳି ପାଳନ କରିଆସୁଛନ୍ତି । ପ୍ରଧାନମନ୍ତ୍ରୀ […]

You May Like

Pin It on Pinterest