ଆଜିର ଖାସ୍ ଖବର

ଆଜି ହେଉଛି ପବିତ୍ର ବଡ଼ ଓଷା, ଧବଳେଶ୍ୱର ପୀଠରେ ବାବାଙ୍କ ଦୁର୍ଲଭ କିରାତାର୍ଜୁନ ବେଶ ହେବ । ତେବେ ଦୀର୍ଘ ୨୫ ବର୍ଷ ପରେ ବାବାଙ୍କ ଏହି ବେଶ ହେବାକୁ ଯାଉଛି ।

ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କରୋନା‌ରେ ଆକ୍ରାନ୍ତ ହୋଇଛନ୍ତି। ଟ୍ବିଟ୍ କରି  ବୈଜୟନ୍ତ ଏ ସଂପର୍କରେ ସୂଚନା ଦେଇଛନ୍ତି । 

ରାଜ୍ୟରେ ଥିବା ବିଭିନ୍ନ ଶିଳ୍ପ, ଖଣି, ବ୍ୟବସାୟିକ ସଂସ୍ଥା ଓ ରେଳବାଇ ଉପରେ ୩୯୩୬.୮୬ କୋଟି ଟଙ୍କାର ଜଳ କର ବାକି ପଡ଼ିଛି ।

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାକୁ ଯାଉଛି । ଏହା ୨ ତାରିଖ ଦିନ ତାମିଲନାଡୁ ଓ ପୁଡ଼ୁଚେରି ଉପକୂଳ ଦେଇ ଅବପାତ ରୂପରେ ଅତିକ୍ରମ କରିବ । ଗତ ୨୪ ଘଣ୍ଟା‌ରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲା ସମେତ ଉତ୍ତର ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହୋଇଛି ।

କୋଭିଡ୍ ଟିକା ପ୍ରସ୍ତୁତି ପ୍ରକ୍ରିୟାର ତଦାରଖ କରିବାକୁ ଆଜି ୩ଟି ସହର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ । ଅହମଦାବାଦରେ ଜାଇଡସ୍ ବାଇଓଟେକ୍ ପାର୍କ ଥିବା ବେଳେ ହାଇଦ୍ରାବାଦରେ ଭାରତ ବାଇଓଟେକ୍ ଟିକା ପ୍ରସ୍ତୁତି କରୁଛି । ସେହିପରି ପୁନେରେ ସିରମ ଇନଷ୍ଟିଚ୍ୟୁଟର ଟିକା ପ୍ରସ୍ତୁତି ପ୍ରକ୍ରିୟା ଚାଲିଛି ।

ରାଜ୍ୟ କରୋନା ଟିକାକରଣ ପାଇଁ ଆବଶ୍ୟକ କୋଲ୍‌ଡ ଚେନ୍ ଓ ଲଜିଷ୍ଟିକ୍ ପାଇଁ କେନ୍ଦ୍ରକୁ ୩୩ କୋଟି ଟଙ୍କାର ସହାୟତା ମାଗିଛନ୍ତି ରାଜ୍ୟ ସରକାର।

 ପାକିସ୍ତାନର ନଜର ଏବେ ଦୁଷ୍କର୍ମକାରୀଙ୍କ ଉପରେ ପଡ଼ିଛି । ଦୁଷ୍କର୍ମକାରୀଙ୍କୁ ରାସାୟନିକ ଉପାୟରେ ନପୁଂସକ କରିବାର ଦଣ୍ଡବିଧି ଲାଗୁ କରି ଦିଆଯାଇଛି । ଏହି ଅପରାଧ ଅନୁସାରେ କେବଳ ନପୁଂସକ କରି ଦିଆଯିବନି , ଏହାସହ ଫାଶୀ ଦଣ୍ଡର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ଚୀନ୍ ଅଷ୍ଟ୍ରେଲିଆ ବିପକ୍ଷରେ ସବୁଠାରୁ ବଡ଼ ପଦକ୍ଷେପ ଲାଗୁ କରିବ। ଅଷ୍ଟ୍ରେଲୀୟ ମଦ ଉପରେ ଟିକସ ଲଗାଇବ ଚୀନ୍‌ । ଚାଇନାର ବାଣିଜ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଅଷ୍ଟ୍ରେଲୀୟ ମଦ ଉପରେ ୧୦୭.୧ ପ୍ରତିଶତରୁ ୨୧୨.୧ ପ୍ରତିଶତ ପର୍ଯ୍ୟନ୍ତ ଟିକସ ଲଗାଯିବ ।

୨୦୦୮ ନଭେମ୍ବର ୨୬ରେ ଘଟିଥିବା ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅନ୍ୟତମ ମାଷ୍ଟରମାଇଣ୍ଡ ଲସ୍କର-ଏ-ତୋଏବା ସଦସ୍ୟ ସାଜିଦ୍‌ ମୀର୍‌କୁ ଏବେ ଆମେରିକା ଖୋଜୁଛି। ସାଜିଦ୍‌କୁ ଧରାଇ ଦେଲେ ୫୦ ଲକ୍ଷ ଡଲାର (୩୭ କୋଟି ଟଙ୍କା) ପୁରସ୍କାର ମିଳିବ ବୋଲି ଆମେରିକା ପ୍ରଶାସନ ଘୋଷଣା କରିଛି।

ସୋମାଲିଆର ରାଜଧାନୀ ମେଗାଦିଶୁରେ ଆତ୍ମଘାତୀ ବିସ୍ଫୋରଣରେ ୭ ଜଣଙ୍କର ମୃତ୍ୟୁ ଘଟିଛି ।

ଭାରତରେ ରୁଷ୍‌ର କୋଭିଡ୍‌ ଟିକା ସ୍ପୁଟନିକ ଭି’ର ୧୦ କୋଟି ମାତ୍ରା ତିଆରି ହେବ ବୋଲି ରୁଷ୍‌ କର୍ତ୍ତୃପକ୍ଷ ଆଜି ଘୋଷଣା କରିଛନ୍ତି।

ମହାକାଶରେ ଆଜି ଭାରତ ଓ ରୁଷିଆର ଦୁଇଟି ଉପଗ୍ରହ ବିପଜ୍ଜନକ ଭାବେ ନିକଟତର ହୋଇଛନ୍ତି। ଭାରତର କର୍ଟୋସାଟ୍‌ ୨ଏଫ୍‌ ଉପଗ୍ରହ ଏବଂ ରୁଷିଆର ଭୂ-ନିରୀକ୍ଷଣ ଉପଗ୍ରହ (କାନୋପସ୍‌-ଭି) ପରସ୍ପରର ମଧ୍ୟରେ ଦୂରତା ମାତ୍ର ୨୨୪ ମିଟର ରହିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆପଣଙ୍କର ନଖ ଚୋବାଇବା ଅଭ୍ୟାସ ଅଛିକି ...?

Sat Nov 28 , 2020
ନଖ ଚୋବାଇବା ପେଟ ତଥା ପାଟି ପାଇଁ କ୍ଷତିକାରକ, କିପରି ଯାଣନ୍ତୁ |ନଖ ଚୋବାଇ ଦ୍ୱରା ପାରୋନିଚିଆ (ନଖ ଚାରିପାଖରେ ଚର୍ମର ପ୍ରଦାହ) ହେବାର ଆଶଙ୍କା ବଢ଼ିଥାଏ | ପାରୋନିଚିଆର ଲକ୍ଷଣ ମଧ୍ୟରେ ନଖ ଚାରିପାଖରେ ଯନ୍ତ୍ରଣାଦାୟକ, ଲାଲ, ଫୁଲିଯାଇଥିବା ଅନୁଭବ ଅନ୍ତର୍ଭୁକ୍ତ | କିଛି ଲୋକ ନର୍ଭସ କିମ୍ବା ଚାପରେ ଥିବାବେଳେ ନଖ ଚୋବାଇଥାନ୍ତି | ଏହି ସମୟରେ, କିଛି ଲୋକ ଅଛନ୍ତି ଯେଉଁମାନେ ସର୍ବଦା ନଖ ଚୋବାଇବାର […]

You May Like

Pin It on Pinterest