ଏକକ ନାଗରିକ ସଂହିତା ବିଲ୍‌ ବିଧାନସଭାରେ ପାସ୍‌

ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ଭାବେ ଏକକ ନାଗରିକ ସଂହିତା ବିଲ୍‌କୁ ପାରିତ କରିଛି। ଆଜି ଉତ୍ତରାଖଣ୍ଡ ବିଧାନସଭାରେ ୟୁସିସି ବିଲ ପାସ୍‌ ହୋଇଛି। ୟୁସିସିର ଅର୍ଥ ରାଜ୍ୟ ବା ଦେଶରେ ରହୁଥିବା ସବୁ ଧର୍ମର ଲୋକଙ୍କ ପାଇଁ ଗୋଟିଏ ପ୍ରକାରର ଆଇନ ରହିବ। ବିବାହ, ବିଚ୍ଛେଦ, ଉତ୍ତରାଧିକାର ଓ ପୋଷ୍ୟଗ୍ରହଣ ଆଦି ପାଇଁ ଗୋଟିଏ ପ୍ରକାରର ଆଇନ କାର୍ଯ୍ୟକାରୀ ହେବ।

ବିଲ୍‌ ପାସ୍‌ ହେବା ପରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି କହିଛନ୍ତି, “ଆଜି ରାଜ୍ୟ ପାଇଁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଦିନ। ଦେଶର ଲୋକମାନେ ଦୀର୍ଘଦିନ ହେଲା ଦାବି କରୁଥିବା ବିଲ୍‌ ଆଜି ପାସ୍‌ ହୋଇଛି। ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ଭାବେ ୟୁସିସି ବିଲକୁ ପାରିତ କରିଛି। ମୁଁ ସମସ୍ତ ବିଧାୟକ ଓ ଉତ୍ତରାଖଣ୍ଡର ସମସ୍ତ ଲୋକଙ୍କୁ ଧନ୍ୟବାଦ ଜଣାଉଛି। କାରଣ ଲୋକମାନଙ୍କ ପାଇଁ ଆମେ କ୍ଷମତାକୁ ଆସିଛୁ ଓ ଆସିବା କ୍ଷଣି ଲୋକଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ୟୁସିସିକୁ ପାରିତ କରିଛୁ।”

ଏବେ ବିଜେପି ଶାସିତ ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟ ୟୁସିସି ବିଲ ଆଣିବା ପାଇଁ ଅଣ୍ଟା ଭିଡ଼ିବା ଆରମ୍ଭ କରିଛନ୍ତି। ରାଜସ୍ଥାନ ସରକାର କହି ସାରିଛନ୍ତି ଯେ ଆସନ୍ତା ବିଧାନସଭା ଅଧିବେଶନରେ ୟୁସିସି ବିଲ୍‌କୁ ଗୃହରେ ଉପସ୍ଥାପନ କରାଯିବ।

ସେୟାର କରନ୍ତୁ

Next Post

୬.୫ରେ ରେପୋ ରେଟ୍ ଅପରିବର୍ତ୍ତିତ 

Thu Feb 8 , 2024
ଲଗାତାର ଷଷ୍ଠ ଥର ପାଇଁ ରେପୋ ରେଟରେ କୌଣସି ପରିବର୍ତ୍ତନ ଆଣିଲାନି ଆରବିଆଇ। ୬.୫ ପ୍ରତିଶତରେ ରେପୋ ରେଟକୁ ଅପରିବର୍ତ୍ତିତ ରଖିଛି ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ।  ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ଏହାର ମୁଦ୍ରା ନୀତି(ଆରବିଆଇ କ୍ରେଡିଟ୍ ପଲିସି) ଘୋଷଣା କରିଛି। ରେପୋ ରେଟ୍ ଏବଂ ରିଭର୍ସ ରେପୋ ରେଟରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ସେଣ୍ଟ୍ରାଲ୍ ବ୍ୟାଙ୍କ୍ ମନିଟାରୀ ପଲିସି କମିଟି (ଏମପିସି)ର ଛଅ ଜଣିଆ ସଦସ୍ୟ […]

You May Like

Pin It on Pinterest