କୁଏତ ରେ ଭାରତୀୟ ପ୍ରବାସୀ ପରିଷଦ(ବିପିପି) ଦ୍ବାରା ଚିକିତ୍ସା ଶିବିର ଆୟୋଜନ…

କୁଏତ୍(ବିଶ୍ବରଞ୍ଜନ):ଗତ ଶୁକ୍ରବାର (୨୩ମଇ)ରେ, ଭାରତୀୟ ପ୍ରବାସୀ ପରିଷଦ, ଫାହାହିଲ୍ କ୍ଷେତ୍ର କମିଟି ଏମ୍ବ ଖୈତାନର ସିଟି କ୍ଲିନିକ୍ ସହିତ ମିଳିତ ସହଯୋଗରେ ଏକ ଚିକିତ୍ସା ଶିବିର ଆୟୋଜିତ ହୋଇ ଯାଇଛି।

ଉଦ୍ଘାଟନୀ ସମାରୋହରେ ବିପିପି ଉପାଧ୍ୟକ୍ଷ ଶ୍ରୀ ସମ୍ପଥ କୁମାର ଅଧ୍ୟକ୍ଷତା କରିଥିଲେ। ଫାହାହିଲ୍ କ୍ଷେତ୍ର ସଭାପତି ଶ୍ରୀ ରାଜେଶ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ସୁଲେବିୟା ଶିବିର ସଂଯୋଜକ ଶ୍ରୀ ପ୍ରସନ୍ନନ ଧନ୍ୟବାଦ ଅର୍ପଣ କରିଥିଲେ।

ଫାହାହିଲ୍ କ୍ଷେତ୍ର ମହାସଚିବ ଶ୍ରୀ ରାଜେଶ ଥିରୁଭୋନମ୍ ସିଟି କ୍ଲିନିକ୍ ର ଉପ-ମହାପ୍ରବନ୍ଧକ ଶ୍ରୀ ସତୀଶଙ୍କୁ ଏକ ସ୍ମାରକୀ ପ୍ରଦାନ କରିଥିଲେ।

ବିପିପିର ସାଧାରଣ ସମ୍ପାଦକ ଶ୍ରୀ ହରି ବଳରାମପୁରମ, ସଦସ୍ୟତା ସଚିବ ଶ୍ରୀମତୀ ରେଶମୀ ନବୀନ, କଲ୍ୟାଣ ସଚିବ ଶ୍ରୀ ଆର. ଜେ. ରାଜେଶ, ଭାରତୀୟ ପ୍ରବାସୀ ପରିଷଦ ଓଡିଶା ୱିଂଙ୍ଗି ର ସଭାପତି ଶ୍ରୀଯୁକ୍ତ ବିଶ୍ୱରଞ୍ଜନ ସାହୁ, ଏବଂ କ୍ଷେତ୍ର ଉପାଧ୍ୟକ୍ଷ ଶ୍ରୀ ବାଲାମୁରୁଗନ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସ୍ବାସ୍ଥ୍ୟ ଶିବିର ବିଷୟରେ ବକ୍ତବ୍ୟ ପ୍ରଦାନ ରଖିଥିଲେ।

ପ୍ରବାସୀ ଭାରତୀୟ ଓଡ଼ିଶା ୱିଁଙ୍ଗ୍ ର ସଭାପତି ଶ୍ରୀଯୁକ୍ତ ବିଶ୍ଵ ରଞ୍ଜନ ସାହୁ – ନିଜର ବକ୍ତବ୍ୟ ପ୍ରଦାନ କରି ଥିଲେ – ପ୍ରବାସୀ ଭାରତୀୟ ଙ୍କ ସ୍ବାସ୍ଥ୍ୟ କ୍ଷେତ୍ର ରେ କିପରି ସୁରକ୍ଷିତ ରେ ରହିବେ ସେ ବିଷୟରେ ପରାମର୍ଶ ଦେଇ ଥିଲେ । ଆରୋଗ୍ୟମ୍‌ ପରମଂ ଭାଗ୍ୟଂ ସ୍ବାସ୍ଥ୍ୟଂ ସର୍ବାର୍ଥସାଧନମ୍‌“ ଆମ ଶାସ୍ତ୍ର କୁହେ, ସୁସ୍ଥ ରହିବା ହେଉଛି ପରମ ସୌଭାଗ୍ୟ। ସୁସ୍ଥ ବ୍ୟକ୍ତି ଦ୍ବାରା ସମସ୍ତ କାର୍ଯ୍ୟର ସିଦ୍ଧି ହୋଇଥାଏ। ସୁସ୍ଥ ମଣିଷରୁ ସମୃଦ୍ଧ ସମାଜର ପରିକଳ୍ପନା କରାଯାଇପାରିବ, ତେଣୁ ବିକଶିତ ରାଷ୍ଟ୍ର ହେବା ଅଭିମୁଖେ ଅଗ୍ରସର ହେଉଥିବା ଆମ ଦେଶର ଜନସାଧାରଣଙ୍କ ଉତ୍ତମ ସ୍ବାସ୍ଥ୍ୟର ଆବଶ୍ୟକତା ।

ଆଜିର କାର୍ଯ୍ୟକ୍ରମରେ ଶତାଧିକ ପ୍ରବାସୀ ଭାରତୀୟ ଉପସ୍ଥିତ ରହିଥି୍ବାରୁ ,ଏକ ସୁନ୍ଦର ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇପାରିଥିଲା। ଏଥି ନିମନ୍ତେ ସଭ୍ୟସଭ୍ୟା ମାନେ ନିଜର ଆନନ୍ଦ ପ୍ରକାଶ କରିବା ସହିତ – ମାନବ ସେବା ହିଁ ମାଧବ ସେବା ଏଭଳି ଲକ୍ଷ୍ୟ ରଖି – ବିଦେଶ ରେ ବିଭିନ୍ନ ବ୍ୟସ୍ତ ବହୁଳ ସମୟ ମଧ୍ୟରେ ମାଗଣା ସ୍ୱାସ୍ଥ୍ୟ ଶିବିର ର ସଫଳତା ନିମନ୍ତେ ସମସ୍ତ ସଙ୍ଗ ର ପ୍ରତିନିଧି ଙ୍କୁ ଧନ୍ୟବାଦ୍ ପ୍ରଦାନ କରିଥିଲେ । ଏହା ଆଗକୁ ବ୍ୟାପକ କରାଯିବ ସହିତ କିଭଳି ଅଧିକରୁ ଅଧିକ ରୋଗୀ ସେବା ଯୋଗାଇ ଦିଆଯିବ ସେ ଦିଗରେ ସମସ୍ତ ପ୍ରୟାସ କରାଯିବ ବୋଲି ଭାରତୀୟ ପ୍ରବାସୀ ପରିଷଦ ସଙ୍ଘ ଓ ସିଟି କ୍ଲିନିକ୍ ର ସହଯୋଗରେ ସମସ୍ତ ଙ୍କୁ ସ୍ବାସ୍ଥ୍ୟ ସେବାର ସୁବିଧା ମିଳିପାରିବ ସେଥି ପ୍ରତି ଦୃଷ୍ଟିପାତ କରିବେ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଥିଲେ ।

ସିଟି କ୍ଲିନିକ୍ ଗ୍ରୁପର ଉପ-ମହାପ୍ରବନ୍ଧକ ଶ୍ରୀ ସତୀଶ ମଞ୍ଜପ୍ପା ତାଙ୍କର ଅନଦ ପ୍ରକାଶ କରିଥିଲେ ଏବଂ ବ୍ୟକ୍ତିବିଶେଷଙ୍କ ମଙ୍ଗଳ ପାଇଁ ଏପରି ଶିବିରଗୁଡ଼ିକୁ ପ୍ରୋତ୍ସାହିତ କରିବେ ବୋଲି ଆଶ୍ୱାସନା ଦେଇଥିଲେ।ସିଟି କ୍ଲିନିକ୍ ଖୈତାନ ପରିଚାଳକ ଶ୍ରୀ କିରଣ ରେଡ୍ଡୀ ଉପସ୍ଥିତ ଲୋକଙ୍କୁ ସ୍ବାସ୍ଥ୍ୟ ଶିବିରର ବିଷୟରେ ପ୍ରବାସୀ ଭାରତୀୟ ଙ୍କୁ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସେବାର ବିଭିନ୍ନ ସୁବିଧା ଓ ସୁଯୋଗ ମିଳିପାରିବ, ଏ ବିଷୟରେ ଅବଗତ କରି ଥିଲେ
ଏବଂ କ୍ଲିନିକ୍ ର ବିଭିନ୍ନ ସୁବିଧାଗୁଡ଼ିକୁ ବ୍ୟବହାର କରିବାକୁ ଉତ୍ସାହିତ କରିଥିଲେ।

ଡକ୍ଟର ନଜୀବ (ବରିଷ୍ଠ ପରାମର୍ଶଦାତା) ସମାବେଶକୁ ସମ୍ବୋଧିତ କରି ସୁସ୍ଥ ଶରୀର ବଜାୟ ରଖିବା ପାଇଁ ସମୟକାଳୀନ ଭିତରେ ସ୍ୱାସ୍ଥ୍ୟ ପରୀକ୍ଷାର ଆବଶ୍ୟକତା ବିଷୟରେ ସୂଚନା ଦେଇଥିଲେ। ସେ ପୁନରାବୃତ୍ତି କରିଥିଲେ ଯେ ସ୍ୱାସ୍ଥ୍ୟ ସଚେତନତା ହେଉଛି ଶାରୀରିକ, ମାନସିକ ଏବଂ ଭାବପ୍ରବଣ ସୁସ୍ଥତା ବଜାୟ ରଖିବାର ବୁଝାମଣା ଏବଂ ଜ୍ଞାନ, କାରଣ ଏହା ରୋଗକୁ ରୋକିବା, ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ଏବଂ ରୋଗର ପ୍ରାରମ୍ଭିକ ଚିହ୍ନଟ ଏବଂ ଚିକିତ୍ସାକୁ ଉତ୍ସାହିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ସେ ଆହୁରି ମଧ୍ୟ କହିଥିଲେ ଯେ ପୁଷ୍ଟିସାର, ବ୍ୟାୟାମ, ପରିଷ୍କାର ପରିଚ୍ଛନ୍ନତା ଏବଂ ନିୟମିତ ଡାକ୍ତରୀ ଯାଞ୍ଚ ବିଷୟରେ ଅବଗତ ରହି ବ୍ୟକ୍ତିବିଶେଷ ଏପରି ସୂଚନାପୂର୍ଣ୍ଣ ନିଷ୍ପତ୍ତି ନେଇପାରିବେ ଯାହା ସେମାନଙ୍କ ଜୀବନର ଗୁଣବତ୍ତା ବୃଦ୍ଧି କରିବାରେ ସହାୟକ ହେବ।

ଫାହାହିଲ୍ କ୍ଷେତ୍ର କଳା ସଚିବ ଶ୍ରୀଯୁକ୍ତ ବିନୋଦ ପାଣ୍ଡିର ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ସିଟି କ୍ଲିନିକ୍ ପରିଚାଳନାକୁ ଧନ୍ୟବାଦ ଦେବା ସହିତ ସେ ଡକ୍ଟର ରିତେଶ ଜୟସ୍ୱାଲ (ମେଡିକାଲ୍ ନିର୍ଦ୍ଦେଶକ ଏବଂ କ୍ୟାମ୍ପ କର୍ଡିନଟର) ଏବଂ ଶ୍ରୀଯୁକ୍ତ ଫାୱାସ୍ (ପରିଚାଳକ ସିଟି କ୍ଲିନିକ୍, ଫାହାହିଲ୍)ଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସମର୍ଥନ ଏବଂ ମାର୍ଗଦର୍ଶନ ପାଇଁ ନିଜର କୃତଜ୍ଞତା ପ୍ରକାଶ କରିଥିଲେ।ଶ୍ରୀଯୁକ୍ତ ପ୍ରଭାକରଣ, ଶ୍ରୀଯୁକ୍ତ ରବିକୁଟ୍ଟନ୍, ଶ୍ରୀଯୁକ୍ତ ମଧୁ, ଶ୍ରୀଯୁକ୍ତ ସୁରେଶ ବାବୁ ସ୍ବାସ୍ଥ୍ୟ ଶିବିର କୁ କାର୍ଯ୍ୟକଳାପର ସମନ୍ୱୟ କରିଥିଲେ।

ଭାରତୀୟ ପ୍ରଭାସୀ ପରିଷଦ – ଓଡ଼ିଶା ୱିଙ୍ଗ୍ ପ୍ରତିନିଧୀ ଶ୍ରୀ ଜିତେନ୍ଦ୍ର କୁମାର ଜେନା, ଶ୍ରୀ ସୁଶାନ୍ତ କୁମାର ସାହୁ, ଶ୍ରୀଯୁକ୍ତ ଘନଶ୍ୟାମ ପଲାଇ, ଶ୍ରୀ ଅଶୋକ କୁମାର ସ୍ବାଇଁ, ବୁୁଲୁ ସାମନ୍ତସିଂହାର୍ ,ସନ୍ତୋଷ କୁମାର ବିଶ୍ବାଳ, ମାନସ ରଂଜନ ରାଉଳ, ନିର୍ମଳ କୁମାର ସାମଲ, ବିନୋଦ ରଞ୍ଜନ ମଲ୍ଲିକ, ଶ୍ରୀକାନ୍ତ ନାୟକ, ବିରଞ୍ଚି ସୁତାର, ନୀଳମଣି ଖୁଣ୍ଟିଆ, ଭୀମ ଯୁଜାର ସିଂ ଙ୍କ ମିଳିତ ସହଯୋଗରେ ପ୍ରବାସୀ ଓଡ଼ିଆ ୱିଙ୍ଗ – କୁଏତ ର ବିଭିନ୍ନ ପ୍ରାନ୍ତ ରୁ ଆସିଥବା ପ୍ରବାସୀ ଭାଇଙ୍କ ସ୍ବାସ୍ଥ୍ୟ ଶିବିର କାର୍ଯ୍ୟକଳାପକୁ ସଂଯୋଜନା କରିବା ସହିତ ସମସ୍ତ ଯୁବପୀଢ଼ି ଙ୍କ ମଧରେ ଏକ ସେବାର ର ଉଦ୍ଧାରଣ ସୃଷ୍ଟି କରି ଥିଲେ । ପ୍ରାୟ ୨୦୦ ପ୍ରବାସୀ ଭାରତୀୟ ସ୍ବାସ୍ଥ୍ୟ ଶିବିର ରେ ଯୋଗ ଦାନ କରିଥିଲେ ।

ସେୟାର କରନ୍ତୁ

Next Post

ରାଜ୍ୟରେ ବଢିବାରେ ଲାଗିଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା....

Wed May 28 , 2025
ବାସ୍ତବ ବ୍ୟୁରୋ: ରାଜ୍ୟରେ ବଢିବାରେ ଲାଗିଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଓଡ଼ିଶାରୁ ଆଉ ୫ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ବରରୁ ୪ ଓ ଖୋର୍ଦ୍ଧାରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏମାନଙ୍କ ମଧ୍ୟରେ ୪ ପୁରୁଷ ଓ ଜଣେ ମହିଳା କରୋନା ସଂକ୍ରମିତ ଅଛନ୍ତି। ପୂର୍ବରୁ ଭୁବନେଶ୍ବରରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହାଫଳରେ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି […]

You May Like

Pin It on Pinterest