କରୋନା ଅପଡେଟ୍………

ବାସ୍ତବ ବ୍ୟୁରୋ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଭାରତରେ କୋଭିଡ୍-୧୯ ସକ୍ରିୟ ମାମଲା ସଂଖ୍ୟା ୫୭୫୫ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୯୧ ଜଣ ନୂତନ ମାମଲା ରିପୋର୍ଟ ହୋଇଛି । 

ଏହାସହ ଚାରି ଜଣଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରୁ କେତେକ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, କେରଳ ଏବଂ ତାମିଲନାଡୁର। ତେବେ କେରଳ ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ଭାବରେ ରହିଛି । ଗୋଟିଏ ଦିନରେ ୧୨୭ଟି ନୂତନ କରୋନା ମାମଲା ରିପୋର୍ଟ ହୋଇଛି । ଏହା ପରେ ଗୁଜରାଟରେ ୧୦୨, ପଶ୍ଚିମବଙ୍ଗରେ ୨୬ ଏବଂ ଦିଲ୍ଲୀରେ ୭୩ ଜଣ ଅଛନ୍ତି। ଏହି ରାଜ୍ୟଗୁଡ଼ିକ ମିଶି ସାରା ଦେଶରେ ମୋଟ ୩୯୧ଟି ନୂତନ ମାମଲା ସାମ୍ନାକୁ ଆସିଛି । 

ସେୟାର କରନ୍ତୁ

Next Post

ଜୁନ୍ ୨୦ରେ ଆସିବେ ପ୍ରଧାନମନ୍ତ୍ରୀ ମୋଦୀ:ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ

Sat Jun 7 , 2025
ବାସ୍ତବ ବ୍ୟୁରୋ: ଜୁନ୍ ୨୦ରେ ଆସିବେ ପ୍ରଧାନମନ୍ତ୍ରୀ ମୋଦୀ । ଏ ନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।  ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତି  ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ।  ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ କାର୍ଯ୍ୟକ୍ରମ ଏବଂ ତାଙ୍କ ଗସ୍ତ ସମୟରେ ଘୋଷଣା ସମ୍ପର୍କରେ ଅଧିକ ବିବରଣୀକୁ ଅପେକ୍ଷା କରାଯାଇଛି। ଭୁବନେଶ୍ୱରର ଜନତା ମଇଦାନରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବିଜେପି […]

You May Like

Pin It on Pinterest