
ବାସ୍ତବ ବ୍ୟୁରୋ- ଆଜି ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ମାଧ୍ୟମରେ ଦେଶକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭାରତବାସୀ କିଭଳି ପ୍ରାକୃତିକ ବିପର୍ଯୟ ସହ ଲଢ଼ି ସଫଳ ହୋଇଛନ୍ତି ଏହା ସହ ଆତ୍ମନିର୍ଭର ହେବା ପାଇଁ କହିବା ସହ ଚୀନ ସହ ଚାଲିଥିବା ସଂଘର୍ଷ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନିଜର ମତ ରଖିଥିଲେ ।

ମୋଦୀ କହିଛନ୍ତି କି, ଅନଲକ୍ ସମୟରେ ଆମକୁ ଅଧିକ ସଜାଗ ରହିବାକୁ ହେବ । ସର୍ବଦା ମନେରଖନ୍ତୁ ଯେ ଯଦି ଆପଣ ମାସ୍କ ପିନ୍ଧୁ ନାହାଁନ୍ତି, ଦୁଇ ଗଜର ଦୂରତାକୁ ଅନୁସରଣ କରୁ ନାହାଁନ୍ତି କିମ୍ବା ଅନ୍ୟାନ୍ୟ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରୁ ନାହାଁନ୍ତି, ତେବେ ଆପଣ ନିଜ କୁ ବିପଦରେ ପକାଇବା ସହ ଅନ୍ୟମାନଙ୍କୁ ମଧ୍ୟ ବିପଦ ଆଡକୁ ଟାଣି ନେଉଛନ୍ତି ।
୨୦୨୦ରେ ଆମ ଦେଶ କରୋନା ଭଳି ମହାମାରୀ ସହ ଲଢ଼ିବା ସହ, ‘ଅମ୍ଫାନ’ ଏବଂ ‘ନିସର୍ଗ’ ଭଳି ବାତ୍ୟା, ପଙ୍ଗପାଳ, ଭୂମିକମ୍ପ ଏବଂ ଚୀନ ସହ ବିବାଦର ସମସ୍ୟାକୁ ସାମ୍ନା କରିଛି । ଏକା ସାଙ୍ଗରେ ଏତେ ସମସ୍ୟା ଆସୁଥିବାରୁ ୨୦୨୦ କେବେ ସରିବ ବୋଲି ଲୋକେ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି । କିନ୍ତୁ ଆମେମାନେ ମିଳିମିଶି ଏହି ସବୁ ସମସ୍ୟାର ସାମ୍ନା କରି ପାରିବା । ଯଦି ଗୋଟିଏ ବର୍ଷ ମଧ୍ୟରେ ପଚାଶଟି ବାଧା ଆସେ ତେବେ ସେ ବର୍ଷକୁ ଆମେ ଖରାପ କହିବାନି । ଭାରତର ଇତିହାସ ହିଁ ବିପର୍ଯ୍ୟୟ ଏବଂ ଆହ୍ୱାନକୁ ଜିତିକି ଅଧିକ ଚମକପ୍ରଦ ହୋଇ ପୁଣି ଥରେ ଛିଡା ହେବା ବୋଲି ମୋଦୀ କହିଛନ୍ତି ।
ଦେଶର ଯବାନମାନଙ୍କ ବଳିଦାନ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଲଦାଖରେ ଶହୀଦ ହୋଇଥିବା ଆମର ସାହସୀ ସୈନିକମାନଙ୍କ ବୀରତ୍ୱକୁ ସମଗ୍ର ଦେଶ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଭାରତର ଲଦାଖକୁ ଆଖିଁ ଉଠେଇ ଦେଖୁଛନ୍ତି, ସେମାନଙ୍କୁ ଉପଯୁକ୍ତ ଉତ୍ତର ମିଳିଛି । ବନ୍ଧୁତା କିପରି ବଜାୟ ରଖିବାକୁ ହୁଏ ଯଦି ଭାରତ ଜାଣିଛି ତେବେ ଏହାର ସାର୍ବଭୌମତ ଉପରେ ଆଖି ପକୁଉଥିବା ଲୋକମାନଙ୍କୁ ମଧ୍ୟ ଉପଯୁକ୍ତ ଉତ୍ତର ଦେବା ଜାଣିଛି ।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କି, ଦେଶ ଆତ୍ମନିର୍ଭରଶୀଳ ହେବା ଉଚିତ । ସାଧାରଣ ନାଗରିକ ଭାବରେ ଆତ୍ମନିର୍ଭରଶୀଳ ଭାରତ ଦିଗରେ ଆମ ସମସ୍ତଙ୍କର ନିଷ୍ଠା, ସମର୍ପଣ ଏବଂ ସହଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଦେଶ କୁ ଆହୁରି ମଜବୁତ କରିବାକୁ ହେଲେ, ଆପଣ ସ୍ଥାନୀୟ ଲୋକାଲ ସମଗ୍ରୀ କିଣିବେ, ତେବେ ଯାଇଁ ଏହା ‘ଲୋକାଲ କେ ଲିଏ ଭୋକାଲ’ ନାରାର ସାର୍ଥକତା ପ୍ରତିପାଦନ କରିବ । ଭାରତର ସଂକଳ୍ପ ହେଉଛି – ଭାରତର ଆତ୍ମ ସମ୍ମାନ ଏବଂ ସାର୍ବଭୌମତ୍ୱ ରକ୍ଷା କରିବା ।
ପ୍ରଧାନମନ୍ତ୍ରୀ ମୋଦୀ ୧୩୦ କୋଟି ଦେଶବାସୀଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ଯେ, ଭାରତରେ ଯେତେ ବଡ଼ ସଙ୍କଟ ଆସିଲେ ବି ଆମେ ସମସ୍ତ ବାଧାବିଘ୍ନକୁ ଦୂରକରି ନୂତନ ସୃଜନତା ମଧ୍ୟ ସୃଷ୍ଟି କରିବା । ଏହି ବର୍ଷ ଦେଶ ନୂତନ ଲକ୍ଷ୍ୟ ହାସଲ କରିବ, ନୂତନ ଉଡାଣ ଭରିବ, ନୂତନ ଉଚ୍ଚତାକୁ ଛୁଇଁବ ।
