ପୁଟିନଙ୍କ ଦାବି ରୁଷ୍ ତିଆରି କଲା ବିଶ୍ୱର ପ୍ରଥମ କରୋନା ଟିକା

ବାସ୍ତବ ବ୍ୟୁରୋ-ରୁଷ୍ ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଙ୍ଗଳବାର ଘୋଷଣା କରିଛନ୍ତି ଯେ ତାଙ୍କ ଦେଶ କରୋନା ଭାଇରସ୍ ପାଇଁ ପ୍ରଥମ ଟୀକା ପ୍ରସ୍ତୁତ କରିଛି । ଭ୍ଲାଡିମିର୍ ପୁଟିନ୍ ଦାବି କରିଛନ୍ତି ଯେ ଏହା ହେଉଛି ବିଶ୍ୱର ପ୍ରଥମ ସଫଳ କରୋନା ଭାଇରସ୍ ଟିକା, ଯାହା ରୁଷ୍ ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଅନୁମୋଦିତ ହୋଇଛି । କେବଳ ଏତିକି ନୁହେଁ, ଭ୍ଲାଦିମିର ପୁଟିନ କହିଛନ୍ତି ଯେ, ତାଙ୍କ ଝିଅ ମଧ୍ୟ ଏହି ଟିକା ନେଇଛନ୍ତି ।

ଦୁଇ ମାସ ତଳେ କରିଥିବା କରୋନା ଭାଇରସ୍‌ ବା କୋଭିଡ୍‌-୧୯ ପ୍ରତିଷେଧକ ଟିକାର ମାନବ ପରୀକ୍ଷା ସଫଳ ହେବା ପରେ ମସ୍କୋର ଗାମାଲିଆ ପ୍ରତିଷ୍ଠାନ ଦ୍ୱାରା ବିକଶିତ ହୋଇଥିବା ଟିକାକୁ ଋଷିଆ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିୟାମକ ପକ୍ଷରୁ ଆଜି ଆନୁଷ୍ଠାନକ ଅନୁମୋଦନ ମିଳଛି। ଏଥିସହ ଏହି ଟୀକାକୁ ‘ସ୍ପୁଟ୍‌ନିକ ଭି’ ନାମରେ ନାମିତ କରାଯାଇଛି ।  ଏହା ସହ ଭ୍ଲାଦିମିର ପୁଟିନ ଘୋଷଣା କରିଛନ୍ତି ଯେ ଖୁବ୍ ଶୀଘ୍ର ରୁଷ୍ ରେ ଏହି ଟିକା ଉତ୍ପାଦନ ଆରମ୍ଭ ହେବ ଏବଂ ବହୁ ସଂଖ୍ୟକ ଟିକା ପ୍ରସ୍ତୁତ କରାଯିବ ।

ରୁଷ୍ ର ରାଷ୍ଟ୍ରପତି ପୁଟିନ କହିଛନ୍ତି ଯେ, ତାଙ୍କ ଝିଅ ମଧ୍ୟ ଏହି ଟିକା ନେଇଛନ୍ତି, ଜ୍ୱର ୩୮ ଡିଗ୍ରୀ ପୂର୍ବରୁ ଥିଲା, ଟିକା କୁ ନେଲା ପରେ ଜ୍ୱର ବୃଦ୍ଧି ପାଇଲା, କିନ୍ତୁ ପରେ ନିୟନ୍ତ୍ରଣକୁ ଆସିଲା । ଏହା ବ୍ୟତୀତ ଟୀକାକରଣ ପରେ କିଛି ଲୋକଙ୍କର କରୋନା ଲକ୍ଷଣ ନାହିଁ ବୋଲି ସେ ଦାବି କରିଛନ୍ତି ।

ଅନ୍ୟପକ୍ଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ମୁଖପାତ୍ର ତାରିକ ଜାସାରେଭିକ୍‌ କହିଛନ୍ତି କି, ଆମେ ଋଷିଆର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କର୍ତ୍ତୃପକ୍ଷଙ୍କ ସହ ସମ୍ପର୍କରେ ରହିଛୁ । ଏବଂ ଟିକାକରଣର ସମ୍ଭାବ୍ୟ ସଫଳତା ଓ ପ୍ରାକ୍‌ ଯୋଗ୍ୟତା ଉପରେ ଆଲୋଚନା ଜାରି ରଖିଛୁ । କାରଣ, ଟିକାକରଣର ଯୋଗ୍ୟତା, ଏହାର ସମସ୍ତ ନିରାପତ୍ତା ଏବଂ କାର୍ଯ୍ୟକାରିତା ତଥ୍ୟର ଗଭୀର ସମୀକ୍ଷା ଏବଂ ଏହାର ମୂଲ୍ୟାଙ୍କନ ଜେନେଭାରେ ଆୟୋଜିତ ହେବାକୁ ଜାତିସଂଘର ଏକ ସଂକ୍ଷିପ୍ତ ବୈଠକରେ ନିର୍ଦ୍ଧାରଣ କରାଯିବ।

ସୂଚନାନୁଯାୟୀ, ବର୍ତ୍ତମାନ ସାରା ବିଶ୍ୱରେ କରୋନା ଟିକା ପାଇଁ ପରୀକ୍ଷଣ ଚାଲିଛି, WHO ଅନୁଯାୟୀ ୧୦୦ ରୁ ଅଧିକ ଟିକା ବନା ହେବା ଲାଗି କାର୍ଯ୍ୟ ଚାଲିଛି । ଯେଉଁଥିରେ ଆମେରିକା, ବ୍ରିଟେନ, ଇସ୍ରାଏଲ୍, ଚୀନ୍, ରୁଷ୍ , ଭାରତ ଭଳି ଦେଶ ଅନ୍ତର୍ଭୁକ୍ତ । ବର୍ତ୍ତମାନ ଭାରତରେ କରୋନା ଟିକା ମାନବ ପରୀକ୍ଷା ପର୍ଯ୍ୟାୟରେ ଅଛି, ଏହି ଟିକା ତିଆରି କରିବାର ଦ୍ୱିତୀୟ ପର୍ଯ୍ୟାୟ

ବର୍ତ୍ତମାନ ଯଦିରୁଷ୍ ଦ୍ୱାରା ତିଆରି କରାଯାଇଥିବା ଏହି ଟୀକା ଯଦି ସଠିକ୍ ପ୍ରମାଣିତ ହୁଏ ଏବଂ ଏହି ଟିକା WHO ଦ୍ୱାରା ଅନୁମୋଦିତ ହୁଏ, ତେବେ ଏହା ସାରା ବିଶ୍ୱ କୁ ବଡ଼ ଅଶ୍ଵସ୍ତି ପ୍ରଦାନ କରିବ ।

ଯଦି ଆମେ ରୁଷ୍ ରେ କରୋନା ପରିସ୍ଥିତି ଉପରେ ନଜର ପକାଇବା, ତେବେ ଏଠାରେ ପ୍ରାୟ ନଅ ଲକ୍ଷ ଲୋକ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି । ରୁଷ୍ ରେ ପ୍ରାୟ ପନ୍ଦର ହଜାର ଲୋକ ପ୍ରାଣ ହରାଇଛନ୍ତି । ରୁଷ୍ ରେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ କ୍ୟାବିନେଟର ଅନ୍ୟ କେତେକ ସଦସ୍ୟ ମଧ୍ୟ କରୋନା ଆକ୍ରାନ୍ତ ହୋଇସାରିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Wed Aug 12 , 2020
ଆଜି ପ୍ରକାଶ ପାଇବ +୨ ବିଜ୍ଞାନ ପରୀକ୍ଷ‌ା ଫଳ । ଆଜିଠୁ ପିଜି ନାମଲେଖା ଲାଗି ଆବେଦନ, ୫ଟି ବିଷୟ ଓ ୧୦ ଶିକ୍ଷାନୁଷ୍ଠାନ ପାଇଁ ଆବେଦନ କରିପାରିବେ । ଭିନ୍ନକ୍ଷମ ଓ କିନ୍ନରଙ୍କୁ ଆବେଦନ ଫି’ ଦେବାକୁ ପଡ଼ିବନି, ୧୧ ବିଶ୍ବବିଦ୍ୟାଳୟ ଓ ୫ କଲେଜରେ ହେବ ପରୀକ୍ଷା କେନ୍ଦ୍ର । ଆଜି ଓଡିଶା ବିଧାନସଭାର ପ୍ରଥମ ବାଚସ୍ପତି ସ୍ବର୍ଗତ ମୁକୁନ୍ଦ ପ୍ରସାଦ ଦାସଙ୍କର ୧୩୩ ତମ ଜନ୍ମଜୟନ୍ତୀ […]

You May Like

Pin It on Pinterest