ସାରା ବିଶ୍ୱରେ ମୋଦିଙ୍କ ଜୟଜୟକାର !

ବଢୁଛି କେନ୍ଦ୍ରସରକାରଙ୍କ ପ୍ରତି ଲୋକପ୍ରିୟତା I ରାଜନେତା ଠୁ ଆରମ୍ଭକରି ଜନସାଧାରଣଙ୍କ ନିକଟରେ ବଢିଚାଲିଛି ମୋଦିଙ୍କ ପ୍ରତି ଭରପୁର ଭଲପାଇବା ଓ ସନମାନ I ଖାଲିସେତିକି ନୁହେଁ ଦେଶ କଣ ବାହାର ଦେଶବି ମୋଦିଙ୍କର ସପକ୍ଷରେ ଯିବାର ଦେଖିବାକୁ ମିଳିଛି I ଆମେରିକା ରୁଷିଆ ପରି ବଡ ବଡ ଦେଶ ମଧ୍ୟ ମୋଦିଙ୍କର ସପକ୍ଷରେ ପାକିସ୍ତାନ ଉପରକୁ ନାଲି ଆଖି ସହ ତାଗିତ କରିବା ଦେଖିବାକୁ ମିଳିଲାଣି I ନିକଟରେ ଆମେରିକା ପୁଲ୍‌ୱାମା ପ୍ରସଙ୍ଗକୁ ନେଇ ନରେନ୍ଦ୍ର ମୋଦିଙ୍କୁ ଖୁଲମଖୁଲା ପ୍ରଶଂସା କରିଥିବାବେଳେ, ମୋଦିଙ୍କ ସପକ୍ଷରେ ରହିଛନ୍ତି I ଅନ୍ୟପଟେ ରାଜ୍ୟରେ ଦେଖାଦେଇଛି ମୋଦିଙ୍କୁ ନେଇ ସାଧାରଣ ଲୋକଙ୍କ ନିକଟରେ କଳ୍ପନା ଜଳ୍ପନା I କିଏ କାହୁଛିତ ମୋଦିଙ୍କର ୫୬ ଇଞ୍ଚ ଛାତିର କମାଲ ର କଥା ତ ଆଉ କିଏ କହୁଛି ମୋଦି ଖାଲି କଥାରେ କୁହନ୍ତିନି କାମରେ କରି ଦେଖାଇଥାନ୍ତି I ଏମିତି କହିବାକୁ ଗଲେ ରାଜ୍ୟରେ ମୋଦିଙ୍କ ପବନ ବୋହୁ ଜୋରରେ ବହୁଥିବା କହିଲେ ଭୁଲ ହେବନାହିଁ I କାହିଁକିନା ପୁଲ୍‌ୱାମା ପ୍ରସଙ୍ଗରେ ସାରା ଦେଶ ରକ୍ତ ଚାଉଳ ଚୋବାଉଥିବାବେଳେ ମୋଦି ଦେଶବାସୀଙ୍କୁ ଆଶ୍ୱାସନା ଦେବାସହ ଯବାନଙ୍କ ମୃତ୍ୟୁ ବ୍ୟର୍ଥ ହେବନାହିଁ ବୋଲି କହି ଆସୁଥିଲେ I ହେଲେ ବାସ୍ତବରେ ପୁଲ୍‌ୱାମାର ବର୍ବରତା କାଣ୍ଡକୁ ମାତ୍ର ୧୨ଦିନରେ ପ୍ରତିଶୋଧ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି I ଯାହାକୁ ନେଇ ଦେଖାଦେଇଛି ଦେଶସାରା ଖୁସିର ଲହରୀ I ଅନ୍ୟପଟେ ମୋଦିଙ୍କର ଏହି ଆତଙ୍କବାଦ ବିରୋଧରେ ଦୃଢ ପଦକ୍ଷପକୁ ଜାତିସଂଘ ସ୍ୱାଗତ କରିଥିବାବେଳେ ସାରା ବିଶ୍ୱରେ ମୋଦିଙ୍କର ଜୟଜୟକାର କରୁଥିବା ଦେଖିବାକୁ ମିଳିଛି I ତାହା ସହ ପାକିସ୍ତାନର ଚିର ମିତ୍ର ଚାଇନା ମଧ୍ୟ ଭାରତକୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି I

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସେନାଙ୍କୁ ଲତାଙ୍କ ଭେଟି !

Thu Feb 28 , 2019
ଭାରତୀୟ ସେନାକୁ ବିପୁଳ ମାତ୍ରାରେ ସମର୍ଥନ ସହ ଆର୍ଥିକ ସହାୟତା ମିଳୁଥିବା ଦେଖିବାକୁ ମିଳିଛି I ଗତ ଫେବ୍ରୁଆରି ୧୪ ତାରିଖରେ ଜାମ୍ମୁ-କଶ୍ମୀରର ପୁଲଓ୍ଵାମାଠାରେ ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନ ପକ୍ଷରୁ ହୋଇଥିବା ଆକ୍ରମଣର ୧୨ ଦିନ ପରେ ରକ୍ତ ତର୍ପଣ କରିଛି ଭାରତୀୟ ବାୟୁସେନା। ସେନାର ଏପରି ପଦକ୍ଷେପକୁ ସାରା ଦେଶ ଏବେ ପ୍ରଶଂସା କରିବାରେ ଲାଗିଛି। ଏବଂ ଏହି ସମୟରେ ଭାରତର ଲୋକପ୍ରିୟ କଣ୍ଠଶିଳ୍ପୀ ଲତା ମଙ୍ଗେସ୍‌କର ଭାରତୀୟ […]
LATA MANGESH KAR

You May Like

Pin It on Pinterest