
ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ)କରୋନା ମହାମାରୀର ସଙ୍କଟକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା କହିଛନ୍ତି। ସେ କହିଛନ୍ତି ଯେ ଏହି ଅବସରରେ କରୋନା କାରଣରୁ ପିତାମାତା ହରାଇଥିବା ପିଲାମାନଙ୍କ ପାଇଁ ଦଳ ଏକ ବଡ଼ ଧରଣର ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛି।
କରୋନା ସଙ୍କଟକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ମେ ୩୦ ରେ କେନ୍ଦ୍ର ସରକାରଙ୍କ ସପ୍ତମ ବାର୍ଷିକୀ ପାଳନ ପାଇଁ କୌଣସି କାର୍ଯ୍ୟକ୍ରମ କରାଯିବ ନାହିଁ। ଏ ସମ୍ପର୍କରେ ସୂଚନା ଦେଇ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା କହିଛନ୍ତି ଯେ କରୋନା ମହାମାରୀ ଯୋଗୁଁ ଏଥର ଦଳ କୌଣସି କାର୍ଯ୍ୟକ୍ରମ ଆୟୋଜନ କରିବ ନାହିଁ। ବିଜେପି ଶାସିତ ସମସ୍ତ ରାଜ୍ୟରେ, କରୋନା କାରଣରୁ ପିତାମାତା ହରାଇଥିବା ପିଲାମାନଙ୍କ ପାଇଁ ଦଳ ଏକ ବଡ଼ ଧରଣର ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛି।



