ବାସ୍ତବ ବ୍ୟୁରୋ: ଅଣ୍ଡାରୁ ଆବଶ୍ୟକ ଭିଟାମିନ୍ ମିଳେ। ସେଥିପାଇଁ ଡ଼କ୍ଟର ପ୍ରତିଦିନ ଗୋଟେ ସିଝା ଅଣ୍ଡା ଖାଇବାକୁ ପରାମର୍ଶ ଦେଇଥାନ୍ତି । ଏହା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ବୋଲି କୁହାଯାଏ। ଅଣ୍ଡାରୁ ଶରୀରକୁ ସମସ୍ତ ପୋଷକ ତତ୍ତ୍ୱ ମିଳେ ଓ ଆପଣଙ୍କ ଶରୀରକୁ ସତେଜ ରଖିବାରେ ସାହାଯ୍ୟ କରେ। କିନ୍ତୁ ଆପଣ ଜାଣିଛନ୍ତି କି? ଅତ୍ୟଧିକ ଅଣ୍ଡା ଖାଇବା ଦ୍ୱାରା ଏହା କ୍ଷତି କରିଥାଏ। ଏହା ହୃଦୟରୋଗ ସହିତ ଅନ୍ୟ ରୋଗକୁ ମଧ୍ୟ ଆମନ୍ତ୍ରଣ କରିଥାଏ। ଅଣ୍ଡାର ଅଧିକ ସେବନ ଦ୍ୱାରା ପ୍ରୋଷ୍ଟେଟ୍ କ୍ୟାନ୍ସର ପରି ରୋଗର ମଧ୍ୟ ବିପଦରେ ପକାଇଥାଏ। ଦିନକୁ ୨ କିମ୍ବା ୩ଟିରୁ ଅଧିକ ଅଣ୍ଡା ଖାଇବା ଦ୍ୱାରା ଏହି ରୋଗ ହେବାର ସମ୍ଭାବନା ଥାଏ। ହାଇବ୍ଲଡ଼୍ ପ୍ରେସର, ଡ଼ାଇବେଟିସ୍ କିମ୍ବା ହୃଦୟରୋଗୀମାନେ ଅଣ୍ଡାର ହଳଦିଆ ଅଂଶକୁ ଖାଇବା ଉଚିତ୍ ନୁହେଁ। ଏଥିରେ କୋଲେଷ୍ଟ୍ରୋଲ୍ ମାତ୍ରା ଅଧିକ ହେବା କାରଣରୁ ଆପଣଙ୍କ ପାଇଁ ହାନିକାରକ ମଧ୍ୟ ହୋଇପାରେ।
Next Post
ଆଜିର ଖାସ୍ ଖବର
Wed Oct 30 , 2019
୧-ଦୃତ ଗତିରେ ପୁରୀ ସୈ।ନ୍ଦର୍ଯ୍ଯକରଣ ଅଭିଯାନ, ଖର୍ଚ୍ଚ ହେବ ୬୮୪କୋଟି। ୨-କ୍ରୀଡା ହଷ୍ଟେଲ ଛାତ୍ରଛାତ୍ରୀଙ୍କ ଭତ୍ତା ବୃଦ୍ଧି : ମାସକୁ ଛାତ୍ରଙ୍କୁ ମିଳିବ ୩ଶହ, ଛାତ୍ରୀଙ୍କୁ ୫ଶହ। ୩-ଅଡିଟ୍ ହେଉ ରତ୍ନ ଭଣ୍ଡାର : ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ୪-ପ୍ରକାଶ ପାଇଲା ଜାତୀୟ ଶିକ୍ଷା ନୀତି: ପ୍ରଥମରୁ ବିଶ୍ବବିଦ୍ୟାଳୟ ଶିକ୍ଷା ପର୍ଯ୍ୟନ୍ତ ସବୁ ଶ୍ରେଣୀର ବଦଳିବ ପାଠ୍ୟକ୍ରମ। ୫-ନଭେମ୍ବରରେ ମିଳିବ କାଳିଆ ଦ୍ୱିତୀୟ […]

You May Like
-
5 years ago
ଦୀପାବଳିରେ,୧୫୨୧ ମସିହାରେ ପଡିଥିଲା ଏହି ମହାସଂଯୋଗ….
-
7 years ago
ହାତୀ ଆକ୍ରମଣରେ ମହିଳା ମୃତ ।


