କୁରୁକ୍ଷେତ୍ର ଯୁଦ୍ଧ ପରେ ଥରେ ପାଞ୍ଚଭାଇ ଶ୍ରୀକୃଷ୍ଣ ଠାକୁର ଙ୍କୁ ପଚାରିଲେ ?
ପ୍ରଭୁ ଏ ଦ୍ବାପର ଯୁଗପରେ ଯେଉଁ କଳିଯୁଗ ଆସିବ, ସେତେବେଳେ ସମାଜର, ବ୍ୟକ୍ତି ବିଶେଷଙ୍କ ସ୍ବଭାବ କେମିତି ରହିବ ?
ଭଗବାନ କୃଷ୍ଣ ପାଞ୍ଚ ଭାଇଙ୍କୁ କହିଲେ ତୁମେମାନେ କିଛି ସମୟ ପାଇଁ ବାହାରେ ବୁଲିକି ଆସ, ଯିଏ ଯାହା ଦେଖିବ, ମୋତେ ଆସି କୁହ ତା’ପରେ ମୁଁ ତୁମ ପ୍ରଶ୍ନର ଉତ୍ତର ଦେବି ।
ପାଞ୍ଚ ଭାଇ ଯାକ କୃଷ୍ଣଙ୍କ କଥାମାନି ବାହାରକୁ ଯାଇ ଯାହାସବୁ ଦେଖିଥିଲେ ସେ ଦୃଶ୍ୟ ଠାକୁରଙ୍କୁ କହିଛନ୍ତି ।
ପ୍ରଥମେ ଯୁଧିଷ୍ଠିର କହିଲେ, ମୁଁ ଗୋଟିଏ ହାତୀ ଦେଖିଲି, ତା’ର ଦୁଇଟି ଶୁଣ୍ଡ ।
ଭୀମ କହିଲେ, ମୁଁ ଏମିତି ଏକ ଶାଗୁଣା ଦେଖିଲି, ଯା’ର ଦୁଇ ଡେଣାରେ ବେଦ ଲେଖା ଯାଇଛି ହେଲେ ସେ ଶବକୁ ଆନନ୍ଦ ରେ ଖାଉଛି ।
ଅର୍ଜୁନ କହିଲେ, ମୁଁ ଏକ ଗାଈ ଦେଖିଲି ଯିଏ ତାର ଛୁଆକୁ ଚାଟିଚାଟି ରକ୍ତାତ କରିଦେଉଛି ।
ନକୁଳ କହିଲେ, ମୁଁ ଏପରି ଏକ ଦୃଶ୍ୟ ଦେଖିଲି,ସାତଟି କୂଅ ଅଛି ହେଲେ ସେଥିରୁ ଗୋଟିଏ କୂଅ ଶୁଖିଲା ପଡିଛି, ଏ ଛଅଟି କୂଅରେ ପାଣି ଥିଲେବି, ସେ କୂଅ ଭିତରକୁ ଯାଉ ନାହିଁ ।
ଶେଷରେ ସହଦେବ କହିଲେ, ମୁଁ ଦେଖିଲି ପାହାଡ ଉପରୁ ବିରାଟ ପଥର ଖଣ୍ଡଟିଏ ଖସିଲା, ବଡ-ବଡ ଗଛବୃଚ୍ଛ ସବୁ ଭାଙ୍ଗି ତଳକୁ ଖସୁ-ଖସୁ ହଠାତ୍ ଗୋଟିଏ ଛୋଟିଆ ଦୁବଘାସ ତାକୁ ଅଟାକାଇ ଦେଲା ।
ଭଗବାନ ଶ୍ରୀକୃଷ୍ଣ ଏ ପାଞ୍ଚଟି ଉତ୍ତର ଶୁଣି, ସେମାନଙ୍କୁ ବୁଝାଇ ଦେଇ କହିଲେ ।
ଯୁଧିଷ୍ଠିରଙ୍କ ଦୃଶ୍ୟ ଥିଲା ଗୋଟିଏ ହାତୀର ଦୁଇଟି ଶୁଣ୍ଢ । ଠାକୁର କହିଲେ, ତାର ଅର୍ଥ ହେଉଛି, କଳିଯୁଗରେ ପ୍ରତ୍ୟେକ ମଣିଷ ଯେଉଁ କଥା କହିବେ କିନ୍ତୁ କାର୍ଯ୍ୟରେ ତା’ର ଓଲଟା କରିବେ । ତେଣୁ ପ୍ରତ୍ୟେକ ଲୋକର ଦୁଇଟା ମୁହଁ ହେବ ।
ଭୀମ ଦେଖିଥିବା ଦୃଶ୍ୟ ଶାଗୁଣା ଡେଣାରେ ବେଦ ଲେଖା ହୋଇଥିଲା ସେ ଶବ ଉପରେ ବସି ପଚାମାଂସ ଖାଉଥିଲା, ତା’ର ଅର୍ଥ ଯେ କଳି ଯୁଗରେ ଯେଉଁମାନେ ମୁଖରେ ବେଦ ପଢ଼ୁଥିବେ, ସେମାନେ ମାଂସ ମଧ୍ୟ ଖାଉ ଥିବେ ।
ଅର୍ଜୁନ ଦେଖି ଥିଲେ ଗୋଟିଏ ଗାଇ ତା ବାଛୁରୀକୁ ଚାଟି ରକ୍ତାତ କରିଦେଉଛି । ତା’ର ଅର୍ଥ କଳି ଯୁଗରେ ପ୍ରତ୍ୟେକ ପିତାମାତା ତାଙ୍କର ସନ୍ତାନ-ସନ୍ତତିଙ୍କୁ ଯେତିକି ଲାଳନ ପାଳନ କରିବା କଥା ତାର ଦଶ ଗୁଣ ଲାଳନ ପାଳନ କରି ପିଲାଙ୍କୁ ଅମଣିଷ କରିଦେବେ ।
ନକୁଳ ଦେଖିଥିଲେ ସାତଟି କୂଅ ମଧ୍ୟରୁ ଛଅଟି କୂଅରେ ଜଳ ପୂର୍ଣ୍ଣ ଥିଲାବେଳେ, ଗୋଟିଏ ଶୁଖିଲା ପଡି ଥିଲା । ତା’ର ଅର୍ଥ ସାତ ଭାଇ ମଧ୍ୟରୁ ଛଅଟି ଭାଇ କୋଠାବାଡି କରି ଭଲରେ ଥିଲେବି, ଗୋଟିଏ ଗରୀବ ଭାଇକୁ ଅନେଁଇବେ ନାହିଁ । ବରଂ ନଷ୍ଟ କରିଦେବେ ହେଲେ ଭାଇ କୁ ଦେବେ ନାହିଁ ।
ଶେଷରେ ସହଦେବ ଦେଖିଥିଲେ ଗୋଟିଏ ପାହାଡ ରୁ ବିରାଟ ପଥର ଖଣ୍ଡ ଖସି ଗଛବୃଚ୍ଛ ଭାଙ୍ଗି ଦେଉଥିଲା ବେଳେ ଗୋଟିଏ ଦୁବ ଘାସ ତା’କୁ ଅଟାକାଇ ଦେଲା ।
ତା’ର ଅର୍ଥ ଯେ, କଳି ଯୁଗରେ ମହାପାପୀ ହୋଇ ଥିଲେ ବି, ବଡ-ବଡ ପାପ କରିଥିଲେ ବି ଥରୁଟିଏ ସତନାମ୍(ବୀଜ-ମନ୍ତ୍ର) ଗ୍ରହଣ କରିବା ମାଧ୍ୟମରେ ସେ ପାପକୁ ଖଣ୍ଡନ କରା ଯାଇ ପାରିବ ।
ଏ ସମସ୍ତରୁ ଧର୍ମରାଜ ବୁଝି ପାରିଥିଲେ ଯେ କଳିଯୁଗର ସମୟ କେତେ ଭୟଙ୍କର ହେବ ?।
ଯାହା ବର୍ତ୍ତମାନ ସମୟରେ ଆମେମାନେ ପଢୁଛନ୍ତି, ଶୁଣୁଛନ୍ତି ଓ ଦେଖି ପାରୁଛନ୍ତି ।
ମହାଭାରତ