ଲେମ୍ବୁ ପାଣିର ଉପକାରିତା

ଯଦି ଆପଣ ନିଜକୁ ସମ୍ପୂର୍ଣ ସୁସ୍ଥ ରଖିବାକୁ ଉପାୟ ଖୋଜୁଛନ୍ତି ତାହାଲେ ଆଜି ଆମେ ଆପଣଙ୍କୁ ଗୋଟେ ସହଜ ଉପାୟ କହିବାକୁ ଯାଉଛୁ | ଲେମ୍ବୁ ପାଣି ମନୁଷ୍ୟର ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟ ପାଇଁ ଖୁବ ଦରକାରୀ | ଏଥିରେ ପ୍ରୋଟିନ୍, କାର୍ବୋହାଇଡ୍ରେଟ୍,ଭିଟାମିନ୍ ଓ ମିନେରାଲ ପ୍ରଚୁର ପରିମାଣରେ ରହିଥାଏ | ଆସନ୍ତୁ ଜାଣିବା ଏହାର କେତୋଟି ଉପକାରୀତା ବିଷୟରେ

୧.ଲେମ୍ବୁ ପାଣି ପ୍ରତିଦିନ ସକାଳୁ ପିଇବା ଦ୍ୱାରା ତ୍ୱଚା ସୁସ୍ଥ ରହିଥାଏ | ରକ୍ତଚାପ ଏବଂ ଲିଭର ପାଇଁ ଏହା ଉପକାରୀ ସାବ୍ୟସ୍ଥ ହୋଇଥାଏ | ଏଥିରେ ଭିଟାମିନ୍-ସି ପ୍ରଚୁର ପରିମାଣରେ ରହିଥାଏ |
୨.ପାଚନ କ୍ରିୟା ଏବଂ ଓଜନ କୁ ସନ୍ତୁଳିତ ରଖିବାରେ ଲେମ୍ବୁ ପାଣି ସହାୟକ ହୋଇଥାଏ | ଲେମ୍ବୁ ପାଣି କ୍ୟାନସର ରୋଗରୁ ସୁରକ୍ଷା ଦେଇଥାଏ | ଏଥିରେ କେତେ ପ୍ରକାରର ମିନେରାଲସ୍ ଯେମିତିକି ଆଇରନ୍,ମ୍ୟାଗନେସିୟମ,ଫସଫରସ, କ୍ୟାଲସିୟମ, ପୋଟାସିୟମ ଏବଂ ଜ଼ିଙ୍କ୍ ଆଦି ରହିଥାଏ |
୩. କିଡନି ରେ ପଥର ହୋଇଥିଲେ ଏଥିରୁ ରକ୍ଷା ପାଇବାରେ ଲେମ୍ବୁ ପାଣି ସାହାଯ୍ୟ କରିଥାଏ | କେତେକ କ୍ଷେତ୍ରରେ କିଡନି ରେ ପଥର ହେଲେ ପରିସ୍ରା ନଳିରେ ବ୍ଲକ ହୋଇ ଅତ୍ୟଧିକ ଯନ୍ତ୍ରଣା ହୋଇଥାଏ | ଲେମ୍ବୁ ପାଣି ପରିସ୍ରାକୁ ପତଳା ରଖିବାରେ ସାହାଯ୍ୟ କରେ | କିଡନି ରେ ପଥର ହେବା ବିପଦକୁ କମ୍ କରିଥାଏ |
୪.ଯେଉଁମାନେ ଡାଇବେଟିସ୍ ରୋଗୀ ଏବଂ ଓଜନ କରିବାକୁ ଚାହୁଁଥିବା ବ୍ୟକ୍ତି ସେମାନଙ୍କ ପାଇଁ ଲେମ୍ବୁ ପାଣି ଉପକାରୀ ସାବ୍ୟସ୍ତ ହୋଇଥାଏ |
୫.ଆପଣ ଯଦି କୋଷ୍ଠକାଠିନ୍ୟ ସମସ୍ୟା ଭୋଗୁଛନ୍ତି ତେବେ ନିୟମିତ ଲେମ୍ବୁ ପାଣି ପିଅନ୍ତୁ | ପ୍ରତିଦିନ ସଖାଳୁ ଅଳ୍ପ ଗରମ ପାଣିରେ ଲେମ୍ବୁ ଚିପୁଡ଼ି ପିଇଲେ ଏହି ସମସ୍ୟା ଦୂର ହୋଇଥାଏ |
୬.ପ୍ରତିଦିନ ସକାଳୁ ଅଳ୍ପ ଉଷୁମ ପାଣିରେ ଲେମ୍ବୁ ଚିପୁଡ଼ି ମହୁ ମିଶାଇ ପିଇଲେ ଓଜନ କମ୍ ହୋଇଥାଏ |
୭.ଶ୍ୱାସ ରୋଗୀ ନିୟମିତ ଲେମ୍ବୁ ପାଣି ପିଇଲେ ସେମାନଙ୍କୁ ଆରାମ ମିଳିଥାଏ |
୮.ନିୟମିତ ଲେମ୍ବୁ ପାଣି ପିଇଲେ ତ୍ୱଚାରେ ଚମକ ଆସିବା ସହ ବ୍ରଣ,କଳାଦାଗ ରୁ ବି ମୁକ୍ତି ମିଳିଥାଏ | ୯.ଯଦି ଆପଣଙ୍କ ଦାନ୍ତରେ ସମସ୍ୟା ଅଛି ତାହାଲେ ଏଥିପାଇଁ ଲେମ୍ବୁ ରସ ସହାୟକ ହେବ | ଦାନ୍ତ ଯଦି ବିନ୍ଧୁଥାଇ ତେବେ ଗୋଟେ ଚାମଚ ଲେମ୍ବୁ ରସ ନେଇ ସେ ଜାଗାରେ ଘସିଲେ ବିନ୍ଧାରୁ ଆରାମ ମିଳିଥାଏ | ଦାନ୍ତ ମାଢିରୁ ବାହାରୁଥିବା ରକ୍ତ କୁ ରୋକିପାରିବାର ଶକ୍ତି ଲେମ୍ବୁ ରସ ରେ ଥାଏ | ଏହା ସହ ପାଟିରୁ ବାହାରୁଥିବା ଦୁର୍ଗନ୍ଧକୁ ମଧ୍ୟ ଦୂର କରିଥାଏ |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର....

Sat Aug 24 , 2019
୧-ଆଜି ଠାରୁ ଓଡ଼ିଆ ଭାଷାରେ ୩୧୭ଟି ରେଳ ଷ୍ଟେସନରେ ମିଳିବ ରେଳ ଟିକେଟ। ୨-ନୂଆ ଦିଲ୍ଲୀ: ଓ୍ବାଲଡ ୟୁଥ କନ୍‌ଫରେନ୍‌ସ ଅନ୍‌ କାଇଣ୍ଡନେସରେ ଯୋଗ ଦେଲେ ସାଂସଦ ଡ. ଅଚ୍ୟୁତ ସାମନ୍ତ, କହିଲେ କାଇଣ୍ଡ ଇଣ୍ଡିଆ ହେଲେ ସାଇନିଂ ଇଣ୍ଡିଆ ସମ୍ଭବ। ୩-ଶ୍ରୀକ୍ଷେତ୍ରର ଶ୍ରୀ ବୃଦ୍ଧି ପାଇଁ ୫୦୦ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ୪-ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେଲା ଲଘୁଚାପ, ଆସନ୍ତା ୩୬ ଘଣ୍ଟା ଛେଚିବ। […]

You May Like

Pin It on Pinterest