ବାସ୍ତବବ୍ୟୁରୋ:(ଚାନ୍ଦବାଲି)ବାତ୍ୟା ୟସ ଚାନ୍ଦବାଲି ବ୍ଲକ ର ଜଳେଶ୍ୱରପୁର ଗ୍ରାମ ପଞ୍ଚାୟତ ରେ ପ୍ରାୟ ୧୦୦ ରୁ ଉର୍ଦ୍ଧ ମାଟି ଘର ଭାଙ୍ଗିଦେଇଥିବା ବେଳେ ପ୍ରାୟ ୧୨୦୦ଏକର ଚାଷ ଜମି ରେ ଲୁଣା ପାଣି ମାଡି ଯାଇ ଏହି ବର୍ଷ ଚାଷ ହୋଇ ପାରିବ ନାହିଁ ବୋଲି ସ୍ପଷ୍ଟ ହୋଇଛି । ପ୍ରାୟ ୬୦ ଟି ଚିଙ୍ଗୁଡି ପୋଖରୀ ଲୁଣା ପାଣି ରେ ବୁଡି ଯାଇ ପ୍ରାୟ୨୫ କୋଟି ଟଙ୍କା ର ଚିଙ୍ଗୁଡି ବାହାରକୁ ବାହାରି ଯାଇଛନ୍ତି । କିନ୍ତୁ ଏହି ପଞ୍ଚାୟତ କୁ ସରକାର ଏପର୍ଯ୍ୟନ୍ତ ବାତ୍ଯା ବିପନ୍ନ ଅଞ୍ଚଳ ଭାବେ ଘୋଷଣା କରିନାହାନ୍ତି ।
ଅନ୍ୟ ପକ୍ଷରେ ଜଳେଶ୍ୱରପୁର ଗ୍ରାମ ପଞ୍ଚାୟତ ରେ ସାଧାରଣ ଗଣବଣ୍ଟନ ବ୍ୟବସ୍ଥା ରେ ବ୍ୟାପକ ହରିଲୁଟ ହେବା ଜଣାପଡିଛି । କିରୋସିନି କାର୍ଡ ପିଛା ମାତ୍ର ୧ ଲିଟର ଓ ପ୍ରତି ଲିଟର୪୦ ଟଙ୍କା ଲେଖାଏଁ ଡିଲର ଖୋଲମଖୋଲା ଲୁଟ କରୁଛନ୍ତି । କିଛି କାର୍ଡରେ ଚଞ୍ଚକତା କରି ଦେଢ ଲିଟର ଲେଖାଏଁ ଲେଖି ୧ ଲିଟର ଦିଆଯାଇଛି । ପ୍ରତିବାଦ କଲେ କାର୍ଡ କାଟିବା ର ଧମକ ଡିଲର ଦେଇଛନ୍ତି ବୋଲି ପଞ୍ଚାୟତ ବାସୀ ଅଭିଯୋଗ କରିଛନ୍ତି । ବିଭିନ୍ନ ସମୟରେ ଗଣବଣ୍ଟନ ବ୍ୟବସ୍ଥା ରେ ଆସୁଥିବା ଅସଲି ଚାଉଳ ବଣ୍ଟନ କରିବା ପରିବର୍ତ୍ତେ ପୋକା ଓ କଳା ଚାଉଳ ବଣ୍ଟନ କରାଯାଇଛି । ଏହାକୁ ପ୍ରତିବାଦ କରି ସିପିଆଇଏମ ଜଳେଶ୍ୱରପୁର ବ୍ରାଞ୍ଚ ପକ୍ଷରୁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗଣଧାରଣା ଦେଇଛନ୍ତି ।
ଏହି ଗଣଧାରଣା ରେ ସିପିଆଇଏମ ଭଦ୍ରକ ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ଚାନ୍ଦବାଲି ଆଞ୍ଚଳିକ କମିଟି ସଂପାଦକ ମଳୟ ଭୋଇ, ଜଳେଶ୍ୱରପୁର ବ୍ରାଞ୍ଚ ସଂପାଦକ ଗଙ୍ଗାଧର ମହାଳିକ, ବ୍ରାଞ୍ଚ ସଭ୍ୟ ପୂର୍ଣ୍ଣଚନ୍ଦ୍ର ବାରିକ, ନରୋତ୍ତୋମ ମଢୁଆଳ, କୀର୍ତ୍ତନ ବିଶ୍ବାଳ, ଉଦୟକର ମହାନ୍ତି, କାଞ୍ଚନ ମହାଳିକ,ପ୍ରଭାକର ବିଶ୍ବାଳ, ରମେଶ ବାରିକ, ଲକ୍ଷ୍ମୀଧର ସାହୁ, ରବିନ୍ଦ୍ର ମଢୁଆଳ, ନକୁଳି ବାରିକ, ଗୌରାଙ୍ଗ ଯେନା , ବ୍ରହ୍ମାନନ୍ଦ ପରିଡା ପ୍ରମୁଖ । ପ୍ରଶାସନ ପକ୍ଷରୁ ଦାବି ପୂରଣ ର ପ୍ରତିଶୃତି ଦିଆଯିବା ପରେ ଧାରଣା ପ୍ରତ୍ଯାହୃତ ହୋଇଥିଲା ।



