
ବାସ୍ତବବ୍ୟୁରୋ:(ମାହାଙ୍ଗା)ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ,ଆଜି ଦେଶବ୍ୟାପୀ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ ଆହ୍ବାନରେ ,ଓଡିଶାର ବିଭିନ୍ନ ପେଟ୍ରୋଲ ପମ୍ପ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି | ଏହି ପରିପେକ୍ଷୀରେ କଟକ ଜିଲ୍ଲା କଂଗ୍ରେସ କମିଟି ଜିଲ୍ଲାର ସମସ୍ତ ପେଟ୍ରୋଲ ପମ୍ପ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ମାହାଙ୍ଗା କଂଗ୍ରେସ ନେତା ଦେବେନ୍ଦ୍ର ସାହୁଙ୍କ ନେତୃତ୍ୱରେ,ନିଶ୍ଚନ୍ତ କୋଇଲି ବ୍ଲକ କଂଗ୍ରେସ ତରଫ ରୁ କଟିକଟା ପଦ୍ମିନୀ ପେଟ୍ରୋଲ ପମ୍ପ୍ ସମ୍ମୁଖରେ ଧାରଣା ଦିଆଯାଇଅଛି।
ସମସ୍ତ କଂଗ୍ରେସ କର୍ମୀ ମାନେ କଳା ମାସ୍କ ପିନ୍ଧି ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ବସିଥିଲେ | କରୋନା ମହାମାରୀ ସମୟରେ ତୈଳ ଦର ବୃଦ୍ଧି ସାଧାରଣ ଜନତାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶୋଷଣ ନୀତି | ଏହି ପରିପେକ୍ଷୀରେ ମାହାଙ୍ଗା କଂଗେସ ନେତା ଶ୍ରୀ ଦେବେନ୍ଦ୍ର ସାହୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏହି ଜନ ମାରଣନୀତି,ତୁରନ୍ତ ପ୍ରତ୍ୟାହାର କଂଗ୍ରେସ ଦଳର ଆଭିମୁଖ୍ୟ ବୋଲି କହିଥିଲେ |