୧-ଜିଓର ଦୀପାବଳି ଝଟକା: ଫ୍ରି କଲିଂର ଗଲା ଯୁଗ, ପ୍ରତି ମିନିଟ ପିଛା ଦେବାକୁ ପଡିବ ଚାର୍ଜ ଛ’ ପଇସା।
୨-ଲୀଳାଖେଳା ସାରି ଧରାପୃଷ୍ଠରୁ ବିଦାୟ ନେଲେ ମାଆ ଦୁର୍ଗା। ସରିଲା ଏ ବର୍ଷର ଦଶହରା।
୩-୧.୧୯ କୋଟି କେନ୍ଦ୍ର କର୍ମଚାରୀଙ୍କୁ ଦୀପାବଳୀ ଭେଟି, ମହଙ୍ଗା ଭତ୍ତା ୫% ବଢି ମୋଟ ୧୭% ହେଲା।
୪-‘ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନକୁ ନିୟମିତ ରାସ୍ତାଟିଏ ନଥିବା ଦୁର୍ଭାଗ୍ୟଜନକ’: ବିଜେପି।
୫-ରସାୟନ ବିଜ୍ଞାନ ପାଇଁ ଚଳିତ ବର୍ଷର ନୋବେଲ ପୁରସ୍କାର ଘୋଷିତ, ଲିଥିଅମ ବ୍ୟାଟେରୀର ବିକାଶ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ।ଆମେରିକୀୟ ରସାୟନ ବିଜ୍ଞାନୀ ଜନ୍ ବି. ଗୁଡଏନଫ, ଏମ. ଷ୍ଟାନ୍ଲି ୱିଟିଙ୍ଗାମ ଓ ଜାପାନୀ ରସାୟନ ବିଜ୍ଞାନୀ ୟାକିରା ୟୋସିନୋଙ୍କୁ ମିଳିତ ଭାବେ ଏହି ପୁରସ୍କାର ପ୍ରଦାନ କରାଯିବ।
୬-ମାଲକାନଗିରି: କେମିତି ଚାଲିଛି ମୋ ସରକାର? ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଲେ ପାଣ୍ଡିୟାନ୍।
୭-ଦାମ୍ପତ୍ୟ କଳହ: ଦଶହରା ବୁଲାଇ ସାରି ସ୍ତ୍ରୀଙ୍କ ସହ ଝଗଡ଼ା ହେବା ପରେ କାଠଯୋଡି ନଦୀକୁ ଡେଇଁ ପଡ଼ିଲେ ନିଆଳି ଅଞ୍ଚଳର ଦେବବ୍ରତ ମହାପାତ୍ର ।
୮-ବିଜେପୁର ଉପନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ପୋଲିସ ଡିଜି।୧୭ରୁ ନବୀନଙ୍କ ଦୁଇ ଦିନିଆ ପ୍ରଚାର।
୯-ପେପରଲେସ୍ ହେବ ବିଧାନସଭା, ଲାପଟପ ପାଇଁ ବିଧାୟକଙ୍କୁ ଲକ୍ଷେ ଟଙ୍କା।
୧୦-ମହଙ୍ଗା ମାଡ ! ଦିଲ୍ଲୀରେ ପିଆଜ ପରେ ବଢିଲା ଟମାଟୋ ଦର, କିଲୋ ପିଛା ୮୦ ଟଙ୍କା।
୧୧-ମୁଖପାତ୍ରରୁ ହେଲେ ରାଜ୍ୟସଭା ସାଂସଦ, ନିର୍ବିରୋଧରେ ଉପ-ନିର୍ବାଚନ ଜିତିଲେ ବିଜେପିର ସୁଧାଂଶୁ ତ୍ରିବେଦୀ।



