ବାସ୍ତବବ୍ୟୁରୋ:(କୋଲକତା)ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନରେ ହାରିବା ପରେ ବିଜେପି ଆଉ ଏକ ଅସୁବିଧାର ସମ୍ମୁଖୀନ ହୋଇଛି ।ତୃଣମୂଳରୁ ବିଜେପିରେ ସାମିଲ ହୋଇଥିବା ନେତା ମାନେ ପୁଣି ଘରକୁ ଫେରିବାକୁ ଛଟପଟ ହେଲେଣି | ମମତାଙ୍କ ସହ ମନାନ୍ତର ହେତୁ ଦଳରୁ ତାଡିଆଖାଇଥିବା ନେତା,ସର୍ବ ପ୍ରଥମେ ବିଜେପିକୁ ଦେଇଥିଲେ ମୁକୁଲ ରୟ |ହେଲେ ଏବେ ଘରକୁ ଫେରିଛନ୍ତି ଅର୍ଥାତ୍ ସେ ଟିଏମସି ଫେରିଛନ୍ତି। ବାସ୍ତବରେ ସେ ତାଙ୍କ ପୁଅ ସୁଭ୍ରାନ୍ସୁଙ୍କ ସହ ତୃଣମୂଳ କଂଗ୍ରେସ ମୁଖ୍ୟାଳୟରେ ପହଞ୍ଚି ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଭେଟିଥିଲେ। ସେ ଆଜି ତିନିଟା ୩୦ରେ ରେ ଟିଏମସିର ସଦସ୍ୟତା ଗ୍ରହଣ କରିଛନ୍ତି । ଏହି ସମୟରେ ଅଭିଷେକ ବାନାର୍ଜୀ ମଧ୍ୟ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ ଯେତେବେଳେ ଟିଏମସିରୁ ବିଜେପିକୁ ଯାଉଥିବା ନେତାଙ୍କ ଧାଡି ଛୁଟି ଥିଲା, ସେତେବେଳେ ମୁକୁଲ ରୟ ପ୍ରଥମ ହୋଇଥିଲେ। ତାଙ୍କୁ ମମତା ବାନାର୍ଜୀଙ୍କ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଥିଲା, କିନ୍ତୁ ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ତାଙ୍କୁ ଟିଏମସିରୁ ବାହାର କରି ଦିଆଯାଇଥିଲା। ବର୍ତ୍ତମାନ ବିଜେପିରେ ଏଭଳି ଅନେକ ନେତା ଅଛନ୍ତି, ଯେଉଁମାନେ ଟିଏମସି ଫେରିବାକୁ ପ୍ରସ୍ତୁତ ହେଉଛନ୍ତି। ଏଭଳି ପରିସ୍ଥିତିରେ ମୁକୁଲ ରୟଙ୍କ ପ୍ରଥମ ଡିଆଁ ମାରିଛନ୍ତି |ଆପଣଙ୍କ ମନେଥିବ ତୃଣମୂଳରୁ ଆସିବାରେ ପ୍ରଥମ ଆଉ ବିଜେପିରୁ ଯିବାର ବି ପ୍ରଥମ ।
ସୂତ୍ରରୁ ପ୍ରକାଶ ଯେ ପଶ୍ଚିମବଙ୍ଗ ବିଜେପିରେ ସୁଭେନ୍ଦୁ ଅଧିକାରୀଙ୍କ ପତିଆରା କ୍ରମାଗତ ଭାବେ ବୃଦ୍ଧି ପାଉଛି। ତାଙ୍କୁ ବିରୋଧୀ ଦଳର ନେତା ମଧ୍ୟ କରାଯାଇଛି। ଏଭଳି ପରିସ୍ଥିତିରେ ମୁକୁଲ ରୟଙ୍କ ଅସ୍ଥିରତା ବୃଦ୍ଧି ପାଉଥିଲା, ଯେଉଁଥିପାଇଁ ସେ ନିଜର ପୁରୁଣା ପାର୍ଟିକୁ ଫେରିବା ପାଇଁ ନିଷ୍ପତ୍ତି ନେଇଥିଲେ।



