
ବାସ୍ତବବ୍ୟୁରୋ:(କୋଣାର୍କ)- ଆଜି ଅପରାହ୍ନରେ କୋଣାର୍କ -ଭୁବନେଶ୍ୱର ର ମୁଖ୍ୟ ରାସ୍ତା ରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ର ବିରଭଦ୍ର ନାୟକ, ସୁଭାଶିନୀ ସାମନ୍ତରାୟ, ସୁପ୍ରିୟା ପ୍ରିୟଦର୍ଶିନୀ ନାୟକ ଙ୍କ ସହ ଡ୍ରାଇଭର କାଳନ୍ଦୀ ସାହୁ ଗତକାଲି ଏକ ଧଳା ରଙ୍ଗର ବୋଲେରୋ (ନମ୍ବର) OD 02 BG 6181 ରେ ଗୋପ ଥାନା ଅନ୍ତର୍ଗତ ଏରବଙ୍ଗ ପଞ୍ଚାୟତ ର ପଦିନିପଦା ଗାଁ କୁ ନିଜ ବନ୍ଧୁ ଘରକୁ ବୁଲିବାକୁ ଆସିଥିଲେ।

ଆଜି ଦିନ ୧ ଟା ସମୟ ରେ ସେହି ଗାଡ଼ିରେ ସମସ୍ତ ସଦସ୍ୟ ଙ୍କ ସହ ଏରବଙ୍ଗ ରେ ଥିବା ତାଙ୍କ ବନ୍ଧୁ ଘର ର ଶିଳ୍ପା ସାମନ୍ତରାୟ, ସୁହାନି ସାମନ୍ତରାୟ, ବିନୋଦିନି ଶଗଡ଼ିଆ, ମିଟୁ ସାମନ୍ତରାୟ ଅନ୍ୟ ଏକ ସ୍ଥାନ ବନ୍ଧୁ ଘର ଯିବା ସମୟ ରେ କୁନ୍ଦୁରା ଛକ ନିକଟରେ ଏହି ଯାତ୍ରୀବାହୀ ଗାଡି ଟି ନିଜ ଭାରସ୍ୟମ ହରାଇ ଏକ ଗଛ ରେ ପିଟି ହୋଇଯିବା ଯୋଗୁଁ ଦୁର୍ଘଟଣା ରେ ଗାଡି ଟି ବିଲ ମଝିକୁ ଖସି ପଡ଼ିଥିଲା ।
ଗାଡି ରେ ଥିବା ଯାତ୍ରୀ ମାନଙ୍କ ଅବସ୍ଥା ଗୁରୁତର ଥିବାରୁ ସମସ୍ତ ଯାତ୍ରୀ ଙ୍କୁ ପ୍ରଥମେ ସ୍ଥାନୀୟ ଲୋକମାନେ ଗୋପ ମେଡିକାଲ ଓ ପରେ ଅବସ୍ଥା ଅତି ସଙ୍କଟାପନ୍ନ ହେବାରୁ ପୁରୀ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଥିବା ଜଣା ପଡ଼ିଛି। ସେହି ଗାଡ଼ିରେ ଡ୍ରାଇଭର ସମେତ ମୋଟ ୮ ଜଣ ସଦସ୍ୟ ଥିବା ବେଳେ ୫ ଜଣଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ଥିବାବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି।



