ପୋଲିସ ହାତରେ ଧରା ପଡିଲେ ପିଡିଏସ ଚାଉଳ କଳାବଜାରୀ ରାକେଟ…


ବାସ୍ତବବ୍ୟୁରୋ:(କଳାହାଣ୍ଡି) କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଗରିବ ଲୋକଙ୍କୁ ଦି ମୁଠା ଖାଦ୍ୟ ଯୋଗାଇବା ପାଇଁ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ ହୋଇଥିଲା ।ହେଲେ ଅର୍ଥାଭାବରୁ କେଉଁଠି ରାସନ କାର୍ଡ ବନ୍ଧା ପଡିଥିବା ବେଳେ, କେଉଁଠି ଖାଦ୍ୟ ସାମଗ୍ରୀ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ହିତାଧିକାରୀ ।କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମରୁ ଆସିଛି ଏକ ଚାଞ୍ଚଲ୍ୟକର ଖବର, ସୂଚନା ଅନୁସାରେ ସେହି ଗ୍ରାମର ଅମୀୟ ସାହୁଙ୍କ ଘରେ ଅନୈତିକ ଭାବେ ପିଡିଏସ ଚାଉଳ ଗଚ୍ଛିତ ଥିବା ସୁଚନା ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ସର୍ବଣା ବିବେକ ପାଇବା ପରେ ।ଏହାକୁ ଆଧାର କରି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ମଦନପୁର ରାମପୁର ପୋଲିସ ବିଭାଗ ଚଢ଼ାଉ କରିଥିଲେ, ଚଢ଼ାଉ ସମୟରେ ଶହ ଶହ ବସ୍ତା ଗଚ୍ଛିତ ଚାଉଳ ଦେଖି ସମସ୍ତେ ହତବାକ ହୋଇଯାଇଥିଲେ ।

ଏହା ସମ୍ପର୍କରେ ଯୋଗାଣ ବିଭାଗକୁ ସୁଚନା ଦିଆଯିବା ପରେ ମଦନପୁର ରାମପୁର ଯୋଗାଣ ନିରୀକ୍ଷକ ଶାନ୍ତକାର ପ୍ରଧାନ ଘଟଣା ସ୍ଥଳ ପହଞ୍ଚି, ଅଧିକ ତଦନ୍ତ ଜାରି ରଖିଛନ୍ତି, ତେବେ ଏତେ ପରିମାଣର ଚାଉଳ କେଉଁଠାରେ ଆସିଲା ବୋଲି ସମସ୍ତଙ୍କ ମନରେ ପ୍ରଶ୍ନବାଚି ।ତେବେ କେସିଙ୍ଗା ଏସଡିପିଓ ଓ ଯୋଗାଣ ନିରୀକ୍ଷକଙ୍କ ଉପସ୍ଥିତି ରେ ବର୍ତ୍ତମାନ ଯାଞ୍ଚ ଜାରି ରହିଥିବା ବେଳେ, ପ୍ରାଥମିକ ସୂଚନା ଅନୁସାରେ ଗୋଦାମ ରେ ଗଚ୍ଛିତ ଓ ପରିବହନ କରାଯାଉଥିବା ପାଖାପାଖି ୯ ଶହ ବସ୍ତା ଚାଉଳ ଠାବ ହୋଇଛି । ପରବର୍ତ୍ତୀ ସମୟରେ ଏହା କେଉଁଠାରୁ ଆସିଲା ଓ କାହାକୁ ବିକ୍ରି କରାଯାଇଥାନ୍ତା ବୋଲି ଜଣା ପଡ଼ିବ ବୋଲି ଯୋଗାଣ ଅଧିକାରୀ କହିଛନ୍ତି ।

ଏଠାରେ ଅନ୍ୟ ଏକ ପ୍ରଶ୍ନ ସମସ୍ତଙ୍କୁ ବ୍ୟସ୍ତ ବିବ୍ରତ କରୁଛି ଯେ ଖାଦ୍ୟ ପାଇଁ ସୁରକ୍ଷା ଯୋଜନା ରେ ଦିଆ ଯାଉଥିବା ଚାଉଳ ଏତେ ପରିମାଣରେ କିପରି ଅମୀୟ ସାହୁ , ଘରେ ଅଛି ।ଏଥିରେ କିଏ ତାଙ୍କୁ ସହଯୋଗ କରିଥିଲେ ତାହା ତଦନ୍ତ ସାପେକ୍ଷ ବୋଲି କିଛି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି ଏବଂ ରାତି 1ଘଣ୍ଟା ସମୟ ରେ ପୋଲିସ ଘଟଣା କୁ ତଦନ୍ତ କରି ଅମୀୟ ସାହୁ କୁ ନେଇ ଥିବାରୁ ସଠିକ ତଦନ୍ତ କରି ,ସକାଳ ବେଳା ଆସି ଅମୀୟ ସାହୁ କୁ ନେବା କଥା ଓ ରାତିରେ ଅମୀୟ ଙ୍କୁ ନେଇଥିବାରୁ ଗ୍ରାମ ବାସୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଜୁଲାଇ ୨୫ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ କାଳିଆ ଦୁଆର ମନା...

Wed Jun 16 , 2021
ବାସ୍ତବବ୍ୟୁରୋ:ଜୁଲାଇ ୨୫ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ମନା ।ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଆଉ ଗୋଟିଏ ସପ୍ତାହ ପରେ, ସେ ଦୁର୍ଲଭ ଦର୍ଶନରୁ ହେବେ ଭକ୍ତ ବଂଚିତ । କରୋନା ମହାମାରୀ ପାରିବାରିକ ସମ୍ପର୍କରେ ଦୂରତା ବଢାଇବା ସହ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ବି ଦୂରତା ବଢ଼ାଇ ଚାଲିଛି । କେତେଦିନ କାଳିଆ ଦର୍ଶନରୁ ବଂଚିତ ହେଉଥିବେ ଭକ୍ତ ଆଜି ଶ୍ରୀମନ୍ଦିର ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ […]

You May Like

Pin It on Pinterest