
ବାସ୍ତବବ୍ୟୁରୋ:(ଚାନ୍ଦବାଲି )୧୯/୦୬/୨୦୨୧ ଚାନ୍ଦବାଲି ବ୍ଲକ ଅଧୀନରେ ଥିବା ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯରତ ଫାର୍ମାସିଷ୍ଟ ମାନେ କଳାବ୍ଯାଜ ପିନ୍ଧିଥିବା ଜଣାପଡିଛି। ବିଭିନ୍ନ ଦାବିନେଇ ରାଜ୍ୟ ଫାର୍ମାସିଷ୍ଟ ସେବାସଙ୍ଘର ନିଷ୍ପତ୍ତି କ୍ରମେ ଫାର୍ମାସିଷ୍ଟ ମାନେ ସମୁହ ପ୍ରତିବାଦ ରେ ସାମିଲ ହୋଇଛନ୍ତି। ରାଜ୍ୟ ରେ କାର୍ଯ୍ୟ ରତ ଫାର୍ମାସିଷ୍ଟ ମାନଙ୍କର ଦରମା ଅସଙ୍ଗତି,ପଦନ୍ନତି,ଅତ୍ଯଧିକ କାର୍ଯ୍ୟ, ଏମ ଏଚୟୁ, ଆରବିଏସକେ, ଫାର୍ମାସିଷ୍ଟ ମାନଙ୍କୁ ନିୟମିତ ବା ସ୍ଥାୟୀ ନିଯୁକ୍ତି ଦେବା ,କୋଭିଡ ଯୋଧ୍ୟା ଘୋଷଣା ଏହି ସବୁ ଦାବିକରି ଗତ ୧୦ ତାରିଖରୁ ଫାର୍ମାସିଷ୍ଟ ମାନେ ସମୁହ କଳା ବ୍ଯାଜ ପିନ୍ଧି କରି ଡାକ୍ତର ଖାନା ରେ ସରକାରୀ କାର୍ଯ୍ୟ ନିର୍ବାହ କରୁଛନ୍ତି ।
ରାଜ୍ୟ ର ଭେଷଜିବିତମାନେ ସେମାନଙ୍କ ସମସ୍ୟା ଏବଂ ଦାବି ପୂରଣ ପାଇଁ ଦୀର୍ଘ ଦିନ ଧରି ରାଜ୍ୟ ସରକାର ଙ୍କ ନିକଟରେ ବାରମ୍ବାର ଦାବି କରିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଏ କ୍ଷେତ୍ରରେ ଉଦାସୀନ ରହିବା ଅଭିଯୋଗ ଆଣି ଫାର୍ମାସିଷ୍ଟ ସଂଘ ଏପରି ନିଆରା ଢଙ୍ଗରେ ନିରବ ପ୍ରତିବାଦ ଜାରି ରଖିଛନ୍ତି। ବର୍ତ୍ତମାନ ମହାମାରୀ କରନା ର ଉଗ୍ର ରୂପ କୁ ନଜରରେ ରଖି ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ନ ଆପଣେଇ ଜନସାଧାରଣଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସଙ୍ଘ ନିଷ୍ପତ୍ତି ନେଇ କେବଳ କଳାବ୍ଯଜ ପିନ୍ଧି ପ୍ରତିବାଦ କରିବାର ଦେଖିବାକୁ ମିଳିଛି।
ରାଜ୍ୟ ସରକାର କାର୍ଯରତ ଫାର୍ମାସିଷ୍ଟ ମାନଙ୍କର ଦାବିକୁ ଉପଯୁକ୍ତ ନ୍ଯାୟ ବିଚାର ଦେଉନାହାନ୍ତି ବୋଲି ସେମାନଙ୍କ ମନରେ କ୍ଷବ ପ୍ରକାଶ କରିଛନ୍ତି। କରନା ମହାମାରୀ ସମୟରେ ନିଜକୁ ଲୋକମାଙ୍କ ସେବାରେ ନିୟଜିତ କଲାବେ ରାଜ୍ୟ ସରକାର ଙ୍କ ର ପାଳକା ପୁଅଭଳି ଦୃଷ୍ଟିକୁ ଘୋର ନିନ୍ଦା ମଧ୍ୟ କରିଛନ୍ତି।ଯଦି ରାଜ୍ୟ ସରକାର ଆଗାମୀ ଦିନରେ କଛି ଉପଯୁକ୍ତ ବିଚାର ନ ନିଅନ୍ତି ତାହାହେଲେ ରାଜ୍ୟ ଫାର୍ମାସିଷ୍ଟ ସଙ୍ଘର ନିଷ୍ପତ୍ତି କଠୋର ହେବବୋଲି ଚେତାବନୀ ଦେଇଛନ୍ତି।