
ବାସ୍ତବବ୍ୟୁରୋ:ପୋଲସରା(ଅଭିମନୁମିଶ୍ର)ଗଞ୍ଜାମ ଜିଲ୍ଲା ର ଗାଙ୍ଗପୁର ଥାନା ଅନ୍ତର୍ଗତ ବାଡୁଳା ଗାଁ ନିକଟରେ , ଏକ ସାଇକେଲ ମାର୍ଟ ରେ ପଶି, ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଗୋଟିଏ ବାଇକ୍ ରେ ୩ ଜଣ ଅଜଣା ଦୁର୍ବୃତ୍ତ ଆସି , ସାଇକେଲ ଦୋକାନୀ ସଂଜୟ କୁମାର ବିଷୋୟୀ ଙ୍କ ମାଡମାରି ନଗଦ ୨୦ ହଜାର ଟଙ୍କା ଲୁଟ୍ କରି ଫେରାର ହୋଇଯାଇଥିଲେ ।
ଏହି ଘଟଣା ରେ ବିଭିନ୍ନ ସ୍ଥାନରେ ଚଢାଉ କରି ସଂପୃକ୍ତ ୩ ଲୁଟେରା ଙ୍କୁ ଗିରଫ କରିଛି ଗାଙ୍ଗପୁର ଥାନା ପୋଲିସ । ଲୁଟ୍ ହୋଇଥିବା ଟଙ୍କା ମଧ୍ୟରୁ ୧୮ ହଜାର ଟଙ୍କା ଉଧାର କରିବା ସହ , ଲୁଟେରା ଙ୍କ ଗୋଟିଏ ବାଇକ୍ ଓ ଦୁଇଟି ମୋବାଇଲ ଜବତ କରି , ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।