
ବାସ୍ତବବ୍ୟୁରୋ:କଟକ:(ଦୀପକ୍ କୁମାର) କଟକ ସହରରେ ଦିନକୁ ଦିନ ବଢି ଚାଲିଛି ଅପରାଧିକ କାର୍ଯ୍ୟକଳାପ । ଅଳ୍ପ ଦିନ ବ୍ୟବଧାନରେ ପୁଣି ଷ୍ଟେଟ୍ ଫ୍ଲାଇଂ ସ୍କ୍ବାର୍ଡ ଟିମ୍ କୁ ମିଳିଛି ଆଉ ଏକ ସଫଳତା । ଚଢାଉ କରି ଟାଙ୍ଗୀ ଟୋଲ୍ ଗେଟ୍ ନିକଟରୁ ୧୦୫ କେଜି ଗଞ୍ଜେଇ ଜବତ କରିଛି ।ଗଞ୍ଜେଇ ଗାଡି ଗଜପତିରୁ କୋଲକାତା ଯାଉଥିବା ନେଇ ଅବକାରୀ ବିଭାଗକୁ ବିଶ୍ଵସ୍ତ ସୂତ୍ରରୁ ଖବର ମିଳିଥିଲା ।
ଖବର ପାଇଁ ଷ୍ଟେଟ୍ ଫ୍ଲାଇଂ ସ୍କ୍ବାର୍ଡ ଟିମ୍ ଟାଙ୍ଗୀ ଟୋଲ୍ ଗେଟ୍ ନିକଟରେ ଚଢାଉ କରି ୧୦୫ କେଜି ଗଞ୍ଜେଇ ଜବତ କରିବା ସହିତ ଜଣଙ୍କୁ ଗରିଫ କରିଛି । ଗିରଫ ଅଭିଯୁକ୍ତ କୋଲକାତାର ମହାସିନ୍ଧୁ ଦାସ ମହାପାତ୍ର ବୋଲି ଜଣାପଡିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି ।