ନିର୍ମାଣ ଶ୍ରମିକମାନଙ୍କ ପେନ୍‌ସନ ବୃଦ୍ଧି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା…

ଆଦିତ୍ଯ ବେହେରା(ଭୁବନେଶ୍ୱର) :ଆଜି ନିର୍ମାଣ ଶ୍ରମିକମାନଙ୍କ ପେନ୍‌ସନ ବୃଦ୍ଧି ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ‘ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ’ ଅଧୀନରେ ପଞ୍ଜୀକୃତ ହୋଇଥିବା ନିର୍ମାଣ ଶ୍ରମିକମାନଙ୍କ ପେନ୍‌ସନ ରାଶିରେ ବୃଦ୍ଧି କରାଯାଇଛି । ଏମାନେ ସମସ୍ତେ ନିର୍ମାଣ ଶ୍ରମିକ ପେନ୍‌ସନ ଯୋଜନାରେ ଉପକୃତ ହେଉଛନ୍ତି ।

ସୂଚନାଯୋଗ୍ୟଯେ, ୫-ଟି ଅଧ୍ୟକ୍ଷ କାର୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ଅଂଚଳରେ ନିର୍ମାଣ ଶ୍ରମିକ ଓ ସେମାନଙ୍କ ପ୍ରତିନିଧିମାନେ ଏଥିପାଇଁ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏ ବିଷୟରେ ଅବଗତ ହେବା ପରେ ମୁଖ୍ୟମନ୍ତ୍ରୀ ନିଷ୍ପତି ନେଇଛନ୍ତି । ଏହି ନୂତନ ନିଷ୍ପତି ଅନୁଯାୟୀ ୬୦ ବର୍ଷ ଅତିକ୍ରମ କରିଥିବା ନିର୍ମାଣ ଶ୍ରମିକମାନେ ଏଣିକି ୫ ଶହ ଟଙ୍କା ପରିବର୍ତେ ୧ ହଜାର ଟଙ୍କା ମାସିକ ପେନ୍‌ସନ ପାଇବେ । ସେହିପରି ୮୦ ବର୍ଷ ବୟସରୁ ଉର୍ଦ୍ଧ୍ୱ ନିର୍ମାଣ ଶ୍ରମିକମାନେ ୭ ଶହ ଟଙ୍କା ପରିବର୍ତେ ୧୨ ଶହ ଟଙ୍କା ପାଇବେ । ଏହି ନୂତନ ପେନ୍‌ସନ ୨୦୨୪ ଫେବୃଆରୀ ମାସରୁ ପିଛିଲା ଭାବେ ଲାଗୁ ହେବ । ଏ ବାବଦରେ ଆବଶ୍ୟକୀୟ ଖର୍ଚ୍ଚ ଓଡିଶା କୋଠାବଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ବହନ କରିବ ।

ସେୟାର କରନ୍ତୁ

Next Post

ରୋଟାରୀ କଟକ ମିଲେନିୟମ ପକ୍ଷରୁ ସାଇକେଲ ରାଲି...

Sun Mar 3 , 2024
ସଂଜୟ ଶତପଥୀ(କଟକ)ତା୩/୦୩/;– ରୋଟାରୀ କ୍ଲବ୍ ଅଫ୍ କଟକ ମିଲେନିୟମ ଓ ହିରୋ ସାଇକେଲ କମ୍ପାନୀର ମିଳିତ ଆନୁକୂଲ୍ଯରେ ଏକ ପରିବେଶ ସଚେତନତା ସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ଯକ୍ରମ କଟକ ନୂଆବଜାରସ୍ଥିତ ଗୋପାଳ କ୍ରୁଷ୍ଣ ଗୋଶାଳରୁ ଆରମ୍ଭ ହୋଇ ଗଣ୍ଡରପୁରସ୍ଥିତ ହିରୋ ସାଇକେଲ କମ୍ପାନୀର ସ୍ପିଡ୍ ହ୍ୱିଲ୍ସ୍ ସୋ ରୁମଠାରେ ଶେଷ ହୋଇଥିଲା l ଏହି କାର୍ଯ୍ଯକ୍ରମକୁ ରୋଟାରୀ ମିଲେନିୟମର ସଭାପତି ପ୍ରଦୀପ ମହାନ୍ତି ଉଦଘାଟନ କରି […]

You May Like

Pin It on Pinterest